ସୋମବାର ରାଶିଫଳ

ମେଷ: ତରତର ନହୋଇ ଧୀରେ ସୁସ୍ଥେ କାର୍ଯ୍ୟ କଲେ ସଫଳତା ଲାଭ କରିବେ। ଆୟ ଆଶାନୁରୂପ ହେବ। ବିଭିନ୍ନ ସ୍ତରରୁ ସହଯୋଗ ମିଳିବ। ଧୈର୍ଯ୍ୟବାନ୍‌ ହୋଇପାରନ୍ତି। ପାରିବାରିକ ସୁଖ ମିଳିବ। ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ।

ବୃଷ: ପାରିବାରିକ ଶାନ୍ତି ଅବ୍ୟାହତ ରହିବ। ଶ୍ରମ ସାର୍ଥକ ହେବ। ସର୍ବାଙ୍ଗୀନ ଉନ୍ନତି ଆଶା କରାଯାଏ। ବସ୍ତ୍ର-ଭୂଷଣ ଲାଭ ହୋଇପାରେ। ସୁ-ସମ୍ବାଦପାଇ ଖୁସି ହୋଇପାରନ୍ତି। ସ୍ତ୍ରୀଧନ ହେତୁ ସୁଖୀ ହୋଇପାରନ୍ତି। ପରାମର୍ଶ ଦାତା ହେବେ।

ମିଥୁନ: ଯେତେ କଷ୍ଟ ଆସୁ ପଛେ ସବୁକିଛି ସହିଯିବେ। ଘାତଚନ୍ଦ୍ର ଭୋଗ ହେତୁ ସାବଧାନତାର ସହ ଚଳିବାକୁ ପଡ଼ିବ। ନୃତ୍ୟ ସଙ୍ଗୀତପ୍ରିୟ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିବେ। ଧର୍ମ ମାର୍ଗରେ ମନୋନିବେଶ କରିବେ।

କର୍କଟ: ନିଜର ଅଭିଜ୍ଞତାର ଉପଯୋଗ କରିବେ। ବାଣିଜ୍ୟ କାରବାରରେ ପ୍ରଚୁର ଧନଲାଭ ହେବ। ବିଚକ୍ଷଣ ବୁଦ୍ଧି ଯୁକ୍ତ ହୋଇପାରନ୍ତି। ସର୍ବଜନ ପ୍ରିୟ ହୋଇପାରନ୍ତି। ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡ଼ିବ।

ସିଂହ: ନିଜର ଜିଦ୍‌ ବଜାୟ ରଖିପାରନ୍ତି। ବନ୍ଧୁ ମିଳନରେ ବିଶେଷ ଉପକୃତ ହୋଇପାରନ୍ତି। ସନ୍ତୁଷ୍ଟ ହେବେ। ମୂଲ୍ୟବାନ ଦ୍ରବ୍ୟ ପ୍ରାପ୍ତିର ସୂଚନା ମିଳୁଛି। ମାନ୍ୟତା ପାପ୍ତ ହୋଇପାରନ୍ତି। ଯାନବାହନ ସୁଖ ମିଳିପାରେ। ରାଜପ୍ରାସାଦ ସୁଖ ଭୋଗ କରିବେ।

କନ୍ୟା: ଆର୍ଥିକ ସହଯୋଗ ମିଳିବ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ। ନିଜର କର୍ମ ଆନନ୍ଦଦାୟକ ହେବ। ଶାନ୍ତି-ସନ୍ତୋଷ ଲାଭ କରିପାରନ୍ତି। ସତ୍‍ସଙ୍ଗୀ ହେବେ। ରାଜତୁଲ୍ୟ ହେବେ। କାର୍ଯ୍ୟରେ ଉତ୍ସାହ ବୃଦ୍ଧି ପାଇବ। ପରୋପକାରୀ ଓ ଧନ ଲାଭକାରୀ ହେବେ।

ତୁଳା: ଚିନ୍ତାମୁକ୍ତ ହୋଇପାରନ୍ତି। ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ। କାର୍ଯ୍ୟ ସିଦ୍ଧ ହେବ। ମାତ୍ର ବିଳମ୍ବରେ। ଧନବାନ୍‍ ହେବେ। ପୁତ୍ର ପ୍ରାପ୍ତିର ସୌଭାଗ୍ୟ ଅଛି। ଚଞ୍ଚଳ ଚେଷ୍ଟିତ ହୋଇପାରନ୍ତି। ବ୍ୟବସାୟରୁ ପ୍ରଚୁର ଧନଲାଭ ହେବାର ସୂଚନା ମିଳୁଛି।

ବିଛା: ଗୁରୁଜନଙ୍କ କାର୍ଯ୍ୟରେ ବ୍ୟଥିତ ହୋଇପାରନ୍ତି। ଆର୍ଥିକ ଲାଭ ହୋଇପାରେ। କାର୍ଯ୍ୟ ହାସଲ କରିବାରେ ସିଦ୍ଧ-ହସ୍ତ ହେବେ। ବିଦ୍ୟାଭ୍ୟାସୀ ହେବେ। ବହୁ ପୁଣ୍ୟ କାର୍ଯ୍ୟ କରି ଆତ୍ମସନ୍ତୋଷ ଲାଭ କରିପାରନ୍ତି। ଶ୍ରେଷ୍ଠ କର୍ମୀ ଭାବେ ପ୍ରଶଂସନୀୟ ହେବେ।

ଧନୁ: ପାରିବାରିକ ଜୀବନରେ ଶାନ୍ତିର ବାତାବରଣ ସୃଷ୍ଟି ହୋଇପାରେ। ଉଚ୍ଚଆଶା ଫଳ ବତୀ ହେବେ। ପ୍ରତି କାର୍ଯ୍ୟ ପାଇଁ ଶୁଭ ସୂଚନା ମିଳୁଛି। ସୁସ୍ଥ ଓ ନିରାମୟ ରହିବ। ଯଶସ୍ୱୀ ହେବେ। ବିବାଦୀୟ ଘଟଣାରେ ବିଜୟୀ ହେବେ। ସୁଖ-ସମୃଦ୍ଧ ଭୋଗ କରିବେ।

ମକର: ଦେବ ଦର୍ଶନ କରି ଶାନ୍ତି-ସନ୍ତୋଷ ଲାଭ କରିବେ। ଆଳସ୍ୟ ପରାୟଣ ହୋଇପାରନ୍ତି। ସ୍ନେହ-ଶ୍ରଦ୍ଧା ପାଇ ଲୋକ ମାନଙ୍କ ନିକଟରେ କୃତଜ୍ଞ ହୋଇପାରନ୍ତି। ଭୟାତୁର ହେବା ଆଶା କରାଯାଏ। ବିଭିନ୍ନ ଦିଗରୁ ଧନାଗମ ହେବ। ଭାଗ୍ୟବାନ୍‍ ହେବେ।

କୁମ୍ଭ: ସ୍ୱାଧୀନ ଚେତା ଭାବେ କାର୍ଯ୍ୟ କରି ଚାଲିବେ। ଆୟ ଆଶାନୁରୂପ ହେବ। ସରକାରୀ ବା ବନ୍ଧୁ ସହାୟତାରୁ ଲାଭବାନ୍‍ ହେବେ। ରୁଚିକର ଭୋଜନ ମିଳିବ। ସୁସ୍ଥ ଓ ନିରାମୟ ରହିବେ। ନୂଆବନ୍ଧୁ ଜୁଟିବେ। ଧନବାନ ଓ ଗୁଣବାନ ହୋଇପାରନ୍ତି।

ମୀନ: କର୍ମକ୍ଷେତ୍ରରେ ଦ୍ୱନ୍ଦ୍ୱର ସମ୍ମୁଖୀନ ହୋଇପାରନ୍ତି। ଘାତଚନ୍ଦ୍ର ଭୋଗ ହେତୁ ଯାନବାହନ ଚଳାଚଳ, ଉଚ୍ଚସ୍ଥାନ ଆରୋହଣ ଓ ଜଳଯାତ୍ରାରେ ସାବଧାନ ରହିବେ। ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ। ହାସ୍ୟଯୁକ୍ତ ହୋଇପାରନ୍ତି। କୌଶଳରେ କାର୍ଯ୍ୟ ହାସଲ କରିପାରନ୍ତି।

Comments are closed.