ଶନିବାର ରାଶିଫଳ

ମେଷ: ବନ୍ଧୁ ବର୍ଗଙ୍କ ଠାରୁ ସାହାଯ୍ୟ ମିଳିବ। ସୁଖ-ସମ୍ମାନ ଲାଭ କରିପାରନ୍ତି। ଧୈର୍ଯ୍ୟ ରଖି ଅପେକ୍ଷା କଲେ ଲାଭବାନ୍‌ ହେବେ। ପାରିବାରିକ ସୁଖ ମିଳିବ। କୀର୍ତ୍ତି, ମର୍ତ୍ତି, ସତ୍ତ୍ବ, ସନ୍ତୋଷ ସବୁ କିଛି ପାଇ ଖୁସି ହେବେ। ବ୍ୟବସାୟ ଲାଭଜନକ ହେବ।

ବୃଷ: ପୈତୃକ ସମ୍ପତ୍ତି ପାଇଁ ଦ୍ବନ୍ଦ୍ବର ସମ୍ମୁଖୀନ ହୋଇପାରନ୍ତି। ଭ୍ରମଣ ଯୋଗ ଅଛି। ପରିଶ୍ରମ ବୃଥା ହୋଇପାରେ। ହଇରାଣ ହୋଇପାରନ୍ତି। ପରୀକ୍ଷାରେ ଉନ୍ନିତ ହେବେ। ଧନବାନ୍‌ ହେବେ। ଜନୈକା ମହିଳାଙ୍କ ଦ୍ବାରା ଉପକୃତ ହେବେ।

ମିଥୁନ: କାର୍ଯ୍ୟରେ ସଫଳତା ଲାଭ କରିବେ। ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି। ବଳବାନ୍‌ ଶତ୍ରୁ ପ୍ରତି ସତର୍କ ରହିବେ। ମନ ଅସ୍ଥିର ରହିବ। ସତ୍‌ କର୍ମରେ ନିୟୋଜିତ ହେବେ। ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡ଼ିବ।

କର୍କଟ: ଜୁଲମକାରୀ ପଛ ଘୁଞ୍ଚା ଦେଇ ପାରନ୍ତି। ସୁଖ-ସମ୍ମାନ ଲାଭ କରିବେ। ବନ୍ଧୁ ମିଳନ ଘଟିବ। ଭବିଷ୍ୟତ ପାଇଁ କର୍ମପନ୍ଥା ସ୍ଥିର କରିବେ। ଭ୍ରମଣ ଯୋଗ ଅଛି। ବିଳାସ-ବ୍ୟସନରେ ଦିନ ବିତାଇ ପାରନ୍ତି। ପତ୍ନୀଙ୍କ ଇଙ୍ଗିତରେ ପରିଚାଳିତ ହେବେ।

ସିଂହ: ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। ଘାତଚନ୍ଦ୍ର ଭୋଗ ହେତୁ ସାମାନ୍ୟ ପୀଡ଼ା ଅନୁଭବ କରିପାରନ୍ତି। ଶତ୍ରୁ ସହିତ ମୁହଁା-ମୁହିଁ ହେବେ। ଲୋକମାନଙ୍କର ପ୍ରିୟଭାଜନ ହୋଇପାରନ୍ତି। ସତ୍ୟରତ ହେବେ। ଖ୍ୟାତନାମା କାର୍ଯ୍ୟ କରି ପ୍ରଶଂସିତ ହେବେ।

କନ୍ୟା: ଆୟ ବୃଦ୍ଧି କରିବାରେ ସକ୍ଷମ ହୋଇପାରନ୍ତି। ବିଚାର , ବିମର୍ସ କରି କାର୍ଯ୍ୟ କଲେ ସଫଳତା ମିଳିବ। କନ୍ୟା, ପୁତ୍ର, ପୌତ୍ର, ପ୍ରପୌତ୍ରାଦି ଲାଭ କରିପାରନ୍ତି। ସନ୍‌ମାର୍ଗୀ ହେବେ। ଜ୍ଞାନ-ଗରିମା ଯୁକ୍ତ ହେବେ। ବହୁ ଉତ୍ତମ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ।

ତୁଳା: ଶିକ୍ଷା କ୍ଷେତ୍ରରେ ସଫଳତା ଲାଭ କରିବେ। କେ​‌େ​‌ତକ କ୍ଷେତ୍ରରେ ବାଦାନୁବାଦ ଉପୁଜି ପାରେ। ଅନୁଗ୍ରୁହିତ ହୋଇପାରନ୍ତି। ହର୍ଷଯୁକ୍ତ ହେବେ। ବିଶୁଦ୍ଧ ଭାଷୀ ହେବେ। ବହୁଧନର ମାଲିକ ହୋଇପାରନ୍ତି। ମୁକ୍ତା ପ୍ରାପ୍ତ ହେବେ। ସୁଖଭୋଗ କରିବେ।

ବିଛା: ସ୍ବକର୍ମ ସୁଚାରୁ ରୂପେ କରିବେ; ମାତ୍ର ଫଳ ପ୍ରାପ୍ତି ବିଳମ୍ବିତ ହୋଇପାରେ। ମନୋବଳ ଦୃଢ଼ ରହିବ। ଆର୍ଥିକ ଲାଭର ସୂଚନା ମିଳୁଛି। କାର୍ଯ୍ୟ ହାସଲ କରିବାରେ ସିଦ୍ଧହସ୍ତ ହେବେ। ଶାସ୍ତ୍ରପଟୁ ହେବେ। ସୁବର୍ଣ୍ଣାଦିଯୁକ୍ତ ହୋଇପାରନ୍ତି। ପୁଣ୍ୟବାନ୍‌ ହେବେ।

ଧନୁ: ଆୟ ତୁଳନାରେ ବ୍ୟୟ ଅଧିକ ହୋଇପାରେ। ପରିଶ୍ରମର ମୂଲ୍ୟାଙ୍କନ ହେବ। ସ୍ବକର୍ମର ଗତି ମନ୍ଥର ହୋଇପାରେ। ତ୍ୟାଗଶୀଳ ହେବେ। ନୀତିନିଷ୍ଠ ହୋଇପାରନ୍ତି। ବିବିଧ ଧନଯୁକ୍ତ ହେବେ। ଚଞ୍ଚଳମନା ହୋଇପାରନ୍ତି। ଅତି ସୁଖୀ ଓ କୀର୍ତ୍ତିମାନ୍‌ ହୋଇପାରନ୍ତି।

ମକର: ଆର୍ଥିକ ସ୍ଥିତିର ଢ଼େର ଉନ୍ନତି ଘଟିବ। ସ୍ବାଧୀନ ଚିନ୍ତାଧାରାରେ କାର୍ଯ୍ୟ ସମ୍ପାଦନ କରିବେ। ହର୍ଷ-ଉଲ୍ଲାସରେ ଦିନ ବିତିବ। ଉତ୍ତମ ଭୋଜନ ମିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସରକାରୀ ବା ବନ୍ଧୁ ସହାୟତାରୁ ଲାଭବାନ ହେବେ। ସୁସ୍ଥ ରହିବେ।

କୁମ୍ଭ: ଆର୍ଥିକ ଅଭିବୃଦ୍ଧି ଘଟିବ। ପ୍ରୀତି ଲାଭ କରିପାରନ୍ତି। ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। ନାନା ସୁନ୍ଦର ବସ୍ତୁ ଲାଭର ସୂଚନା ମିଳୁଛି। ସୁଭାଷୀ ଓ ବିଦ୍ୟା ରୂପକ ମହାଧନ ପ୍ରାପ୍ତ ହେବେ। ତେଜୀୟାନ ହେବେ। ସେବା କାର୍ଯ୍ୟ କରି ଆତ୍ମ ସନ୍ତୋଷ ମିଳିବ।

ମୀନ: ନୂତନ କାର୍ଯ୍ୟରେ ଆଗ୍ରହୀ ହେବେ। ସ୍ବ କର୍ମରେ ଆତ୍ମ ସନ୍ତୋଷ ମିଳିବ। ନାନାବିଧ ସମ୍ମାନର ଅଧିକାରୀ ହୋଇପାରନ୍ତି। ଯାନବାହନ ସୁଖ ମିଳିବ। କୀର୍ତ୍ତିମାନ୍‌ ହେବେ। ଭୋଗୀ ହୋଇପାରନ୍ତି। ଅପାର ଗୁଣର ଅଧିକାରୀ ହେବେ। ପ୍ରସନ୍ନତା ଲାଭ କରିବେ। ସୁଖୀ ହେବେ।