ସୋମବାର ରାଶିଫଳ

0

ମେଷ: ରାଜନୈତିକ ଅସ୍ଥିରତା ଲାଗି ରହିବ। ବନ୍ଧୁ ବିଚ୍ଛେଦର ସୂଚନା ମିଳୁଛି। ବ୍ୟବସାୟ ଲାଭଜନକ ହେବ। ସେବା ମନୋଭାବର ହୋଇପାରନ୍ତି। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହେବେ। ପତ୍ନୀଙ୍କ ଇଙ୍ଗିତରେ ପରିଚାଳିତ ହୋଇପାରନ୍ତି।
ବୃଷ: ଆମୋଦ-ପ୍ରମୋଦ ପ୍ରତି ଆକର୍ଷିତ ହେବେ। ଆଶ୍ବସନା ମିଳିପାରେ। ବଦଖର୍ଚ୍ଚୀ ହୋଇପାରନ୍ତି। ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିବେ। ଭାଇମାନଙ୍କ ପ୍ରତି ସ୍ନେହଭାବ ରହିବ। ସୁସ୍ଥ ରହିବେ।
ମିଥୁନ: ଯଶ ଉପରେ ଯଶ ଅର୍ଜନ କରିପାରନ୍ତି। ମନରେ ଅହଂଭାବ ଜାଗ୍ରତ ହୋଇପାରେ। ଚଞ୍ଚଳ ପ୍ରକୃତିର ହେବେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ବ୍ୟବସାୟରୁ ପ୍ରଚୁର ଧନଲାଭ ହେବ। ଲଟେରି ଅର୍ଥ ମିଳି ପାରେ।
କର୍କଟ: ଭିନ୍ନ ଭିନ୍ନ ସ୍ତରରୁ ଅର୍ଥ ସଂଗ୍ରହ କରିପାରନ୍ତି। କୌଣସି କାରଣରୁ କ୍ରୋଧିତ ହୋଇପାରନ୍ତି। ଉଦାର ସ୍ବଭାବର ହେବେ। ଦାନଶୀଳ ହୋଇପାରନ୍ତି। ବ୍ୟକ୍ତିବିଶେଷ ଭାବେ ନିଜ ପରିଚୟ ସୃଷ୍ଟି କରିବେ। କୃଷିରୁ ଲାଭବାନ୍‌ ହେବେ।
ସିଂହ: ନିଜ ଅଭାବ ମେଣ୍ଟାଇବାରେ ସକ୍ଷମ ହେବେ। ମନ ପ୍ରସନ୍ନ ରହିବ। ଆସ୍ତିକ ବ୍ୟକ୍ତିଭାବେ ନିଜର ପରିଚୟ ଦେବେ। ମିଷ୍ଟଭାଷୀ ହେବେ। ଥଣ୍ଡା-କଫ ଜନିତ ସାମାନ୍ୟ ପୀଡ଼ା ଅନୁଭବ କରିପାରନ୍ତି। ପ୍ରେମୀ ଓ ସାହସୀ ହେବେ।
କନ୍ୟା: ଧନ ସଞ୍ଚୟ ପାଇଁ ଯୋଜନା ପ୍ରସ୍ତୁତ କରିବେ। ଚୁପ୍ ହୋଇ ବସି ରହିଲେ ବିଭିନ୍ନ ସ୍ତରରୁ ଧନାଗମ ହେବ। ଭାଗ୍ୟଶାଳୀ ହେବେ। ପରଦେଶବାସୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ। ସୁଖଭୋଗ କରିବେ।
ତୁଳା: ସ୍ୱାଧୀନଚେତା ଭାବେ କାର୍ଯ୍ୟ କରିବେ। ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି। ବ୍ୟବସାୟ ପାଇଁ ଉଦ୍ୟମ ଚଳାଇବେ। ରଣକ୍ଷେତ୍ରରେ ଯବାନମାନେ ଅଧିକ ଉତ୍ସାହିତ ହେବେ। ରୁଚିକର ଭୋଜନ ମିଳିବ। ଆକସ୍ମିକ ଧନଲାଭର ସୂଚନା ମିଳୁଛି।
ବିଛା: ଶତ୍ରୁ କବଳରୁ ରକ୍ଷା ପାଇ ଯିବେ। ଆଦର ସମ୍ମାନ ମିଳିବ। ଥଣ୍ଡା-କଫରେ ଆକ୍ରାନ୍ତ ହୋଇପାରନ୍ତି। ଚଞ୍ଚଳ ସ୍ୱଭାବର ହେବେ। ମଧୁରଭାଷୀ ହେବେ। ଧାର୍ମିକ ପ୍ରବୃତ୍ତିର ହେବେ। ସାହସୀ ହେବେ। ଜ୍ଞାନ-ଗରିମା ବୃଦ୍ଧି ହେବ।
ଧନୁ: ରୋଜଗାର ଆଶାନୁରୂପ ହେବେ। ସୁଖୀ ହେବେ। ଆୟ ହେବ; ମାତ୍ର ଅଧିକ ନୁହେଁ। ଯଶସ୍ୱୀ ହେବେ। ଲୋକପ୍ରିୟତା ଅର୍ଜନ କରିବେ। ଚଞ୍ଚଳ ପ୍ରକୃତିର ହେବେ। ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ରାଜକୋଷରୁ ଧନ ମିଳିପାରେ।
ମକର: ଅଧିକ ଶ୍ରମ ସ୍ୱୀକାର କଲେ ମଧ୍ୟ ତା’ର ମୂଲ୍ୟ ମିଳିବ। କୁଳଦୀପକ ହୋଇପାରନ୍ତି। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ଜୀବନ-ଯାପନ କରିପାରନ୍ତି। ଦୟାଳୁ ସ୍ୱଭାବର ହେବେ। ବ୍ୟବସାୟ ଲାଭଜନକ ହେବ। ଯଶ ଅର୍ଜନ କରିବେ।
କୁମ୍ଭ: ପ୍ରଗତି ପାଇଁ ଅର୍ଥ ବିନିଯୋଗ କରିବେ। ସେବା କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ। ଭାଗ୍ୟଶାଳୀ ହେବେ। ଦିନଟି ଆନନ୍ଦ ଉତ୍ସବ ଓ ଭୋଗ ବିଳାସରେ ବିତାଇ ପାରନ୍ତି। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିବେ। ଧର୍ମାତ୍ମା ଓ ବିଦ୍ୱାନ ହେବେ।
ମୀନ: ମନ ପ୍ରଫୁଲ୍ଲ ରହିବ। ଉଦାରଭାବ ପ୍ରଦର୍ଶନ କରିପାରନ୍ତି। ଈର୍ଷା ପରିତ୍ୟାଗ କଲେ ଜନାଦୃତ ହେବେ। ସ୍ୱାଭିମାନୀ ହୋଇପାରନ୍ତି। ଯୁଗ୍ମ ବ୍ୟବସାୟରେ ଲାଭଜନକ ହେବ। ଅଷ୍ଟମଚନ୍ଦ୍ର ଭୋଗ ହେତୁ ଜନଯାତ୍ରାରେ ସତର୍କ ହେବେ।

Leave A Reply