ଶନିବାର ରାଶିଫଳ

0

ମେଷ: ଚାକିରି କ୍ଷେତ୍ରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ଧର୍ମ କାର୍ଯ୍ୟରେ ନିଜକୁ ନି​ୟୋ‌ଜିତ କରିପାରନ୍ତି। ଭାଗ୍ୟଶାଳୀ ହେବେ। ଦିନଟି ଭୋଗ-ବିଳାସରେ ବିତିପାରେ। ଧର୍ମାତ୍ମା, ପ୍ରବାସପ୍ରିୟ, ବିଦ୍ବାନ, ସାହସୀ ଓ ସମ୍ପତ୍ତିବାନ୍‌ ହେବେ।

ବୃଷ: କାର୍ଯ୍ୟରେ ପଛଘୁଞ୍ଚା ଦେଇପାରନ୍ତି। ସାଧନା ଫଳବତୀ ହୋଇପାରେ। ଈର୍ଷା ପରିତ୍ୟାଗ କଲେ ଆଦରଣୀୟ ହେବେ। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି।

ମିଥୁନ: ଅଳ୍ପକେ ରକ୍ଷା ପାଇଯିବେ। ପ୍ରୀତି ଲାଭ କରିପାରନ୍ତି। ବ୍ୟବସାୟ ଲାଭଜନକ ହେବ। ସମାଜ ସେବୀ ହୋଇପାରନ୍ତି। ସାମୟିକ ଭାବେ ମନରେ ଅହଂଭାବ ଆସିପାରେ। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହେବେ। ପତ୍ନୀଙ୍କ କଥାରେ ପରିଚାଳିତ ହେବେ।

କର୍କଟ: ହଜିଥିବା ଦ୍ରବ୍ୟ ମିଳିଯିବ। ଶତ୍ରୁ ଉପରେ ନଜର ରଖିବାକୁ ପଡ଼ିବ। ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। ଚକ୍ଷୁରେ ପୀଡ଼ା ଉପୁଜି ପାରେ। ସୁସ୍ଥ ଓ ନିରାମୟ ରହିପାରନ୍ତି। ବଳିଷ୍ଠ ଓ ଶତ୍ରୁହନ୍ତା ହେବେ। ବହୁ ଶୁଭଫଳ ମିଳିବ।

ସିଂହ: ଉଦ୍ୟମରେ ସଫଳ ହେବେ। ମାନ-ସମ୍ମାନ ଯେପରି ହାନି ନ ହୁଏ ସେଥି ପ୍ରତି ସଜାଗ ରହିବେ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ଆକସ୍ମିକ ଧନପ୍ରାପ୍ତିର ସୂଚନା ମିଳୁଛି। ବ୍ୟବସାୟରେ ପ୍ରଚୁର ଧନ ଲାଭ ହେବ। ଲଟେରି ସପକ୍ଷରେ ଯିବ।

କନ୍ୟା: ବିଶୃଙ୍ଖଳକୁ ଶୃଙ୍ଖଳିତ କରିପାରନ୍ତି। କଳହରୁ ଦୂରେଇ ଗଲେ ସାମାଜିକ ଆଦର ମିଳିବ। ଉଦାର ସ୍ବଭାବର ହେବେ। ଦାନଶୀଳ ହେବେ। ଶୋଭନ ବ୍ୟକ୍ତିତ୍ବର ପରିଚୟ ସୃଷ୍ଟି କରିବେ। ସୁସ୍ଥ ଓ ନିରାମୟ ରହିବେ। କୃଷି କର୍ମକାରୀ ହେବେ।

ତୁଳା: କାର୍ଯ୍ୟରୁ ଆଗ୍ରହ ହରାଇ ପାରନ୍ତି। ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ। ମନ ପ୍ରସନ୍ନ ରହିବ। ଆସ୍ତିକ ସ୍ବଭାବର ହେବେ। ମଧୁରଭାଷୀ ହୋଇପାରନ୍ତି। ଥଣ୍ଡା-କଫଜନିତ ପୀଡ଼ା ଉପୁଜି ପାରେ। ପ୍ରେମୀ ଓ ସାହସୀ ହେବେ।

ବିଛା: ହଜିଥିବା ଦ୍ରବ୍ୟ ଖୋଜିଲେ ମିଳିବ। ଅନୁରୋଧ ରକ୍ଷା କରି କାର୍ଯ୍ୟରେ ଅଧିକ ସମୟ ଦେଇପାରନ୍ତି। ଭାଗ୍ୟଶାଳୀ ହେବେ। ଶୋଭନ ବ୍ୟକ୍ତିତ୍ବର ପରିଚୟ ସୃଷ୍ଟି କରିବେ। ପରଦେଶବାସୀ, ମଧୁରଭାଷୀ, ସହନଶୀଳ ଓ ଶାନ୍ତିପ୍ରିୟ ହେବେ।

ଧନୁ: ମାନସିକ ଉତ୍ତେଜନା ଦେଖାଦେବ। ଶ୍ରୀ ଚନ୍ଦ୍ର ଭୋଗ ହେଉଥିବାରୁ ରୁଚିକର ଭୋଜନ ମିଳିବ। ଶକ୍ତିଶାଳୀ ହେବେ। ଐଶ୍ବର୍ଯ୍ୟଯୁକ୍ତ ହୋଇପାରନ୍ତି। ବ୍ୟବସାୟ ପାଇଁ ଉଦ୍ୟମ ଚଳାଇବେ। ମୋକଦ୍ଦମାରେ ବିଜୟ ଲାଭ କରି ଅର୍ଥ ଉପାର୍ଜନ କରିପାରନ୍ତି।

ମକର: ଚାଷ ଲାଭଦାୟକ ହେବ। ବ୍ୟୟ ପରିମାଣ ବୃଦ୍ଧି ପାଇବ। ଥଣ୍ଡା-କଫ ଆକ୍ରାନ୍ତ ହୋଇପାରନ୍ତି। ଚଞ୍ଚଳ ସ୍ବଭାବର ହେବେ। ଅଧିକାଂଶ ସମୟରେ ଏକାନ୍ତରେ ରହିବାକୁ ଇଚ୍ଛା କରିବେ। ମଧୁରଭାଷୀ ହୋଇପାରନ୍ତି। ଧାର୍ମିକ ପ୍ରବୃତ୍ତିର ହେବେ।

କୁମ୍ଭ: ନୂଆ ବନ୍ଧୁ ସୃଷ୍ଟି କରିପାରନ୍ତି। ଆୟ ଆଶାନୁରୂପ ହୋଇପାରେ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି। ଯଶସ୍ବୀ ହେବେ। ଲୋକପ୍ରିୟତା ଅର୍ଜନ କରିବେ। ସରକାରୀ ସ୍ତରରେ ସମ୍ମାନିତ ହେବେ। ରାଜକୋଷ ଅର୍ଥ ମିଳିପାରେ।

ମୀନ: ବିପଦରେ ପଡ଼ି ମଧ୍ୟ ଭାଇକୁ ସାହାଯ୍ୟ କରିପାରନ୍ତି। ଆପଣଙ୍କ ଶ୍ରମର ମୂଲ୍ୟାଙ୍କନ ହେବ। କୁଳ ଉଳକାରୀ ହେବେ। ମନ ପ୍ରସନ୍ନ ରହିବ। ଦୟାଳୁ ସ୍ବଭାବର ହେବେ। ବ୍ୟବସାୟ ଲାଭଜନକ ହେବ। ଯଶସ୍ବୀ ହେବେ। ପାରିବାରିକ ସ୍ନେହ ଅତୁଟ ରହିବ।

Leave A Reply