ମଙ୍ଗଳବାର ରାଶିଫଳ

0

ମେଷ: ଅଯାଚିତ ସାହାଯ୍ୟ ପାଇପାରନ୍ତି। ପ୍ରୀତିଲାଭ ହେବ। ବ୍ୟବସାୟ ଲାଭଜନକ ହେବ। ସମାଜ ସେବାପ୍ରତି ମନ ବଳାଇ ପାରନ୍ତି। ଶାନ୍ତ ଓ ଧୈର୍ଯ୍ୟବାନ ହେବେ। ପତ୍ନୀଙ୍କ ଅଧୀନ ହେବେ। ବିଦ୍ୟାର୍ଥୀ ସୁଖୀ ହେବେ।
ବୃଷ: ସ୍ୱକର୍ମ ଯୋଗୁଁ ଅର୍ଥ ପ୍ରାପ୍ତ ହେବେ। ଦୁଃସାହସିକ ପଦକ୍ଷେପ ନେଇ କାର୍ଯ୍ୟ କରିପାରନ୍ତି। ବଦଖର୍ଚ୍ଚୀ ହେବେ। ଚକ୍ଷୁରେ ପୀଡ଼ା ଅନୁଭବ କରିପାରନ୍ତି। ଭାଇମାନଙ୍କ ପ୍ରତି ସ୍ନେହଭାବ ରହିବ। ଶତ୍ରୁ ଦମନ କରିବେ। ବିଦ୍ୟାର୍ଥୀଙ୍କର ଶୁଭ ଫଳ।
ମିଥୁନ: ବିଚାରବିମର୍ଶ ଉପରେ କାର୍ଯ୍ୟ କଲେ ସଫଳତା ମିଳିବ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ଆକସ୍ମିକ ଧନ ଲାଭର ସୂଚନା ମିଳୁଛି। ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ। ବିଦ୍ୟାର୍ଥୀ ମନଯୋଗୀ ହୋଇପାରନ୍ତି।
କର୍କଟ: ପଡ଼ୋଶୀମାନଙ୍କ ସହଯୋଗ ମିଳିପାରେ। ଉଦାର ପ୍ରକୃତିର ହୋଇପାରନ୍ତି। ଦାନଶୀଳ ହେବା ଆଶା କରାଯାଏ। ସୁସ୍ଥ ଓ ନିରାମୟ ରହିବେ। କୃଷିକର୍ମକାରୀ ହୋଇପାରନ୍ତି। ବିଦ୍ୟାର୍ଥୀଙ୍କ ଶ୍ରମ ସାର୍ଥକ ହେବ।
ସିଂହ: ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି। ମନପ୍ରସନ୍ନ ରହିବ। ଆସ୍ତିକ ସ୍ୱଭାବର ହେବେ। ମଧୁରଭାଷୀ ହୋଇପାରନ୍ତି। ପ୍ରେମୀ ଓ ସାହସୀ ହେବେ। ସାନଭାଇଙ୍କ ଠାରୁ ଆଦର ମିଳିବ। ବିଦ୍ୟାର୍ଥୀ ସଫଳ ହେବେ।
କନ୍ୟା: ପାରିବାରିକ ବୁଝାମଣା ଠିକ୍‌ ରହିବ। ଭାଗ୍ୟବାନ ହେବେ। ଉତ୍ତମ ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ। ବିଭିନ୍ନ ଦିଗରୁ ଅର୍ଥ ମିଳିବ। ମଧୁରଭାଷୀ, ସହନଶୀଳ ଓ ଶାନ୍ତିପ୍ରିୟ ହେବେ। ମିତ୍ର ସୁଖ ମିଳିବ। ବିଦ୍ୟାର୍ଥୀ ଶିକ୍ଷା ପ୍ରେମୀ ହେବେ।
ତୁଳା: ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଆୟ ଯଥେଷ୍ଟ ପରିମାଣର ହେବ। ରୁଚିକର ଭୋଜନ ମିଳିବ। ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି। ବ୍ୟବସାୟ ପାଇଁ ମନବଳାଇବେ। ମୋକଦ୍ଦମାରେ ବିଜୟୀ ହେବେ। ଧନଲାଭ ହେବ। ବିଦ୍ୟାର୍ଥୀ ଖୁସି ହେବେ।
ବିଛା: ସ୍ୱକାର୍ଯ୍ୟ ସୁଚାରୁରୂପେ ସମ୍ପାଦନ କଲେ ସଫଳତା ମିଳିବ। ଚଞ୍ଚଳ ସ୍ୱଭାବର ହେବେ। କଥାଶୈଳୀରେ ଅନ୍ୟକୁ ବଶ କରି କାର୍ଯ୍ୟ ହାସଲ କରିପାରନ୍ତି। ଗୁପ୍ତ ବିଦ୍ୟାରେ ରୁଚି ରହିବ। ବିଦ୍ୟାର୍ଥୀ ସ୍ୱଜ୍ଞାନ ପରିଚୟ ଦେବେ।
ଧନୁ: ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରି ପ୍ରଶଂସିତ ହେବେ। ଯଶସ୍ୱୀ ହୋଇପାରନ୍ତି। ଲୋକପ୍ରିୟତା ଅର୍ଜନ କରିବେ। ଚଞ୍ଚଳ ପ୍ରକୃତିର ହେବେ। ଉଚ୍ଚସ୍ତରରେ ସମ୍ମାନିତ ହେବେ। ଗୃହ ଓ ଯାନବାହନ ସୁଖ ମିଳିବ। ବିଦ୍ୟାର୍ଥୀଙ୍କୁ ସୁଫଳ ମିଳିବ।
ମକର: କର୍ତ୍ତବ୍ୟ ନିଷ୍ଠ ହେବେ। ଆପଣଙ୍କ ପରିଶ୍ରମର ମୂଲ୍ୟାଙ୍କନ ହେବ। ଲାଭବାନ ହୋଇପାରନ୍ତି। କୁଳଦୀପକ ହେବେ। ମନ ପ୍ରସନ୍ନ ରହିବ। ଦୟାଳୁ ସ୍ୱଭାବର ହେବେ। ବ୍ୟବସାୟ ଲାଭଜନକ ହୋଇପାରେ। ବିଦ୍ୟାର୍ଥୀ କୃତକାର୍ଯ୍ୟ ହେବେ।
କୁମ୍ଭ: ସେବା ମନୋଭାବ ନେଇ କାର୍ଯ୍ୟ କରିପାରନ୍ତି। ଭାଗ୍ୟଶାଳୀ ହେବେ। ଦିନଟି ଭୋଗ ବିଳାସରେ ଅତିବାହିତ କରିପାରନ୍ତି। ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଅର୍ଥ ମିଳିବ। ବିଦ୍ୟାର୍ଥୀ କୃତକାର୍ଯ୍ୟ ହେବେ।
ମୀନ: ଧର୍ମ କର୍ମ ସଂପାଦନ କଲା ବେଳେ ବାଧା ବିଘ୍ନକୁ ଏଡ଼ାଇ ଆଗକୁ ବଢ଼ିବେ। ଈର୍ଷା ପରିତ୍ୟାଗ କଲେ ବହୁ ସୁଫଳ ମିଳିବ। ସାମାନ୍ୟ ଅସୁସ୍ଥତା ଅନୁଭବ କରିବେ। ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କ ରହିବେ। ବିଦ୍ୟାର୍ଥୀଙ୍କୁ ସୁଫଳ ମିଳିପାରେ।

Leave A Reply