ଶନିବାର ରାଶିଫଳ

0

ମେଷ: ଭବିଷ୍ୟତ କର୍ମପନ୍ଥା ପାଇଁ ଯୋଜନା ପ୍ରସ୍ତୁତ କରିପାରନ୍ତି। ମନ ଦୁର୍ବଳ ରହିପାରେ। ଧର୍ମ କାର୍ଯ୍ୟରେ ମନୋନିବେଶ କରିବେ। ଦାନକୁ ବ୍ରତ ଭାବେ ଗ୍ରହଣ କରିପାରନ୍ତି। ସନ୍ମାର୍ଗୀ ହେବେ। ପତ୍ନୀ, ପୁତ୍ରଙ୍କ ସହାୟତା ମିଳିବ।

ବୃଷ: ବିଭିନ୍ନ ସ୍ତରରେ ସମ୍ମାନିତ ହୋଇପାରନ୍ତି। ଧନକ୍ଷୟ ହେବାର ସମ୍ଭାବନା ଅଛି। ଚିନ୍ତାଧାରା ବିକ୍ଷିପ୍ତ ହୋଇପାରେ। ସ୍ଥିତି କରୁଣ ହୋଇପାରେ। ସ୍ୱାସ୍ଥ୍ୟ ପ୍ରତି ସଚେତନ ହେବାକୁ ପଡ଼ିବ। ରୋଗାସକ୍ତ, ଧନଲାଭକାରୀ ଓ ବିଦ୍ୟାବାନ ହେବେ।

ମିଥୁନ: ସୁଖ ସନ୍ତୋଷ ଲାଭ କରିପାରନ୍ତି। ସୌନ୍ଦର୍ଯ୍ୟ ଉପଭୋଗ କରି ଖୁସି ହେବେ। ସର୍ବସୁଖ ଆଶା କରାଯାଏ। ନୂତନ ବନ୍ଧୁଙ୍କ ସାନ୍ନିଧ୍ୟ ଲାଭ କରିବେ। ଆୟ ପରିମାଣ ବୃଦ୍ଧି ପାଇବ। ନୂତନ ଦ୍ରବ୍ୟ କିଣିବେ। କର୍ତ୍ତୃପକ୍ଷଙ୍କ ସହାୟତା ମିଳିବ।

କର୍କଟ: ପ୍ରିୟ ବ୍ୟକ୍ତିଙ୍କ ସହିତ ମତାନ୍ତର ଘଟିପାରେ। କୌଣସି କାରଣ ଯୋଗୁ କ୍ରୋଧିତ ହୋଇପାରନ୍ତି। ରୋଗର ଉପଶମ ହେବ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଶାନ୍ତି, ସନ୍ତୋଷ ଲାଭ କରିପାରନ୍ତି। ନୂତନ ଯୋଜନା ପ୍ରସ୍ତୁତ କରିବେ।

ସିଂହ: ସୁଯୋଗର ସଦ୍‌ବ୍ୟବହାର କରିବେ। ଚିନ୍ତାଗ୍ରସ୍ତ ହୋଇପାରନ୍ତି। ଅଧିକ ବ୍ୟୟର ସମ୍ମୁଖୀନ ହେବେ। ଶତ୍ରୁମାନେ ଯେତେ ବଳବାନ ହେଲେ ବି କିଛି ଅନିଷ୍ଟ କରିପାରିବେ ନାହିଁ। ଧର୍ମାସକ୍ତ, ପୁତ୍ର ଓ ମାତୃ ସୁଖ ଭୋଗୀ ହେବେ।

କନ୍ୟା: ବିପଦ ଦୂରେଇ ଯିବ। ଯେତେ ଅସୁବିଧା ଭୋଗିଲେ ବି ନିଜକୁ କଳହ ମୁକ୍ତ ରଖିବାକୁ ଚେଷ୍ଟା କରିବେ। ଅର୍ଥ, ଦ୍ରବ୍ୟ ଲାଭର ସୂଚନା ମିଳୁଛି। ପାରିବାରିକ ଶାନ୍ତି ଅବ୍ୟାହତ ରହିବ। ଅଜଣା ବ୍ୟକ୍ତିଙ୍କ ଠାରୁ ଦୂରେଇ ରହନ୍ତୁ। ବିଭାଗୀୟ ଅର୍ଥ ମିଳିପାରେ।

ତୁଳା: ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ। ଯାନବାହନ ଚଳାଚଳରୁ ଓହରିଯିବା ବୁଦ୍ଧିମାନର କାର୍ଯ୍ୟ ହେବ। ଶାସ୍ତ୍ରପଟୁ, ପୁଣ୍ୟ ଦେହୀ ସୁବର୍ଣ୍ଣାଦିଯୁକ୍ତ ଓ ରାଜବଂଶ ପୂଜିତ ହେବେ। ସାଧୁ ସେବାରେ ବ୍ରତୀ ହେବେ।

ବିଛା: ଚାକିରିକ୍ଷେତ୍ରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। କେତେକ କ୍ଷେତ୍ରରେ ନିରବଦ୍ରଷ୍ଟା ହୋଇପାରନ୍ତି। ଭୁଲ ଖବର ପାଇ ବିବ୍ରତ ହୋଇପାରନ୍ତି। ଶତ୍ରୁମାନଙ୍କ ପ୍ରତି ସତର୍କ ରହିବେ। ବହୁ ଧନଲାଭ ପୂର୍ବକ ସୁଖରେ ଦିନଟି କଟାଇ ପାରନ୍ତି।

ଧନୁ: କର୍ମକ୍ଷେତ୍ରରେ ଶୁଭଫଳ ମିଳିବ। ମନ ପ୍ରସନ୍ନ ରହିବ। ପାରିବାରିକ ସୁଖ ମିଳିବ। ମନ ପ୍ରଫୁଲ୍ଲ ରହିବ। ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି। ଲକ୍ଷ୍ମୀ ବରଦାୟିକା ଅଛନ୍ତି। ରୁଚିକର ଭୋଜନରେ ଆପ୍ୟାୟିତ ହେବେ। ଚିନ୍ତାଧାରା ଉନ୍ନତମାନର ହେବ।

ମକର: ମୂଲ୍ୟବାନ ଦ୍ରବ୍ୟ ମିଳିପାରେ। ପ୍ରତ୍ୟେକ କାର୍ଯ୍ୟରେ ସହାୟତା ମିଳିପାରେ। ଖର୍ଚ୍ଚ ପରିମାଣ ବୃଦ୍ଧି ହେଲେ ବି, ବିବାଦରେ ବିଜୟୀ ହେବେ। ପାରିବାରିକ ଶାନ୍ତି ଆପଣଙ୍କ ଭାଷା ଓ ବ୍ୟବହାର ଉପରେ ନିର୍ଭର କରୁଛି। ଚକ୍ଷୁପୀଡ଼ା ଅନୁଭବ କରିବେ।

କୁମ୍ଭ: ଆୟ ବୃଦ୍ଧିର ସୁଯୋଗ ସୃଷ୍ଟି ହୋଇଛି। ନିଜକାର୍ଯ୍ୟରେ ଆତ୍ମ ସନ୍ତୋଷ ଲାଭ କରିପାରନ୍ତି। ସମସ୍ତ କାର୍ଯ୍ୟ ଯୋଜନାବଦ୍ଧ ଭାବେ କରିବେ। କରିତ୍‌କର୍ମା ହେବେ। ସମ୍ମାନିତ ହେବେ। କର୍ମକ୍ଷେତ୍ରରେ ସୁଜନଙ୍କ ପ୍ରିୟପାତ୍ର ହେବେ।

ମୀନ: ସୁଖ ସମ୍ମାନ ଲାଭର ସୁଯୋଗ ସୃଷ୍ଟି ହୋଇଛି। ପାରିବାରିକ ସୁଖ ମିଳିବ। ଆର୍ଥିକ ସ୍ଥିତିରେ ଢ଼େର ଉନ୍ନତି ଘଟିବ। ସନ୍ତୋଷ ମିଳିବ। ମିଠା କଥା କହି ବନ୍ଧୁଙ୍କୁ ଅତି ଆପଣାର କରିପାରନ୍ତି। ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିବା ପାଇଁ ଆଗ୍ରହୀ ହେବେ।

Leave A Reply