ସୋମବାର ରାଶିଫଳ

0

ମେଷ: ଶ୍ରେଷ୍ଠ ସ୍ଥାନ ଅଧିକାର କରିପାରନ୍ତି। ଶତ୍ରୁ ଉପରେ ବିଜୟ ହାସଲ କରିବେ। ବହୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରିବେ। ସମ୍ମାନିତ ହେବେ; ମାତ୍ର ସଦାସର୍ବଦା ଅପ୍ରିୟ ପରିସ୍ଥିତିର ସମ୍ମୁଖୀନ ହୋଇପାରନ୍ତି।

ବୃଷ: ଯାତ୍ରା ପାଇଁ ବାତାବରଣ ଅନୁକୂଳ ଅଛି। ପରୋପକାରୀ ହେବେ। ବିଦ୍ୟା ରୂପକ ମହାଧନ ପ୍ରାପ୍ତ ହୋଇପାରନ୍ତି। ପୁତ୍ର ସନ୍ତାନ ମିଳି ପାରେ। ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି। ପ୍ରୀତି ଲାଭ କରିବେ। ମିଷ୍ଟାନ୍ନ ଭୋଜନ ମିଳିବ।

ମିଥୁନ: ପରିବାରରେ ଅସନ୍ତୋଷ ଦେଖା ଦେଇପାରେ। ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି। ଅଷ୍ଟମ ଚନ୍ଦ୍ର ଓ ଘାତଚନ୍ଦ୍ର ଏକତ୍ର ଭୋଗ ହେଉଥିବାରୁ ଖୁବ୍‌ ସତର୍କତାର ସହ ଚଳିବାକୁ ପଡ଼ିବ। ଭାଗ ବ୍ୟବସାୟରୁ ସ୍ୱଳ୍ପ ଲାଭ ମିଳିବ।

କର୍କଟ: ମନରେ ଭୟର ସଂଚାର ହୋଇପାରେ। ବନ୍ଧୁ ମିଳନ ଆପଣଙ୍କ ପାଇଁ ଶୁଭଦାୟକ ହେବ। ସୁସ୍ଥ ଓ ନିରାମୟ ରହିବେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଶାନ୍ତି ସନ୍ତୋଷ ଲାଭ କରିପାରନ୍ତି। ବ୍ୟବସାୟରେ ଅଗ୍ରଗତି ଘଟିବ। ଶୁଭ କାର୍ଯ୍ୟରେ ଯୋଗ ଦେବେ।

ସିଂହ: ଷଡ଼ଯନ୍ତ୍ରରୁ ଉଧୁରି ଯିବେ। ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ। ସମସ୍ତ କାର୍ଯ୍ୟ ସାବଧାନତାର ସହ କରିବାକୁ ପଡ଼ିବ ; ନଚେତ୍‌ ବିପଦରେ ପଡ଼ିପାରନ୍ତି। ଯାତ୍ରା ସମୟରେ ସତର୍କ ରହିବା ନିହାତି ଦରକାର।

କନ୍ୟା: କାର୍ଯ୍ୟରେ ସଫଳତା ଲାଭ କରିବେ। ବିଜ୍ଞ ଲୋକଙ୍କ ପରାମର୍ଶ ଆପଣଙ୍କ ପାଇଁ ଉପାଦେୟ ହେବ। ସାଧୁ କଲ୍ୟାଣ ଲାଭ କରି କୃତାର୍ଥ ହେବେ। ଦ୍ୱିଜ ଦେବତାମାନଙ୍କ ଠାରୁ ଗୁପ୍ତବିଦ୍ୟା ଶିକ୍ଷା କରିପାରନ୍ତି। ବହୁ ସୁଖର ଅଧିକାରୀ ହୋଇପାରନ୍ତି।

ତୁଳା: ବନ୍ଧୁ ସହଯୋଗ ପାଇ ବିଶେଷ ଉପକୃତ ହୋଇପାରନ୍ତି। ମନରେ ପ୍ରସନ୍ନତା ଆସିବ। ପାରିବାରିକ ସୁଖ ମିଳିବ। ବ୍ୟବସାୟ ଲାଭଜନକ ହେବ। କାର୍ଯ୍ୟ କ୍ଷେତ୍ରରେ ଢ଼େର ଉନ୍ନତି ଘଟିବ। କଥାବାର୍ତ୍ତାରେ ସଂଯମ ରକ୍ଷା କରିବାକୁ ପଡ଼ିବ।

ବିଛା: ଉଚ୍ଚପଦସ୍ଥ ବ୍ୟକ୍ତି ଆପଣଙ୍କୁ ସାହାଯ୍ୟ କରିବେ। ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ସମ୍ମାନିତ ହୋଇପାରନ୍ତି। ସଦ୍‌ଗୁଣର ବିକାଶ ଘଟାଇ ପାରନ୍ତି। ଶତ୍ରୁତାରେ ବିଜୟ ଲାଭ କରିବେ। ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେଇ ସନ୍ତୁଷ୍ଟ ହେବେ।

ଧନୁ: ଯୋଗାଯୋଗରେ ଅପୂର୍ବ ସଫଳତା ମିଳିବ। ଲୋଭଗ୍ରସ୍ତ ହୋଇପାରନ୍ତି। କାର୍ଯ୍ୟକ୍ଷେତ୍ରରେ ସମସ୍ୟା ଦେଖାଦେଇ ପାରେ। ପ୍ରତିକୂଳ କରିସ୍ଥିତି ଯୋଗୁଁ ବିବ୍ରତ ହୋଇପାରନ୍ତି। ଆପଣଙ୍କ କାର୍ଯ୍ୟରେ ଜନତା ଅଭିଭୂତ ହୋଇ ପ୍ରଶଂସା କରିପାରନ୍ତି।

ମକର: ପାରିବାରିକ ଅଶାନ୍ତି ଦେଖା ଦେଇପାରେ। କାର୍ଯ୍ୟକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ବିବାଦରେ ବିଜୟ ଲାଭ କରିବେ। ଆୟ ବୃଦ୍ଧିର ସୂଚନା ମିଳୁଛି। ଅସୁସ୍ଥତାର ଉପଶମ ହେବ। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

କୁମ୍ଭ: ନୂତନ କାର୍ଯ୍ୟ ସଂପାଦନ କରି ମନସ୍କାମନା ପୂରଣ କରିପାରନ୍ତି। ସାଧନାରେ ସିଦ୍ଧିପ୍ରାପ୍ତ ହେବେ। ବହୁ ଶୁଭଫଳ ଆଶା କରାଯାଏ। ଅପ୍ରିୟ ସତ୍ୟ କହି ବିରୋଧର ସମ୍ମୁଖୀନ ହୋଇପାରନ୍ତି। ଯେତେ ମିତବ୍ୟୟୀ ହେଲେ ବି ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ।

ମୀନ: ମନ ପ୍ରସନ୍ନ ରହିବ। ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ। ପାରିବାରିକ ସୁଖ ଶାନ୍ତି ଅବ୍ୟାହତ ରହିବ। ସୁଖ ସନ୍ତୋଷ ଲାଭ କରିପାରନ୍ତି। ବ୍ୟବସାୟରେ ଅଧିକ ଲାଭବାନ୍‌ ହେବେ। ମିଠା କଥା କହି ପରକୁ ଆପଣାର କରିପାରନ୍ତି। ଦ୍ରବ୍ୟ କ୍ରୟରେ ଆଗ୍ରହୀ ହେବେ।

Leave A Reply