ସୋମବାର ରାଶିଫଳ

0

ମେଷ: ଧୈର୍ଯ୍ୟଧରି କାର୍ଯ୍ୟ କଲେ ସଫଳତାର ଶୀର୍ଷରେ ଉପନୀତ ହେବେ। ମନୋବଳ ଦୃଢ଼ ରହିବ। ଆର୍ଥିକ କ୍ଷେତ୍ର ସ୍ୱଚ୍ଛଳ ରହିବ। ପ୍ରଭାବ ବିସ୍ତାର କରିବେ। ମନସ୍କାମନା ପୂର୍ଣ୍ଣ ହେବ। ଗୁରୁଜନଙ୍କ ଆଶୀର୍ବାଦ ମିଳିବ।
ବୃଷ: ସୁଯୋଗ ହାତଛଡ଼ା ହେବ ନାହିଁ। କାର୍ଯ୍ୟ ବିଳମ୍ବିତ ହୋଇପାରେ। ଦୁଃଖିତ ହୋଇପାରନ୍ତି। ଅଧିକ ଚିନ୍ତା ମନଭରାକ୍ରାନ୍ତର କାରଣ ହେବ। ବିଭିନ୍ନ ଦିଗରୁ ଧନାଗମ ହେବ। ଭାଗ୍ୟବାନ୍‍ ହେବେ।
ମିଥୁନ: ପଦୋନ୍ନତିର ସୂଚନା ମିଳିବ। ସୁଖ, ସମ୍ମାନ ଲାଭ କରିବେ। କର୍ମକ୍ଷେତ୍ରରେ ଢ଼େର ଉନ୍ନତି ଘଟିବ। ପାରିବାରିକ ସୁଖ, ଶାନ୍ତି ଅବ୍ୟାହତ ରହିବ। ବିଭିନ୍ନ ସୂତ୍ରରୁ ଏପରିକି ରାଜକୋଷ ଅର୍ଥ ପାଇ ପାରନ୍ତି।
କର୍କଟ: ଆକସ୍ମିକ ଧନ ପ୍ରାପ୍ତି ହୋଇପାରେ। ପଥରୋଧର ସମ୍ମୁଖୀନ ହୋଇପାରନ୍ତି। ଅଯଥାରେ ଖର୍ଚ୍ଚାନ୍ତ ହେବାର ସୂଚନା ମିଳୁଛି। କାର୍ଯ୍ୟ ପ୍ରାପ୍ତିରେ ବିଳମ୍ବ ଘଟିପାରେ। ବିବାଦୀୟ ବିତର୍କରେ ଭାଗ ନେବେ ନାହିଁ।
ସିଂହ: ଆୟ ଯଥେଷ୍ଟ ପରିମାଣର ହୋଇପାରେ। ସାଧନାରେ ସିଦ୍ଧିପ୍ରାପ୍ତ ହେବେ। ପଦୋନ୍ନତି ହେବା ଆଶା କରାଯାଏ। ବ୍ୟବସାୟ ଲାଭଜନକ ହେବ। ସାମାଜିକ ସ୍ତରରେ ସୁନାମ ଅର୍ଜନ କରିବେ।
କନ୍ୟା: ସରକାରୀ ସ୍ତରରୁ ଅର୍ଥ ଓ ସମ୍ମାନ ପାଇ ଖୁସି ହେବେ। ଆୟ ଉତ୍ତମଧରଣର ହେବ। କର୍ମକ୍ଷେତ୍ରକୁ ଉଜ୍ଜ୍ୱଳମୟ କରିବେ। ଯାନବାହନ ଚଳାଚଳରେ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ।
ତୁଳା: ଧର୍ମ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି। ପୂର୍ବାପେକ୍ଷା ଅଧିକ ଦାୟିତ୍ୱ ବହନ କରି ସୁରୁଖୁରୁରେ କାର୍ଯ୍ୟ ସମ୍ପାଦନ କରିବେ। ମଉଜ-ମଜଲିସରେ ଦିନଟି ଅତିବାହିତ କରିପାରନ୍ତି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି।
ବିଛା: ଅଜାଣତରେ କ୍ଷତିଗ୍ରସ୍ତ ହୋଇପାରନ୍ତି। ଆତ୍ମ ସଂଯମୀ ହେବେ। ଅଷ୍ଟମ ଚନ୍ଦ୍ର ଓ ଘାତଚନ୍ଦ୍ର ଏକତ୍ର ଭୋଗ ହେଉଥିବାରୁ ଶାରୀରିକ କ୍ଲେଶ ଭୋଗ କରିପାରନ୍ତି। ବନ୍ଧୁମାନେ କର ଛଡ଼ା ଦେବେ। କେବଳ ଭାଗ ବ୍ୟବସାୟ ଲାଭଜନକ ହେବ।
ଧନୁ: ମନ ପ୍ରସନ୍ନ ରହିବ। ପ୍ରଭାବ ବିସ୍ତାର କରି ସୁଖ-ଶାନ୍ତିରେ ସମୟ ଅତିବାହିତ କରିବେ। ସାଙ୍ଗଠନିକ କାର୍ଯ୍ୟରେ ନିୟୋଜିତ ହେବେ। ବନ୍ଧୁ ସହାୟତା ପାଇ କାର୍ଯ୍ୟ ହାସଲ କରିପାରନ୍ତି। ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର ନିଷ୍ପତ୍ତି ନେବେ।
ମକର: କଷ୍ଟ ଭୋଗ କରି ମଧ୍ୟ, ଲାଭବାନ ହେବେ। ଆତ୍ମ ସଂଯମୀ ହେବେ। ସତ୍‍କର୍ମରେ ବ୍ୟୟ କରିପାରନ୍ତି। ସର୍ବ କୁଶଳ ଆଶା କରାଯାଏ। କର୍ମକ୍ଷେତ୍ରରେ ଉତ୍ସାହିତ ମନ ନେଇ କାର୍ଯ୍ୟ ସଂପାଦନ କରିବେ। ଶତ୍ରୁ ଦମନ କରିପାରନ୍ତି।
କୁମ୍ଭ: ବ୍ୟସ୍ତତାର ଲାଘବ ପାଇଁ ଆଶ୍ୱସନା ମିଳିବ। କାର୍ଯ୍ୟ ହାସଲ ପାଇଁ ଚଞ୍ଚଳ ଚେଷ୍ଟିତ ହେବେ। ଏଥିପାଇଁ ଆବଶ୍ୟକ ଠାରୁ ଅଧିକ ବ୍ୟୟ ହୋଇପାରେ। ପ୍ରଚୁର ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଜ୍ଞାନ, ଗରିମା ପ୍ରକାଶ ପାଇବ।
ମୀନ: କାର୍ଯ୍ୟ ସହଜ, ସରଳ ଓ ବୋଧଗମ୍ୟ ହେବ। ଦ୍ରବ୍ୟନଷ୍ଟ ହୋଇପାରେ। କର୍ମକ୍ଷେତ୍ରରେ ସଫଳତା ଲାଭ କରିବେ। ଚଞ୍ଚଳତାଯୁକ୍ତ ହେବେ। ବହୁ ଦ୍ରବ୍ୟ ଲାଭର ସୂଚନା ମିଳୁଛି। କୃଷିରୁ ଲାଭ ମିଳିବ। ସର୍ବ କୁଶଳ ଆଶାକରାଯାଏ।

Leave A Reply