ଶନିବାର ରାଶିଫଳ

0

ମେଷ: ଦୂରବନ୍ଧୁଙ୍କ ଦ୍ୱାରା ଉପକୃତ ହେବେ। ଆଶାବାଦୀ ହୋଇପାରନ୍ତି। ଭୁଲ ଖବର ପାଇ ବିବ୍ରତ ହେବାର ସୂଚନା ମିଳୁଛି। ପ୍ରଭାବ ବିସ୍ତାର କରିବେ। ମନସ୍କାମନା ପୂରଣ ହେବ। କୀର୍ତ୍ତିମାନ ହେବେ। ପାରିବାରିକ ସୁଖ ମିଳିବ।

ବୃଷ: ଦିନଟି ଶୁଭଙ୍କର। ଆୟ ବୃଦ୍ଧିର ସୂଚନା ମିଳୁଛି। ରୁଚିକର ଭୋଜନ ମିଳିବ। ସୁସ୍ଥ ଓ ନିରାମୟ ରହିବେ। ବନ୍ଧୁ ଓ ସରକାରୀ ସହାୟତାରୁ ଲାଭବାନ ହେବେ। ଚିନ୍ତାଧାରା ଉନ୍ନତମାନର ହେବ। ଦାମ୍ପତ୍ୟ ସୁଖ ମିଳିବ।

ମିଥୁନ: ପାରିବାରିକ ସ୍ତରରେ ସୁଖ-ଶାନ୍ତିର ବାତାବରଣ ସୃଷ୍ଟି ହେବ। କାର୍ଯ୍ୟରେ ବିଘ୍ନ ଘଟିପାରେ। ବନ୍ଧୁ ମିଳନ ଘଟିବ। ଚେଷ୍ଟାରେ ସଫଳତା ମିଳିବ। ଶୁଣାକଥାକୁ ବିଶ୍ୱାସ ନକରି ନିଜ ବୁଦ୍ଧି ବଳ ପ୍ରୟୋଗ କରିବେ।

କର୍କଟ: ଆବଶ୍ୟକ କ୍ରୟ କରିପାରନ୍ତି। କର୍ମକ୍ଷେତ୍ରରେ ଢ଼େର ଉନ୍ନତି ଘଟିବ। ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଲାଭ କରିବେ। ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ମିଳିବ। ସରକାରୀ ସ୍ତରରୁ ଅର୍ଥ ଓ ସମ୍ମାନ ମିଳିବ। ଲୋକପ୍ରିୟ ହେବେ।

ସିଂହ: ପରିଶ୍ରମର ମୂଲ୍ୟ ମିଳିବ। କର୍ମକ୍ଷେତ୍ରରେ ଜୟଯୁକ୍ତ ହେବେ। ରାଜନୀତି କ୍ଷେତ୍ରରେ ଆଗକୁ ବଢ଼ି ଚାଲିବେ। ବନ୍ଧୁମାନଙ୍କ ଗହଣରେ କିଛି ମନ୍ତବ୍ୟ ଦେବା ପୂର୍ବରୁ ଆଉ ଥରେ ଚିନ୍ତା କରିବେ। ଅର୍ଥପ୍ରାପ୍ତିର ସୂଚନା ମିଳୁଛି।

କନ୍ୟା: ବ୍ୟୟ ବୃଦ୍ଧି ରୋକିବାରେ ସକ୍ଷମ ହେବେ। ସଜ୍ଜନଙ୍କ ସଂସ୍ପର୍ଶରେ ଆସିପାରନ୍ତି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସମୃଦ୍ଧି ପଥରେ ଆଗେଇବେ। ପରୋପକାରୀ ହୋଇପାରନ୍ତି।

ତୁଳା: ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି। ଅପ୍ରିୟ ସତ୍ୟ କହି ବିରୋଧୀ ହେବା ସହ ଅଡୁଆରେ ପଡ଼ିପାରନ୍ତି। ଅଯଥା ଖର୍ଚ୍ଚାନ୍ତରେ ପଡ଼ି ପାରନ୍ତି। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ଯାନବାହନ ଚଳାଚଳରେ ସତର୍କ ରହିବେ। ଜଳଯାତ୍ରା ମନା।

ବିଛା: ଗୁପ୍ତଧନର ସନ୍ଧାନ ପାଇବେ। ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ। କାର୍ଯ୍ୟ ହାସଲ କରିବା ପାଇଁ ଅର୍ଥ ସଙ୍କଟ ଉପୁଜି ପାରେ। ବନ୍ଧୁ ସହାୟତାରୁ ଦୁଃଖ ଲାଘବ ହୋଇପାରେ। ଯଶ ଅର୍ଜନ କରିବେ। ବାଣିଜ୍ୟରେ ଲାଭ ହେବ।

ଧନୁ: ନିଜ ଚିନ୍ତାଧାରା ପ୍ରୟୋଗ କରି କାର୍ଯ୍ୟ କଲେ ସଫଳତା ମିଳିବ। ଜନ ସମାଜରେ ପ୍ରଭାବ ବିସ୍ତାର କରିବେ। ସୁଖ-ଶାନ୍ତିରେ ଦିନଟି ଅତିବାହିତ ହେବ। ବ୍ୟବସାୟରେ ଲାଭବାନ ହେବେ। ସାଙ୍ଗଠନିକ କାର୍ଯ୍ୟରେ ପ୍ରଶଂସାର ପାତ୍ର ହୋଇପାରନ୍ତି।

ମକର: ଆୟ ବୃଦ୍ଧିର ସୂଚନା ମିଳୁଛି। ପ୍ରାଥମିକ ଶତ୍ରୁ ଉତ୍ପାତ ବୃଦ୍ଧି ପାଇଲେ ବି ଶେଷରେ ଶତ୍ରୁ ନାଶ କରିବାରେ ସିଦ୍ଧହସ୍ତ ହେବେ। କାର୍ଯ୍ୟ ବିଳମ୍ବିତ ହୋଇପାରେ। କଥାବାର୍ତ୍ତାରେ ସଂଯମତା ରକ୍ଷା ନକଲେ ବିପଦରେ ପଡ଼ି ପାରନ୍ତି।

କୁମ୍ଭ: ଶୁଭକାର୍ଯ୍ୟ ସମ୍ପାଦନ କରି ଆତ୍ମତୃପ୍ତି ଲାଭ କରିବେ। ବିଭିନ୍ନ ଦିଗରୁ ଧନାଗମର ସୁଯୋଗ ସୃଷ୍ଟି ହୋଇଛି। ଅସୁସ୍ଥତାରୁ ଆରୋଗ୍ୟ ହେବାର ସୂଚନା ମିଳୁଛି। ପାରିବାରିକ ସୁଖ ଅବ୍ୟାହତ ରହିବ। ଉପରିସ୍ଥ ଲୋକେ ସମ୍ମାନିତ କରିବେ।

ମୀନ: ଅନେକ କ୍ଷେତ୍ରରେ ପ୍ରଶଂସିତ ହେବେ। ପ୍ରତିଯୋଗିତାରେ ବିଜୟୀ ହେବେ। ରାଜନୀତି କ୍ଷେତ୍ରରେ ସମ୍ମାନିତ ହୋଇପାରନ୍ତି। କାର୍ଯ୍ୟରେ ସଫଳତା ମିଳିବ। ଦଳୀୟ ନେତୃତ୍ୱ ଓ ସାଙ୍ଗଠନିକ କାର୍ଯ୍ୟରେ ସିଦ୍ଧହସ୍ତ ହୋଇପାରନ୍ତି।

Leave A Reply