ବୁଧବାର ରାଶିଫଳ

0

ମେଷ: ଶ୍ରୀଚନ୍ଦ୍ର ଭୋଗ ହେଉ ଥିବାରୁ ରୁଚିକର ଭୋଜନରେ ଆପ୍ୟାୟିତ ହେବେ। ଐଶ୍ୱର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ରୋଜଗାର ଆଶାନୁରୂପ ହେବ। ରଣକ୍ଷେତ୍ରରେ ପାରଙ୍ଗମ ହେବେ। ମୋକଦ୍ଦମାରେ ବିଜୟୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

ବୃଷ: କାର୍ଯ୍ୟରେ ଆଗେଇବେ; ମାତ୍ର ମନ୍ଥର ଗତିରେ। ଚଞ୍ଚଳ ସ୍ୱଭାବର ହୋଇପାରନ୍ତି। ଥଣ୍ଡା କଫରେ ଆକ୍ରାନ୍ତ ହୋଇପାରନ୍ତି। ମଧୁରଭାଷୀ ହେବେ। ଅଯଥା କାର୍ଯ୍ୟରେ ଖର୍ଚ୍ଚାନ୍ତ ହୋଇପାରନ୍ତି। ଗୁପ୍ତ ବିଦ୍ୟାରେ ରୁଚି ରହିବ। ସାହସୀ ଓ ଜ୍ଞାନୀ ହେବେ।

ମିଥୁନ: ଆୟବୃଦ୍ଧିର ସୁଯୋଗ ସୃଷ୍ଟି ହୋଇଛି। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ। ଯଶସ୍ୱୀ ହେବେ। ଲୋକପ୍ରିୟତା ଅର୍ଜନ କରିବେ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। କାର୍ଯ୍ୟରେ ସଫଳତା ମିଳିବ। ସରକାରୀ ଅର୍ଥ ମିଳିପାରେ।

କର୍କଟ: କର୍ମକ୍ଷେତ୍ର ଶୃଙ୍ଖଳିତ ହେବ। ସୁଖ, ସମ୍ମାନ ଲାଭ କରିବେ। କୁଳର ଟେକ ରଖିବେ। ମନ ପ୍ରସନ୍ନ ରହିବ। ଶରୀର ସୁସ୍ଥ ରହିବ। ଦୟାଳୁ ବ୍ୟକ୍ତିବିଶେଷ ଭାବେ ନିଜର ପରିଚୟ ସୃଷ୍ଟି କରିବେ। ଯଶସ୍ୱୀ ହେବେ। ବ୍ୟବସାୟ ଲାଭଜନକ ହେବ।

ସିଂହ: ନିଜର ଅଧିକାର ସାବ୍ୟସ୍ତ କରିପାରନ୍ତି। ସେବା ମନୋଭାବର ହୋଇପାରନ୍ତି। ଭାଗ୍ୟଶାଳୀ ହେବେ। ଦିନଟି ଭୋଗ-ବିଳାସରେ ଅତିବାହିତ ହେବେ। ସୁଖ-ସମୃଦ୍ଧିର ମୂଳଦୁଆ ପଡ଼ିବ। ଧର୍ମାତ୍ମା, ବିଦ୍ୱାନ ଓ ସାହସୀ ହେବେ।

କନ୍ୟା: କର୍ମକ୍ଷେତ୍ରରେ ସହାୟତା ପାଇ ଆତ୍ମ ସନ୍ତୋଷ ଲାଭ କରିବେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ସ୍ୱାଭିମାନୀ ହେବେ। ଭାଗବ୍ୟବସାୟ ଲାଭଜନକ ହେବ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ।

ତୁଳା: ବନ୍ଧୁମାନଙ୍କର ସାନ୍ନିଧ୍ୟ ପାଇ ଖୁସି ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ସମାଜ ସେବାରେ ନିଜକୁ ନିୟୋଜିତ କରିପାରନ୍ତି। ମନରେ ଅହଂଭାବ ଦେଖାଦେଇ ପାରେ। ଶାନ୍ତ ଓ ଧୈର୍ଯ୍ୟବାନ ହେବେ। ପତ୍ନୀଙ୍କ ଅଧୀନ ହେବେ।

ବିଛା: ମନରେ ଗର୍ବଭାବ ବହନ କରିପାରନ୍ତି। ବାଜେ ଖର୍ଚ୍ଚ କରିପାରନ୍ତି। ଚକ୍ଷୁରେ ଯନ୍ତ୍ରଣା ଅନୁଭବ କରିପାରନ୍ତି। ଭାଇମାନଙ୍କ ପ୍ରତି ସ୍ନେହଭାବ ରହିବ। ସୁସ୍ଥ ଓ ନିରାମୟ ରହିବେ। ଶତ୍ରୁ ଦମନ କରି ଆଶ୍ୱସ୍ତି ଲାଭ କରିବେ।

ଧନୁ: ଚିନ୍ତା ପ୍ରକଟ କରିପାରନ୍ତି। ଚଞ୍ଚଳ ପ୍ରକୃତିର ହେବେ। ଆକସ୍ମିକ ଧନଲାଭ ହେବାର ସୂଚନା ମିଳୁଛି। ବ୍ୟବସାୟରେ ପ୍ରଚୁର ଧନଲାଭ ହେବ। ଲଟେରି ଜିଣିବାର ସମ୍ଭାବନା ଅଛି। ପତ୍ନୀଙ୍କ ସାହଚର୍ଯ୍ୟ ପାଇ କୃତକାର୍ଯ୍ୟ ହେବେ।

ମକର: କାର୍ଯ୍ୟକ୍ଷେତ୍ରରେ ସହଯୋଗୀଙ୍କ ସହ ମନୋମାଳିନ୍ୟ ଘଟିପାରେ। ଉଦାର ସ୍ୱଭାବର ହେବେ। ଦାନଶୀଳ ହୋଇପାରନ୍ତି। ବ୍ୟକ୍ତିତ୍ୱର ପରାକାଷ୍ଠା ପ୍ରତିପାଦନ କରିବେ। ସ୍ୱାସ୍ଥ୍ୟ ଭଲ ରହିବ। କୃଷି କର୍ମରେ ଦକ୍ଷ ଓ ସୁଖୀ ହେବେ।

କୁମ୍ଭ: କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧିପାଇବ। ମନ ପ୍ରସନ୍ନ ରହିବ। ଆସ୍ତିକ ହେବେ। କଥା ଶୈଳୀ ରୁଚିକର ହେବ। ପ୍ରେମୀ ଓ ସାହସୀ ହେବେ। ସାନଭାଇଙ୍କ ଠାରୁ ଆଦର ସମ୍ମାନ ମିଳିବ। ଧାର୍ମିକ ବନ୍ଧୁ ପ୍ରେମୀ ଓ ବିଦ୍ୱାନ ହେବେ।

ମୀନ: ପର ପାଇଁ ନିଜେ ଖୋଳିଥିବା ଗାତରେ ନିଜେ ପଡ଼ିଯାଇ ପାରନ୍ତି; ତଥାପି ଭାଗ୍ୟଶାଳୀ ହେବେ। ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି। ମଧୁରଭାଷୀ, ସହନଶୀଳ ଓ ଶାନ୍ତିପ୍ରିୟ ହେବେ। ଉଦାର ବିଦ୍ୟାପ୍ରେମୀ ହେବେ। ମିତ୍ରସୁଖ ମିଳିବ।

Leave A Reply