ବୁଧବାର ରାଶିଫଳ

0

ମେଷ: ଦିନସାରା କାର୍ଯ୍ୟ ବ୍ୟସ୍ତ ରହିବେ। ମନରେ ଉଦ୍‍ବେଗ ଜାତ ହୋଇପାରେ। କର୍ତ୍ତବ୍ୟ ପରାୟଣ ହେବେ। ବ୍ୟବସାୟ ଲାଭଜନକ ହେବ। ଅର୍ଥପ୍ରାପ୍ତିର ସୂଚନା ମିଳୁଛି। ସ୍ତ୍ରୀ ଧନ ହେତୁ ସୁଖୀ ହେବେ। ବିନୀତ ସ୍ୱଭାବ ହେବ।
ବୃଷ: ମନ ଫୂର୍ତ୍ତି ରହିବ। କିନ୍ତୁ କାର୍ଯ୍ୟ କଠିନ ହେବ। ଘାତଚନ୍ଦ୍ର ଭୋଗ ହେତୁ ସତର୍କତାର ସହ କାର୍ଯ୍ୟ କରିବାକୁ ପଡ଼ିବ। ନିଧି ପ୍ରାପ୍ତିର ସୂଚନା ମିଳୁଛି। ଚିତ୍ତ ସନ୍ତୁଷ୍ଟ ରହିବ। ବହୁ ସୁଖର ଅଧିକାରୀ ହେବେ। ପତ୍ନୀଙ୍କ ସାହଚର୍ଯ୍ୟ ମିଳିବ।
ମିଥୁନ: ଗୃହ କାର୍ଯ୍ୟରେ ମନ ବଳାଇପାରନ୍ତି। ଅଧିକ ଦାୟିତ୍ୱ ବହନ କରିବେ। ଶତ୍ରୁ ବୃଦ୍ଧିର ସୂଚନା ମିଳୁଛି। ଚିନ୍ତାଧାରା ବିକ୍ଷିପ୍ତ ହୋଇପାରେ। ପ୍ରବକ୍ତା ହେବେ। ଶ୍ରେଷ୍ଠ ଆସନରେ ଆସୀନ ହେବେ। କୁଳ ପ୍ରଧାନ ହେବା ଆଶା କକରାଯାଏ।
କର୍କଟ: ଦକ୍ଷତାର ଉପଯୋଗ କରିବେ। ପ୍ରବଳ ଉତ୍ସାହ ଉଦ୍ଦିପନାରେ କାର୍ଯ୍ୟ ସମ୍ପାଦନ କରିପାରନ୍ତି। ମନରେ ପ୍ରସନ୍ନତା ଆସିବ। କର୍ମଚଞ୍ଚଳ ରହିବେ। ଶତ୍ରୁନାଶ କରିପାରନ୍ତି। ପତ୍ନୀଙ୍କ ସ୍ୱାସ୍ଥ୍ୟ ଉପରେ ନଜର ଦେବାକୁ ପଡ଼ିବ।
ସିଂହ: ପଡ଼ୋଶୀମାନେ ଅସୁବିଧାରେ ପକାଇବାକୁ ଚେଷ୍ଟା କରିବେ। ଏଥି ପାଇଁ ମନରେ ଦୁର୍ଭାବନା ଜାତ ହୋଇପାରେ। ଅର୍ଥାଗମର ସୂଚନା ମିଳୁଛି। ସର୍ବାଙ୍ଗୀଣ ଉନ୍ନତି ହେବ। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ।
କନ୍ୟା: ଭ୍ରାତୃ ବିବାଦ ମିଳେଇ ଯିବ। ସୁଖ ସମ୍ମାନ ଲାଭ କରିପାରନ୍ତି। ପ୍ରୀତିପୂର୍ଣ୍ଣ ସମ୍ଭାଷଣରେ ଜନ ସମର୍ଥନ ପାଇପାରନ୍ତି। ଅର୍ଥ ସଞ୍ଚୟ କରିବାରେ ସକ୍ଷମ ହେବେ। ବୁଦ୍ଧି ପ୍ରୟୋଗ କରି କାର୍ଯ୍ୟ ହାସଲ କରିପାରନ୍ତି।
ତୁଳା: କାର୍ଯ୍ୟ ବିଳମ୍ବିତ ହୋଇପାରେ। ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ। ଶାସ୍ତ୍ର ଉପରେ ନିଜର ଅଭିଜ୍ଞତା ପ୍ରକାଶ କରିବେ। ରାଜ ପୂଜିତ ହେବେ। ଯାନବାହନଯୁକ୍ତ ହୋଇପାରନ୍ତି। ଗ୍ରାମର ଅଧିପତି ହେବେ। ବହୁ ପୋଷକ ହେବେ।
ବିଛା: ନିଜର ଦାବି ଉପସ୍ଥାପନ କରିବେ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ପରିିସ୍ଥିିତି ଅନୁକୂଳ ରହିଛି। ବିଭିନ୍ନ ସ୍ତରରେ ପ୍ରଶଂସିତ ହେବେ। ଆୟ ବୃଦ୍ଧିର ସୂଚନା ମିଳୁଛି। ବିଭାଗୀୟ ସ୍ତରରୁ ଅର୍ଥ ପ୍ରାପ୍ତିର ସୁଯୋଗ ଅଛି। ସୁଖ ମିଳିବ।
ଧନୁ: ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେଇ ଆତ୍ମତୃପ୍ତି ଲାଭ କରିବେ। ସୁଖ ସନ୍ତୋଷ ମିଳିବ। କାର୍ଯ୍ୟରେ ସଫଳତା ଲାଭ କରିବେ। ଚିନ୍ତାଧାରା ଉନ୍ନତିମାନର ହେବ। ଦୀର୍ଘ ଦିନର ଆଶା ପୂରଣ ହେବ। ବ୍ୟବସାୟ ଲାଭଜନକ ହେବ।
ମକର: କାର୍ଯ୍ୟ କରିବା ପାଇଁ ନୂତନ ସୁଯୋଗ ମିଳି ପାରେ। ଭ୍ରମଣ ଯୋଗ ଅଛି। ବିଭିନ୍ନ ସ୍ତରରୁ ସହ ଯୋଗ ମିଳିବ। ଧର୍ମ-କର୍ମ ସମ୍ପାଦନ କରିପାରନ୍ତି। ମହତ୍‍ କାର୍ଯ୍ୟରେ ନିଜକୁ ଉତ୍ସର୍ଗ କରିପାରନ୍ତି। ନିଜ ବନ୍ଧୁ-ବାନ୍ଧବଙ୍କ ପ୍ରତି ଅନୁରକ୍ତି ରହିବ।
କୁମ୍ଭ: ଦୁଃସାହସିକ କାର୍ଯ୍ୟରେ ହାତଦେଇ ପାରନ୍ତି। ଅସୁସ୍ଥତା ଅନୁଭବ କରିବେ। ବିଭିନ୍ନ ସ୍ତରରୁ ଧନାଗମ ହେବାର ସୂଚନା ମିଳୁଛି। ବିଭିନ୍ନ ଅନୁଷ୍ଠାନରେ ଯୋଗଦେଇ ଆତ୍ମ ସନ୍ତୋଷ ଲାଭ କରିପାରନ୍ତି। ବିଶୃଙ୍ଖଳିତ କାର୍ଯ୍ୟକୁ ଶୃଙ୍ଖଳିତ କରିବେ।
ମୀନ: ଉତ୍ସାହିତ ହୋଇ ସାମାଜିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି। ବନ୍ଧୁ ସହଯୋଗ ପାଇ ଖୁସି ହେବେ। ଅର୍ଥ ସଞ୍ଚୟ କରି ସନ୍ତୁଷ୍ଟ ହେବେ। ବୁଦ୍ଧି ପ୍ରୟୋଗ କରି କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ। ପତ୍ନୀଙ୍କ ଇଙ୍ଗିତରେ ପରିଚାଳିତ ହେବେ। ସୁଖ ମିଳିବ।

Leave A Reply