ମଙ୍ଗଳବାର ରାଶିଫଳ

0

ମେଷ: ଆୟ ଆଶାନୁରୂପ ହୋଇପାରେ। କୌଶଳ ପ୍ରୟୋଗ କରି ଶତ୍ରୁକୁ ପରାଜିତ କରିପାରନ୍ତି। ଭାଇମାନଙ୍କ ପ୍ରତି ସ୍ନେହ ଶ୍ରଦ୍ଧା ରହିବ। ଶରୀର ସୁସ୍ଥ ରହିବ। ଚକ୍ଷୁପୀଡ଼ା ଉପୁଜି ପାରେ। ଚାକିରି କ୍ଷେତ୍ରରେ ଗୌରବାନ୍ୱିତ ହେବେ।
ବୃଷ: ଚଞ୍ଚଳ ପ୍ରକୃତିର ହେବେ। ଆକସ୍ମିକ ଧନଲାଭ ହୋଇପାରେ। ତନ୍ତ୍ର-ମନ୍ତ୍ରାଦି ଗୁପ୍ତ ବିଦ୍ୟାପ୍ରତି ଆଗ୍ରହୀ ହେବେ। ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ। ବ୍ୟବସାୟରେ ପ୍ରଚୁର ଧନଲାଭ ହେବ। ଘାତଚନ୍ଦ୍ର ଯୋଗୁଁ ସତର୍କ ହେବେ।
ମିଥୁନ: ମାନସିକ ବ୍ୟତିକ୍ରମର ସୁଧାର ଆସିବ। ଉଦାର ସ୍ୱଭାବର ହେବେ। ଦାନଶୀଳ ହୋଇପାରନ୍ତି। ସୁଖୀ ହେବେ। ଶୋଭନ ବ୍ୟକ୍ତତ୍ୱର ପରିଚୟ ସୃଷ୍ଟି କରିବେ। ସୁସ୍ଥ ଓ ନିରାମୟ ରହିବେ। କୃଷିକର୍ମରେ ଧ୍ୟାନ ଦେବେ।
କର୍କଟ: ଭ୍ରମଣ ଯୋଗ ଅଛି। ଆପଣଙ୍କ ପରିଶ୍ରମ ମୂଲ୍ୟାଙ୍କନ ହେବ। ମନ ପ୍ରସନ୍ନ ରହିବ। ଆସ୍ତିକ ସ୍ୱଭାବର ହୋଇପାରନ୍ତି। ମଧୁରଭାଷୀ ହେବେ। ଥଣ୍ଡା କଫରେ ପୀଡ଼ିତ ହୋଇପାରନ୍ତି। ପ୍ରେମୀ ଓ ସାହସୀ ହେବେ। ବିବାଦରେ ବିଜୟୀ ହେବେ।
ସିଂହ: ଧର୍ମ ଭାବନାରୁ ଶାନ୍ତି ମିଳିବ। ଭାଗ୍ୟଶାଳୀ ହୋଇପାରନ୍ତି। ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ। ପତ୍ନୀ ସ୍ନେହୀ ହେବେ। ମିତ୍ର ସୁଖ ଲାଭ କରି ପାରନ୍ତି। ସ୍ୱ ଅର୍ଜିତ ଧନ ଭୋଗ କରି ସନ୍ତୁଷ୍ଟ ହେବେ।
କନ୍ୟା: ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ପରିଶ୍ରମ ଅନୁସାରେ ରୋଜଗାର ହେବ। ମାଲିମୋକଦ୍ଦମାରେ ବିଜୟୀ ହେବେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଐଶ୍ୱର୍ଯ୍ୟଯୁକ୍ତ, ବିଦ୍ୱାନ ଓ ଶାସ୍ତ୍ରଜ୍ଞ ହେବେ।
ତୁଳା: ପଥରୋଧର ସମ୍ମୁଖୀନ ହୋଇପାରନ୍ତି। ଚଞ୍ଚଳ ସ୍ୱଭାବର ହେବେ। ଥଣ୍ଡା କଫରେ ଆକ୍ରାନ୍ତ ହୋଇପାରନ୍ତି। ମଧୁରଭାଷୀ ହେବେ। ସବୁଠାରୁ ଶ୍ରେଷ୍ଠ ରାଜଯୋଗ ଅଛି। ସାହସୀ ଓ ଜ୍ଞାନୀ ହେବେ। ଗୁପ୍ତ ବିଦ୍ୟାରେ ରୁଚି ରହିବ।
ବିଛା: ବିଭିନ୍ନ ସ୍ତରରୁ ଧନପ୍ରାପ୍ତିର ସୂଚନା ମିଳୁଛି। ଯଶସ୍ୱୀ ହେବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। ଚଞ୍ଚଳ ପ୍ରକୃତିର ହେବେ। ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। କରିତ୍‍କର୍ମା ହୋଇପାରନ୍ତି।
ଧନୁ: କାର୍ଯ୍ୟରେ ସଫଳତା ଲାଭ କରିବେ। ବଂଶ ମର୍ଯ୍ୟାଦା ରକ୍ଷାକାରୀ ହେବେ। ମନ ପ୍ରସନ୍ନ ରହିବ। ଦୟାଳୁ ସ୍ୱଭାବର ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଯଶସ୍ୱୀ ହେବେ। ପରିବାର ପ୍ରତି ସ୍ନେହ, ସଦିଚ୍ଛା ମନୋଭାବ ରହିବ।
ମକର: ସେବା-ପୂଜାରେ ମନୋନିବେଶ କରିପାରନ୍ତି। ଭାଗ୍ୟଶାଳୀ ହେବେ। ଦିନଟି ଭୋଗ ବିଳାସରେ ଅତିବାହିତ କରିପାରନ୍ତି। ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ। ଧର୍ମାତ୍ମା, ପ୍ରବାସପ୍ରିୟ, ବିଦ୍ୱାନ, ସାହସୀ ଓ ସମ୍ପତ୍ତିବାନ୍‍ ହେବେ।
କୁମ୍ଭ: ସୁଖ ସମ୍ମାନ ଲାଭ କରିପାରନ୍ତି। ସ୍ୱାଭିମାନୀ ହେବେ। ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି। ଭାଗ ବ୍ୟବସାୟ ଲାଭଜନକ ହେବ। ଧନ-ଧାନ୍ୟରେ ଭଣ୍ଡାର ପରିପୂର୍ଣ୍ଣ ହେବ। କୌଶଳୀ ହେବେ। ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କ ରହିବେ।
ମୀନ: କାର୍ଯ୍ୟରେ ସଫଳତା ଲାଭ କରିବେ। ବ୍ୟବସାୟ ଲାଭଜନକ ହେବ। ସେବକ ଜୀବନ ଯାପନ କରିବେ। ଶାନ୍ତ ଓ ଧୈର୍ଯ୍ୟବାନ ହେବେ। ପତ୍ନୀଙ୍କ ସୁପରାମର୍ଶ ଗ୍ରହଣ କରି ବିଭିନ୍ନ ସ୍ତରରେ ସଫଳତା ଲାଭ କରିବେ। ବନ୍ଧୁ ସହାୟତା ପାଇବେ।

Leave A Reply