ମଙ୍ଗଳବାର ରାଶିଫଳ

0

 

ମେଷ: ଦୁର୍ବାର ସାହସରେ କାର୍ଯ୍ୟ କରିବେ। ବ୍ୟବସାୟ ଅତ୍ୟନ୍ତ ଲାଭଜନକ ହେବ। ସେବା କାର୍ଯ୍ୟକୁ ଜୀବନର ବ୍ରତ ଭାବେ ଗ୍ରହଣ କରିପାରନ୍ତି। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହେବେ। ପତ୍ନୀଙ୍କ ସୁପରାମର୍ଶ ଉପାଦେୟ ହେବ।

ବୃଷ: ଗୃହ କାର୍ଯ୍ୟରେ ମନୋନିବେଶ କରିବେ। ବନ୍ଧୁ ମିଳନରେ ସୁଯୋଗ ସୃଷ୍ଟି ହୋଇଛି। ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। ଚକ୍ଷୁ ଯନ୍ତ୍ରଣା ଅନୁଭବ କରିପାରନ୍ତି। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ। ଶତ୍ରୁହନ୍ତା ହେବେ।

ମିଥୁନ: ହଠାତ୍ ଦୂର ଯାତ୍ରା କରିବାର ସୂଚନା ମିଳୁଛି। ଭୀତିତ୍ରସ୍ତ ହୋଇପାରନ୍ତି। ଚଞ୍ଚଳ ପ୍ରକୃତିର ହେବେ। ଆକସ୍ମିକ ଧନଲାଭ ହୋଇପାରେ। ବ୍ୟବସାୟରୁ ପ୍ରଚୁର ଧନଲାଭ ହେବ। ଧାର୍ମିକ, ତେଜସ୍ବୀ ଓ ବ୍ୟକ୍ତି ବିଶେଷ ହେବେ।

କର୍କଟ: ମାନସିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ। ଉଦାର ସ୍ବଭାବର ହେବେ। ଦାନଶୀଳ ହେବେ। ଶୋଭନ ବ୍ୟକ୍ତିତ୍ବର ଅଧିକାରୀ ହୋଇପାରନ୍ତି। କୃଷିରୁ ଲାଭ ମିଳିବ।

ସିଂହ: ଅଜଣାରେ ଆତଙ୍କିତ ହୋଇପାରନ୍ତି। ନିଜକୁ କଳହ ମୁକ୍ତ ରଖି ପାରିଲେ ସଫଳତା ମିଳିବ। ମନ ପ୍ରସନ୍ନ ରହିବ। ଆସ୍ତିକ ସ୍ବଭାବର ହୋଇପାରନ୍ତି। ମିଷ୍ଟଭାଷୀ ଭାବେ ଆଦରଣୀୟ ହେବେ। ପ୍ରେମୀ ଓ ସାହସୀ ହେବେ। ସୁଖ ମିଳିବ।

କନ୍ୟା: ଆୟବୃଦ୍ଧିର ସୂଚନା ମିଳୁଛି। ସାମାଜିକ କ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି। ଭାଗ୍ୟଶାଳୀ ହେବେ। ବିଭିନ୍ନ ଦିଗରୁ ଧନାଗମ ହୋଇପାରେ। ମଧୁରଭାଷୀ, ସହନଶୀଳ ଓ ଶାନ୍ତିପ୍ରିୟ ହେବେ। ଉଦାର ବିଦ୍ୟାପ୍ରେମୀ ହେବେ।

ତୁଳା: ଆତ୍ମୀୟମାନଙ୍କ ଦ୍ବାରା ଅସୁବିଧାରେ ପଡ଼ିପାରନ୍ତି। ମନ ଆକୁଳିତ ହୋଇପାରେ। ତଥାପି ଐଶ୍ବର୍ଯ୍ୟଯୁକ୍ତ ହେବେ। ରୋଜଗାର ଆଶାନୁରୂପ ହେବ। ସୁଖାଦ୍ୟ ମିଳିବ। ସ୍ବାସ୍ଥ୍ୟ ଭଲ ରହିବ। ମୋକଦ୍ଦମାରେ ଜିଣିବେ। ଧନଲାଭ ହେବ।

ବିଛା: ଧନପ୍ରାପ୍ତ ହୋଇ ସୁଖରେ ସାଂସରିକ ଜୀବନ ଯାପନ କରିପାରନ୍ତି। ଅପରାହ୍ଣରୁ ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ମଧ୍ୟାହ୍ନଭୋଜନ ରୁଚିକର ହେବ। ମଧୁରଭାଷୀ ହୋଇପାରନ୍ତି। ସାହସୀ ଓ ଜ୍ଞାନୀ ହେବେ। ଧାର୍ମିକ ହେବେ। ଖର୍ଚ୍ଚାନ୍ତ ହେବେ।

ଧନୁ: ମାନସିକ ଅଶାନ୍ତିର ପରିସମାପ୍ତି ଘଟିବ। ସାଧନାରେ ସିଦ୍ଧିଲାଭ କରିବେ। ସୁସ୍ଥ ଓ ନିରାମୟ ରହିବେ। ଯଶସ୍ବୀ ହୋଇପାରନ୍ତି। ଲୋକପ୍ରିୟତା ଅର୍ଜନ କରିପାରନ୍ତି। ଚଞ୍ଚଳ ପ୍ରକୃତିର ହେବେ। ବିଭାଗୀୟ ସ୍ତରରେ ସମ୍ମାନିତ ହେବେ।

ମକର: ଚାକିରି କ୍ଷେତ୍ରରେ ପଦୋନ୍ନତି ହେବାର ସମ୍ଭାବନା ଅଛି। ଆୟ ବୃଦ୍ଧିର ସୂଚନା ମିଳୁଛି। କୁଳ ଉଦ୍ଧାରକ ହେବେ। ମନପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। ଦୟାଳୁ ହେବେ। ଯଶସ୍ବୀ ହୋଇପାରନ୍ତି।

କୁମ୍ଭ: ତରବର ହେଲେ କ୍ଷତିରେ ପଡ଼ିବେ। ଦ୍ରବ୍ୟ ନଷ୍ଟ ହୋଇପାରେ। ଭାଗ୍ୟଶାଳୀ ହେବେ। ଦିନଟି ଭୋଗ ବିଳାସରେ ଅତିବାହିତ ହେବ। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସାହସୀ ହେବେ।

ମୀନ: ଉପୁଜି ଥିବା ପରିସ୍ଥିତିରୁ ଉଧୁରି ଯିବେ। ସେବା ପୂଜାରେ ମନୋନିବେଶ କରିପାରନ୍ତି। ଈର୍ଷା ପରିତ୍ୟାଗ କଲେ ସଫଳତା ମିଳିବ। ସ୍ବାଭିମାନୀ ହେବେ। ଶାରୀରିକ ଦୁର୍ବଳତା ଅନୁଭବ କରିବେ। ବ୍ୟବସାୟରେ ଉନ୍ନତି ହେବ।

Leave A Reply