ସୋମବାର ରାଶିଫଳ

0

ମେଷ: କର୍ମ ଚଞ୍ଚଳ ରହିବେ। ଆମୋଦ-ପ୍ରମୋଦରେ ଦିନଟି ଅତିବାହିତ କରିପାରନ୍ତି। ସୁଖକର ଘଟଣାମାନ ଘଟିବ। କର୍ମକ୍ଷେତ୍ରରେ ସଫଳତା ମିଳିବ। ଶୁଭ କାର୍ଯ୍ୟ ପାଇଁ ସମୟ ପ୍ରଶସ୍ତ ରହିଛି। ସୁଖାଦ୍ୟ ମିଳିବ। ଆନନ୍ଦ ଉପଭୋଗ କରିବେ।

ବୃଷ: ବିଷାଦିତ ମାନସିକତାରେ ପରିବର୍ତ୍ତନ ଘଟିବ। ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ। ଶୁଭ ଖବର ମିଳିବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଋଣ ପରିଶୋଧ କରିବାରେ ସକ୍ଷମ ହେବେ।

ମିଥୁନ: ବନ୍ଧୁ ମିଳନରେ ଆନନ୍ଦ ଅନୁଭବ କରିବେ। ସମ୍ମାନକୁ ଜଗି ଚଳିବାକୁ ପଡ଼ିବ। ଅଧ୍ୟୟନରତ ହୋଇପାରନ୍ତି। ଅର୍ଥପ୍ରାପ୍ତିର ସୂଚନା ମିଳୁଛି। ସୁ-ସମ୍ବାଦ ପାଇ ଖୁସି ହେବେ। ଦିନଟି ମଧ୍ୟମ ଧରଣର। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହୋଇପାରେ।

କର୍କଟ: ପରିସ୍ଥିତି ପ୍ରତି ସଜାଗ ହେବାକୁ ପଡ଼ିବ। ପ୍ରତିଶୋଧ ପରାୟଣ ହୋଇପାରନ୍ତି। କେତେକ କ୍ଷେତ୍ରରେ ଭୁଲବୁଝାମଣା ଘଟିପାରେ। ପରିଶ୍ରମ ଅଧିକ ହେଲେ ବି ତା’ର ମୂଲ୍ୟ ମିଳିବ। ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି।

ସିଂହ: ଧନ ଉପାର୍ଜନ ଆଶାନୁରୂପ ହେବ। ଆର୍ଥିକ କ୍ଷେତ୍ର ସ୍ବଚ୍ଛଳ ରହିବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଦିଅଁ ଦର୍ଶନର ସୁଯୋଗ ଅଛି। ଅଶାନ୍ତିର ଉପଶମ ହେବ। ସରକାରୀ ସ୍ତରରୁ ଲାଭ ଉଠାଇପାରନ୍ତି। ବିବାଦରେ ବିଜୟୀ ହେବେ।

କନ୍ୟା: ନିର୍ଭୀକ ହୋଇପାରନ୍ତି। କାର୍ଯ୍ୟ ପ୍ରାପ୍ତି ପାଇଁ ଅପେକ୍ଷା କରିବାକୁ ପଡ଼ିବ। ଭାଗ୍ୟଶାଳୀ ହେବେ। ଈର୍ଷା ପରିତ୍ୟାଗ କଲେ ସାମାଜିକ ସ୍ତରରେ ଆଦର ମିଳିବ। ନୀତିଜ୍ଞ ହେବେ। ତ୍ୟାଗପୂତ ମନୋବୃଦ୍ଧି ଗ୍ରହଣ କରିପାରନ୍ତି। କୀର୍ତ୍ତି ସ୍ଥାପନ କରିବେ।

ତୁଳା: କୃତକର୍ମର ଫଳଭୋଗ କରିପାରନ୍ତି। ସୁଖୀ ହେବେ। ସମ୍ମାନିତ ହୋଇପାରନ୍ତି। ଭଲ ଆୟ ହେବ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ ହୋଇପାରନ୍ତି। ମିଷ୍ଟାନ୍ନ ଭୋଜନ ମିଳିପାରେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସ୍ଥ ଓ ନିରାମୟ ରହିବେ।

ବିଛା: ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରି ଖୁସି ହୋଇପାରନ୍ତି। ବିବାଦୀୟ ବିତର୍କରେ ଭାଗ ନ ନେଇ ଚୁପ୍ ରହିବା ଭଲ। ଖର୍ଚ୍ଚ ଉପରେ ଖର୍ଚ୍ଚ ବଢ଼ି ଚାଲିବ। ମଧୁରଭାଷୀ ହେବେ। ଭାଇମାନଙ୍କ ପ୍ରତି ସ୍ନେହଶ୍ରଦ୍ଧା ରହିବ। ବନ୍ଧୁ ବିରୋଧର ସମ୍ମୁଖୀନ ହେବା ଆଶାକରାଯାଏ।

ଧନୁ: ସାହସିକ ପଦକ୍ଷେପ ନେଇ କାର୍ଯ୍ୟ କରିବେ। ଆୟ ବୃଦ୍ଧିର ସୁଯୋଗ ସୃଷ୍ଟି ହୋଇଛି। ସୁ-ସମ୍ବାଦ ପାଇ ଖୁସି ହେବେ। ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିପାରନ୍ତି। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ବିଜୟୀ ହେବେ।

ମକର: ଆର୍ଥିକ ଅବସ୍ଥା ସ୍ବଚ୍ଛଳ ରହିବ। ଶ୍ରମର ମୂଲ୍ୟାଙ୍କନ ହେବ। ଶୁଭ ସମାଚାର ମିଳିପାରେ। କର୍ମକ୍ଷେତ୍ରକୁ ଉଜ୍ଜ୍ଵଳମୟ କରିପାରନ୍ତି। ଆର୍ଥିକ କ୍ଷେତ୍ରରେ ସ୍ବଚ୍ଛଳତା ଦେଖା ଦେବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ନିର୍ମଳ ରହିଛି। ବିବାଦରେ ବିଜୟୀ ହେବେ।

କୁମ୍ଭ: ଦୂରଯାତ୍ରା ପାଇଁ ପ୍ରସ୍ତୁତ ହେବେ। ସତ୍‌ସଙ୍ଗୀ ହୋଇପାରନ୍ତି। କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସିତ ହେବେ। କ୍ଷମତାର ଅଭିବୃଦ୍ଧି ଘଟିବ। ବିବାଦୀୟ ଘଟଣାରେ ବିଜୟୀ ହେବେ। ଦିନଟି ମଧ୍ୟମ ଧରଣର। ଭକ୍ତିଗାଥା ଶ୍ରବଣ କରିପାରନ୍ତି।

ମୀନ: ମାଙ୍ଗଳିକ କାର୍ଯ୍ୟରେ ମନୋନିବେଶ କରିପାରନ୍ତି। ଦୁଃଖ-ଶୋକଭରା ହୋଇପାରନ୍ତି। ଅର୍ଥାଭାବ ଦେଖାଦେଇ ପାରେ। ପାରିବାରିକ ଅଶାନ୍ତି ଉପୁଜିପାରେ। ଯୁଗ୍ମ-ବ୍ୟବସାୟ ଲାଭଜନକ ହେବ। ଅଷ୍ଟମ ଚନ୍ଦ୍ର ହେତୁ ଯୋଗୁଁ ଦୁଶ୍ଚିନ୍ତା ବଢ଼ିବ।

Leave A Reply