ବୁଧବାର ରାଶିଫଳ

0

ମେଷ: ନିଜକୁ ଅସହାୟ ମନେ କରିପାରନ୍ତି। ବ୍ୟୟର ପରିମାଣ ବୃଦ୍ଧି ହୋଇପାରେ। କର୍ତ୍ତବ୍ୟନିଷ୍ଠ ହେବେ। କର୍ମକ୍ଷେତ୍ରରେ ପ୍ରତିବନ୍ଧକ ଦେଖା ଦେଇପାରେ। ମନଭୁଲା କଥା କହି ପରକୁ ଆପଣାର କରିପାରନ୍ତି। ଭ୍ରାତୃଭାବ ଅତୁଟ ରହିବ।

ବୃଷ: ସୁଖ, ସନ୍ତୋଷ ଲାଭ କରିବେ। ପଡ଼ୋଶୀମାନଙ୍କ ସହିତ ସଦ୍‍ଭାବନା ରଖି ପ୍ରଶଂସିତ ହେବେ। ରୋଜଗାର ଆଶାନୁରୂପ ହେବ। ସରକାରୀ ପ୍ରୋତ୍ସାହନ ରାଶି ପ୍ରାପ୍ତ ହୋଇପାରନ୍ତି। ଆତ୍ମୀୟମାନଙ୍କ ସହଯୋଗ ମିଳିବ। ଦାମ୍ପତ୍ୟ ସୁଖ ମିଳିବ।

ମିଥୁନ: ଆୟ ବୃଦ୍ଧିର ସୂଚନା ମିଳୁଛି। ସୁଖ-ସମ୍ମାନ ଲାଭ କରିବେ। ପାରିବାରିକ ସୁଖ ମିଳିବ। ବ୍ୟବସାୟ ଲାଭଯୁକ୍ତ ହେବ। କର୍ମକ୍ଷେତ୍ରରେ ସଫଳତା ମିଳିବ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଆତ୍ମନିର୍ଭରଶୀଳ ହେବାକୁ ଉଦ୍ୟମ ଚଳାଇବେ।

କର୍କଟ: ବିଚାର-ବିମର୍ଶ ପୂର୍ବକ କାର୍ଯ୍ୟ କଲେ ବିଶେଷ ଉପକୃତ ହେବେ। ବହୁସୁଖର ଅଧିକାରୀ ହୋଇପାରନ୍ତି। ଆନନ୍ଦ ଉତ୍ସବରେ ସମୟ ଅତିବାହିତ କରିବେ। ସମୃଦ୍ଧିର ମୂଳଦୁଆ ପଡ଼ିବ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଦିନଟି ସୁଖମୟ ହେବ।

ସିଂହ: ବିଭିନ୍ନ ଘଟଣାକୁ କେନ୍ଦ୍ରକରି ବ୍ୟଥିତ ହୋଇପାରନ୍ତି। ଧନକ୍ଷୟ ହେବାର ସମ୍ଭାବନା ଅଛି। ଶାରୀରିକ କ୍ଳେଶ ଅନୁଭବ କରିପାରନ୍ତି। ସାମାଜିକ କ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତି ଯୋଗୁଁ ସ୍ଥିତି ଠିକ୍‍ ରହି ନପାରେ। ଅଷ୍ଟମଚନ୍ଦ୍ର ଯୋଗୁଁ ସତର୍କ ହେବେ।

କନ୍ୟା: ଦୃଢ଼ ମନୋବଳ ନେଇ ବୃହତ୍‍ କର୍ମରେ ଯୋଗ ଦେଇ କୃତକାର୍ଯ୍ୟ ହେବେ। ବନ୍ଧୁ ମିଳନ ଦ୍ୱାରା ମାନସିକ କ୍ଳେଶ ଦୂର ହେବ। ଉଚ୍ଚକର୍ମରେ ସଂପୃକ୍ତି ମିଳିବ। ମିତ୍ରତା ବଳବତ୍ତର ହେବ। ଦୃଢ଼ ମୁକାବିଲା କରି ପ୍ରତିଦ୍ୱନ୍ଦ୍ୱିତାରେ ବିଜୟୀ ହେବେ।

ତୁଳା: ଦୁଃସାହସିକ ପଦକ୍ଷେପ ନେଇ ଅସାଧ୍ୟ ସାଧନ କରିପାରନ୍ତି। ବ୍ୟବସାୟ ଲାଭଜନକ ହେବ। ବନ୍ଧୁମାନେ ସହଯୋଗର ହାତ ବଢ଼ାଇବେ। ଆତ୍ମୀୟମାନଙ୍କ ସହ ଯଥା ସମ୍ଭବ ସଂପର୍କ ରଖିବ। ଆଶା ଭବିଷ୍ୟତ ପାଇଁ ହିତକର ହୋଇପାରେ।

ବିଛା: ଚିନ୍ତାରୁ ମୁକ୍ତି ମିଳିବ। ନିଜ ସମ୍ମାନକୁ ଜଗି ଚଳିବାକୁ ପଡ଼ିବ। ସାଧନାରେ ସିଦ୍ଧିପ୍ରାପ୍ତ ହେବେ। ମାନସିକ ଶାନ୍ତି ଫେରି ପାଇବେ। ମନ ପ୍ରସନ୍ନ ରହିବ। ସୁଖରେ ଦିନଟି ଅତିବାହିତ ହେବ। କର୍ମକ୍ଷେତ୍ରରେ କୃତକାର୍ଯ୍ୟ ହେବେ। ଭ୍ରମଣ ସୁଖ ମିଳିପାରେ।

ଧନୁ: ହାତଛଡ଼ା ହୋଇଥିବା କାର୍ଯ୍ୟ ପୁଣି ହାତକୁ ଆସିବ। ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କତାର ସହ କାର୍ଯ୍ୟ କରିବାକୁ ପଡ଼ିବ। ଅଯଥା ଦୁଶ୍ଚିନ୍ତାରୁ ମୁକ୍ତି ମିଳିବ। ଉଦାର ସ୍ୱଭାବର ହେବେ। କୃଷିକର୍ମ ପ୍ରତି ଧ୍ୟାନ ଦେବେ। ଜଳପ୍ରତି ଆଦର ପ୍ରେମୀ ହେବେ।

ମକର: ନୂତନ କାର୍ଯ୍ୟକ୍ଷେତ୍ରରେ ଯୋଗ ଦେଇପାରନ୍ତି। ମନରେ ଅହଂଭାବ ଉଦ୍ରେକ ହୋଇପାରେ। ବସ୍ତ୍ରଭୂଷଣ ଲାଭ ହୋଇପାରେ। ଅନ୍ୟର ଶ୍ରଦ୍ଧା ଭାଜନ ହୋଇପାରନ୍ତି। ହର୍ଷ ଉଲ୍ଲାସ ମଧ୍ୟରେ ଦିନଟି ଅତିବାହିତ କରିପାରନ୍ତି। ଧର୍ମକର୍ମ ପ୍ରତି ସଂପାଦନ କରିବେ।

କୁମ୍ଭ: ଅସତଜନଙ୍କ ପ୍ରତି ଘୃଣାଭାବ ଆସିପାରେ। ଦିନଟି ଭିତରେ ମିଶ୍ରିତ ଫଳ ମିଳିବ। ବିଭିନ୍ନ ଦିଗରୁ ଧନାଗମ ହେବାର ସୂଚନା ମିଳୁଛି। ବନ୍ଧୁମାନଙ୍କ ଠାରୁ ସମ୍ମାନ ମିଳିବ। ସକଳ ଶାସ୍ତ୍ରଜ୍ଞାତା ହୋଇପାରନ୍ତି। ନିଜ ବଳାର୍ଜିତ ଧନଭୋଗ କରିବେ।

ମୀନ: ସୁଖ-ସମ୍ମାନ ଲାଭ କରିପାରନ୍ତି। ଚିନ୍ତାଧାରା ଉନ୍ନତମାନର ହେବ। ନୈତିକତା ବୃଦ୍ଧି ହୋଇପାରେ। ଲକ୍ଷ୍ମୀ ବରଦାୟିକା ଥିବାରୁ ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ଲାଭବାନ ହେବେ। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ରୋଜଗାର ବୃଦ୍ଧି ହୋଇପାରେ।

Leave A Reply