ଶୁକ୍ରବାର ରାଶିଫଳ

0

ମେଷ: ଶତ୍ରୁ ଦମନ କରିପାରନ୍ତି। ଏଥିପାଇଁ ବହୁବିଘ୍ନର ସମ୍ମୁଖୀନ ହେବେ। ଭାଇମାନଙ୍କ ଉପରେ ସ୍ନେହ ଭାବ ରହିବ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ। ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦ୍ୱାରା ସମ୍ମାନିତ ହେବେ।

ବୃଷ: ମାନସିକ ସ୍ତରରେ ଚଞ୍ଚଳତା ଅନୁଭବ କରିବେ। ଘାତଚନ୍ଦ୍ର ଭୋଗ ହେତୁ ସତର୍କତା ଅବଲମ୍ବନ କରିବାକୁ ହେବ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ଲଟେରିରେ ବାଜିମାତ୍‍ ହେବାର ସୁଯୋଗ ଅଛି। ବ୍ୟବସାୟରେ ପ୍ରଚୁର ଲାଭ ହେବ।

ମିଥୁନ: ଧନଲାଭ ହୋଇପାରେ। ନିଜକୁ କଳହମୁକ୍ତ ରଖିବାକୁ ପଡ଼ିବ। ଉଦାର ପ୍ରକୃତିର ହେବେ। ଦାନ-ଧର୍ମକୁ ଆଦରି ନେଇପାରନ୍ତି। ଶୋଭନ ବ୍ୟକ୍ତିତ୍ୱର ପରାକାଷ୍ଠା ପ୍ରତିପାଦନ କରିପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। କୃଷିରୁ ଲାଭ ମିଳିବ।

କର୍କଟ: ବ୍ୟବସାୟରେ ପ୍ରଭୂତ ଉନ୍ନତି ଘଟିବ। କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି। ମନ ପ୍ରସନ୍ନ ରହିବ। ଆସ୍ତିକ ମନୋବୃତ୍ତିର ହୋଇପାରନ୍ତି। ସୁଭାଷୀ ହେବେ। ପ୍ରେମୀ ଓ ସାହସୀ ହେବେ। ଭାଇଙ୍କ ଠାରୁ ଆଦର ସମ୍ମାନ ମିଳିବ।

ସିଂହ: କଳହ ଠାରୁ ଦୂରେଇ ରହିବାକୁ ଚେଷ୍ଟା କରିବେ। ସୁସ୍ଥ ଓ ନିରାମୟ ଜୀବନ-ଯାପନ କରିପାରନ୍ତି। ପରମ ସୌଭାଗ୍ୟଶାଳୀ ହେବେ। ବିଭିନ୍ନ ଦିଗରୁ ଧନାଗମ ହେବାର ସୁଯୋଗ ସୃଷ୍ଟି ହୋଇଛି। ପରଦେଶବାସୀ, ମଧୁରଭାଷୀ ଓ ସହନଶୀଳ ହେବେ।

କନ୍ୟା: ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ। ରୋଜଗାର ଆଶାକୁ ରୂପ ହେବ। ମିଷ୍ଟାନ୍ନ ଭୋଜନ ମିଳିବ। ସରକାରୀ କିମ୍ବା ବନ୍ଧୁ ସହାୟତାରେ ଲାଭବାନ୍‍ ହୋଇପାରନ୍ତି। ମୋକଦ୍ଦମାରେ ବିଜୟ ଲାଭ କରି ଧନପ୍ରାପ୍ତ ହେବେ। ବିଦ୍ୱାନ୍‍ ଓ ଶାସ୍ତ୍ରଜ୍ଞ ହେବେ।

ତୁଳା: ଅଭାବ ଦୂରେଇ ଯିବ। ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। ଥଣ୍ଡା କଫରେ ଆକ୍ରାନ୍ତ ହୋଇପାରନ୍ତି। ଚଞ୍ଚଳ ସ୍ୱଭାବର ହେବେ। ଏକାନ୍ତରେ ସମୟ ବିତାଇବାକୁ ଚେଷ୍ଟା କରିବେ। ପ୍ରିୟଭାଷୀ ଭାବେ ଅନ୍ୟର ମନ କିଣି ପାରନ୍ତି। ରାଜଯୋଗ ପ୍ରାପ୍ତ ହେବେ।

ବିଛା: ନିଜ ସମ୍ପର୍କୀୟ ଲୋକେ ହଇରାଣ କରିବାକୁ ଚେଷ୍ଟା କରିବେ। ସୁସ୍ଥ ଓ ନିରାମୟ ରହିବେ। ଯଶସ୍ୱୀ ହୋଇପାରନ୍ତି। ଲୋକପ୍ରିୟତା ଅର୍ଜନ କରିବେ। ଚଞ୍ଚଳ ପ୍ରକୃତିର ହେବେ। ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ଅର୍ଥପ୍ରାପ୍ତ ହେବେ।

ଧନୁ: ପାରିବାରିକ ସାଧନାରେ ସିଦ୍ଧିପ୍ରାପ୍ତ ହେବାର ସୂଚନା ମିଳୁଛି। କୁଳଦୀପକ ହେବେ। ମନ ପ୍ରସନ୍ନ ରହିବ। ଶରୀର ସୁସ୍ଥ ରହିବ। ଦୟାଳୁ ସ୍ୱଭାବର ହେବେ। ବ୍ୟବସାୟ ଲାଭଜନକ ହେବ। ଯଶସ୍ୱୀ ହୋଇପାରନ୍ତି।

ମକର: ମନ ଚଞ୍ଚଳ ରହିବ। ଧର୍ମକାର୍ଯ୍ୟ ସମ୍ପାଦନ କରିପାରନ୍ତି। ଭାଗ୍ୟଶାଳୀ ହେବେ। ଦିନଟି ଭୋଗ ବିଳାସରେ ଅତିବାହିତ କରିପାରନ୍ତି। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିବେ। ଧର୍ମାତ୍ମା, ପ୍ରବାସପ୍ରିୟ, ବିଦ୍ୱାନ ଓ ସାହସୀ ହୋଇପାରନ୍ତି।

କୁମ୍ଭ: ଧନାଦି ପ୍ରାପ୍ତିରେ ସୁଖଲାଭ କରିବେ। ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି। ସ୍ୱାଭିମାନୀ ହୋଇପାରନ୍ତି। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ଯାନବାହନ ଚଳାଚଳରେ ସତର୍କ ରହିବେ। ଜଳଯାତ୍ରା ମନା। ଭାଗବ୍ୟବସାୟ ଲାଭଜନକ ହେବ।

ମୀନ: ଗୃହକାର୍ଯ୍ୟରୁ ଆନନ୍ଦ ମିଳିବ। ମନ ପ୍ରସନ୍ନ ରହିବ। ବ୍ୟବସାୟ ଲାଭଜନକ ହେବ। ମନରେ ସେବାଭାବ ଜାଗ୍ରତ ହୋଇପାରେ। ଶାନ୍ତ ଓ ଧୈର୍ଯ୍ୟବାନ୍‍ ହୋଇପାରନ୍ତି। ବନ୍ଧୁ ସହାୟତା ପାଇ ଆନନ୍ଦ ଅନୁଭବ କରିପାରନ୍ତି। ପତ୍ନୀଙ୍କ କଥାରେ ପରିଚାଳିତ ହେବେ।

Leave A Reply