ସୋମବାର ରାଶିଫଳ

 

ମେଷ: ବ୍ୟବସାୟ ଲାଭଜନକ ହେବ। ଜନ ସାଧାରଣଙ୍କ ଠାରୁ ଆଦର, ସମ୍ମାନ ମିଳିପାରେ। କରିତ୍‌କର୍ମା ହେବେ। ସରକାରୀ ଅର୍ଥ ସହିତ ସମ୍ବର୍ଦ୍ଧିତ ହୋଇପାରନ୍ତି। ଦାମ୍ପତ୍ୟ ସୁଖ ମିଳିବ। ସୁସ୍ଥ ଓ ନିରାମୟ ରହିବେ।

ବୃଷ: ଦ୍ବନ୍ଦ୍ବରେ ପଡ଼ିଲେ ବି ସୁଚାରୁରୂପେ କାର୍ଯ୍ୟ ସମ୍ପାଦନ କରିବେ। ଶ୍ରମ ସାର୍ଥକ ହେବ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ବ୍ୟବସାୟ ଲାଭଜନକ ହେବ। ରାଜକୃପା ଲାଭ କରିପାରନ୍ତି। ଦୁଃଖୀ, ରଙ୍କୀ, ଦୁର୍ଗତଙ୍କୁ ଦାନ ଦେଇ ପାରନ୍ତି।

ମିଥୁନ: ଆୟ ବୃଦ୍ଧିର ସୂଚନା ମିଳୁଛି। ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କତା ସହ ଚଳିବାକୁ ପଡ଼ିବ। ଭାଗ୍ୟର ପରିବର୍ତ୍ତନ ଘଟିବ। ଅର୍ଥ ପ୍ରାପ୍ତିର ସୁଯୋଗ ଜୁଟିଛି। ନୀରୋଗ ରହିପାରନ୍ତି। ଧାର୍ମିକ ପ୍ରବୃତ୍ତିର ହେବେ। ଭୋଗୀ ଓ ବିଳାସୀ ହେବେ।

କର୍କଟ: ଆପଣଙ୍କ ଗୋପନ କାର୍ଯ୍ୟ ସୁଖ ହାନି ଘଟିପାରେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଚିନ୍ତା ବୃଦ୍ଧି ହୋଇପାରେ। ସ୍ବାଭିମାନୀ ହେବେ। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ଜଳଯାତ୍ରା ମନା। ଯାନ-ବାହନରେ ସତର୍କ ରହିବେ।

ସିଂହ: ପଡ଼ୋଶୀଙ୍କ ସହଯୋଗ ଲାଭ କରିବେ। କାର୍ଯ୍ୟ କ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। କର୍ମତତ୍ପର ହେବେ। ବନ୍ଧୁ ମେଳରେ ରହି ମନ ସ୍କାମନା ପୂରଣ କରିପାରନ୍ତି। ସୁସ୍ଥ ରହିବେ। ବଳବାନ୍‌ ହେବେ। ଶତ୍ରୁ ବିନାଶ କରି ଆଶ୍ବସ୍ତ ହେବେ। ସୁଖଭୋଗ କରିବେ।

କନ୍ୟା: ପାରିବାରିକ ଅଶାନ୍ତି ଆପଣାଛାଏଁ ଦୂରେଇ ଯିବ। ବନ୍ଧୁ ସୁଖ ମିଳିପାରେ। ଯେକୌଣସି ସୂତ୍ରରୁ ଅର୍ଥ ପ୍ରାପ୍ତିର ସୁଯୋଗ ଅଛି। ସୁସ୍ଥ ଓ ନିରାମୟ ରହିବେ। ଆଦର୍ଶବାଦୀ ହୋଇପାରନ୍ତି। ପ୍ରଭାବ ବିସ୍ତାର କରିପାରନ୍ତି। ଥଣ୍ଡାଜନିତ କଷ୍ଟ ଭୋଗିବେ।

ତୁଳା: ଭାଇଙ୍କ ସହଯୋଗ ପାଇ କୃତଜ୍ଞ ହେବେ। ମନରେ ଗର୍ବଭାବ ବହନ କରିପାରନ୍ତି। ଉଚ୍ଚ ସମ୍ମାନ ପାଇ ଉତ୍‌ଫୁଲ୍ଲିତ ହେବେ। ସରକାରଙ୍କ ଦ୍ବାରା ସୁପାରିସ ଲାଭ କରିପାରନ୍ତି। ହଠାତ୍‌ କିଛି ଅର୍ଥ ମିଳିପାରେ। ବାଣିଜ୍ୟ କାରବାର ଅତ୍ୟଧିକ ହେବ।

ବିଛା: ମାନସିକ ବ୍ୟାକୁଳତା ବୃଦ୍ଧି ହୋଇପାରେ। ଦ୍ରବ୍ୟ ନଷ୍ଟ ହେବାର ସମ୍ଭାବନା ଅଛି। ଗୃହ ପରିବେଶ ସୁସ୍ବାସ୍ଥ୍ୟଦାୟକ ହେବ। ଯାନ-ବାହନ ସୁଖ ମିଳିପାରେ। ବିଭାଗୀୟ କାର୍ଯ୍ୟରେ ପ୍ରଶଂସାର ପାତ୍ର ହେବେ। ବ୍ୟବସାୟ ଲାଭପ୍ରଦ ହେବ। କର୍ମରେ ଉନ୍ନତି ହେବ।

ଧନୁ: ପରିଶ୍ରମର ମୂଲ୍ୟାଙ୍କନ ହେବ। ମନରେ ଖୁସିର ଲହଡ଼ି ସୃଷ୍ଟି ହେବ। ସମ୍ମାନିତ ହୋଇପାରନ୍ତି। ନୀତିନିଷ୍ଠ ହେବେ। ବିବାଦରେ ବିଜୟ ଲାଭ କରିପାରନ୍ତି। ନିର୍ବାଚନ ଫଳା-ଫଳ ଆପଣଙ୍କ ସପକ୍ଷରେ ଯିବ। ଶାସ୍ତ୍ରଜ୍ଞ ହେବେ। ଅନ୍ୟର ମନକୁ ଆକର୍ଷିତ କରିପାରନ୍ତି।

ମକର: ମାନସିକ ଉତ୍ତେଜନା ଭୋଗି ପାରନ୍ତି। ମନରେ ଉଦ୍‌ବେଗ ଜାତ ହୋଇପାରେ। ଭାଗ୍ୟର ପରିବର୍ତ୍ତନ ଘଟିପାରେ। ଈର୍ଷାଳୁ ସ୍ବଭାବର ହୋଇପାରନ୍ତି। ବିଭିନ୍ନ ଦିଗରୁ ଧନାଗମ ହୋଇପାରେ। ଯାନ-ବାହନ ସୁଖ ମିଳିବ। ନୀତିଜ୍ଞ ହେବେ। ସୁଖ ମିଳିବ।

କୁମ୍ଭ: ଆର୍ଥିକ ସ୍ଥିତି ସୁଦୃଢ଼ ରହିବ। ରୁଚିକର ଭୋଜନରେ ଆପ୍ୟାୟିତ ହେବେ। ସରକାରୀ କିମ୍ବା ବନ୍ଧୁ ସହାୟତା ପାଇ ଲାଭବାନ୍‌ ହେବେ। ପାରିବାରିକ ଶାନ୍ତିର ବାତାବରଣ ସୃଷ୍ଟି ହେବ। ନୂଆ ବନ୍ଧୁଙ୍କଙ୍କ ଦ୍ବାରା ଉପକୃତ ହୋଇପାରନ୍ତି।

ମୀନ: ମନ ବ୍ୟାକୁଳ ରହିବ। ଖର୍ଚ୍ଚାନ୍ତ ହୋଇପାରନ୍ତି। ଚକ୍ଷୁରେ ଯନ୍ତ୍ରଣା ଅନୁଭବ କରିପାରନ୍ତି। ଜଣେ ନୀତିନିଷ୍ଠ ଭାବେ, ସାମାଜିକ ସ୍ତରରେ ଜଣେ ଶୁଦ୍ଧପୁତ ବ୍ୟକ୍ତିଭାବେ ପୂଜନୀୟ ହୋଇପାରନ୍ତି। ମିଷ୍ଟଭାଷୀ ହୋଇପାରନ୍ତି। ବିବାଦୀୟ କ୍ଷେତ୍ରରେ ନ ରହିବା ଭଲ। ମିଶ୍ର ଫଳ ଭୋଗ ହେବ।

Comments are closed.