ଗୁରୁବାର ରାଶିଫଳ

0

ମେଷ: ପିଲାଙ୍କ ପଢ଼ାପଢ଼ିକୁ ନେଇ ବ୍ୟସ୍ତ ରହିପାରନ୍ତି। ପଢ଼ା ଲେଖାରେ ନିଜର ପ୍ରଧାନ୍ୟ ବିସ୍ତାର କରିପାରନ୍ତି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସୁ-ସମ୍ବାଦ ପାଇ ଆନନ୍ଦ ଅନୁଭବ କରିପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

ବୃଷ: ମାନସିକ ଅସ୍ଥିରତା ବୃଦ୍ଧି ପାଇପାରେ। ଅନୁଗତମାନେ ଆଡହୋଇ ପଶ୍ଚାତ୍‌ପଦ ଦେବେ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ପରିଶ୍ରମର ମୂଲ୍ୟ ମିଳିବ। କୃଷିରୁ ଲାଭ ମିଳିବ। ଯାନବାହନ ସୁଖ ମିଳିବ। ଗୃହ ପରିବେଶ ଠିକ୍ ରହିବ।

ମିଥୁନ: ଅର୍ଥପ୍ରାପ୍ତିର ସୂଚନା ମିଳୁଛି। ବିଭିନ୍ନ ସ୍ତରରେ ସମ୍ମାନିତ ହେବେ। ଆର୍ଥିକ କ୍ଷେତ୍ର ସ୍ବଚ୍ଛଳ ରହିବ। ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଦେବଦର୍ଶନର ସୁଯୋଗ ଅଛି। ଅଶାନ୍ତି ହ୍ରାସ ହେବ। ସରକାରୀ ସ୍ତରରୁ ଲାଭ ମିଳିବ।

କର୍କଟ: ନିଜ ପୂର୍ବ ମତର ପରିବର୍ତ୍ତନ କରିପାରନ୍ତି। ସାମାନ୍ୟ ଅସୁସ୍ଥତା ଅନୁଭବ କରିବେ। ଶତ୍ରୁନାଶ କରି ଆଶ୍ବସ୍ତ ହେବେ। ଭାଗ୍ୟବାନ ହେବେ। କୁଳ ପ୍ରଧାନ ହୋଇପାରନ୍ତି। ପୁତ୍ରପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି। ଧନାନ୍ବିତ ହେବା ଆଶା କରାଯାଏ।

ସିଂହ: ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ଉତ୍ସାହ ବୃଦ୍ଧି ପାଇବ। ଆୟ ଆଶାନୁରୂପ ହେବ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ ହେବେ। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସ୍ଥ ଓ ନିରାମୟ ରହିବେ। ଚିନ୍ତାଧାରା ଉନ୍ନତମାନର ହେବ।

କନ୍ୟା: ମାନସିକ ସ୍ତରରେ ପ୍ରସନ୍ନତା ଉଦୟ ହେବ। କାର୍ଯ୍ୟରେ ଉପୁଜି ଥିବା ବାଧା-ବିଘ୍ନ ଦୂର ହେବ। ଅଯଥା ବିତର୍କରେ ଭାଗ ନ ନେଇ ଚୁପ୍ ରହିବା ଭଲ; ମାତ୍ର ତାହା କ୍ଷଣକ ପାଇଁ । ଭ୍ରାତୃଭାବ ଅତୁଟ ରହିବ।

ତୁଳା: ସୁସ୍ଥ ଓ ନିରାମୟ ରହିପାରନ୍ତି। ଶୁଭ ଖବର ପାଇ ଖୁସି ହେବେ। ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିପାରନ୍ତି। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି। କରିତ୍‌କର୍ମା ହେବେ। ରୂପବାନ୍‌ ଓ ଗୁଣଜ୍ଞ ହେବେ।

ବିଛା: ଆଜି ଦିନଟିରେ ଯାନବାହନ ଚଳାଚଳରେ ସତର୍କତା ଅବଲମ୍ବନ କରିବେ। ସୁ-ସମ୍ବାଦ ପାଇ ଖୁସି ହେବେ। କର୍ମରେ ଅପୂର୍ବ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖା ଦେଇପାରେ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ସୁଖୀ ହେବେ।

ଧନୁ: କିଛି ଦ୍ରବ୍ୟ ଅପହୃତ ହୋଇପାରେ। ଭ୍ରମଣ ଯୋଗ ରହିଛି। କାର୍ଯ୍ୟରେ ସଫଳତା ମିଳିବ। କ୍ଷମତାର ଅଭିବୃଦ୍ଧି ଘଟାଇ ତା’ର ସଦ୍‌ବ୍ୟବହାର କରିପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବେ। ବୀରତ୍ବ ପ୍ରଦର୍ଶନ କରି ଲୋକମାନଙ୍କ ପ୍ରଶଂସାର ପାତ୍ର ହେବେ।

ମକର: ଅର୍ଥାଭାବ ଦେଖା ଦେଇପାରେ। ସାମାନ୍ୟ ମାତ୍ରାର ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି। ପ୍ରଦୂଷିତ ପରିବେଶରେ ରହିବା ଆପଣଙ୍କ ପକ୍ଷେ ସମ୍ଭବ ହୋଇ ନ ପାରେ। ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ସତର୍କତାର ସହ ଚଳିବାକୁ ପଡ଼ିବ।

କୁମ୍ଭ: ଭ୍ରମଣ ସୁଖକର ହୋଇପାରେ। ସୁଖ-ସମ୍ମାନ ଲାଭ କରିପାରନ୍ତି। ସୁଖକର ଘଟଣାମାନ ଘଟିପାରେ। କର୍ମ​‌େ​‌କ୍ଷତ୍ରରେ ଅପୂର୍ବ ସଫଳତା ମିଳିବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ସୁଖାଦ୍ୟ ପ୍ରାପ୍ତିରେ ଆନନ୍ଦ ଅନୁଭବ କରିବେ।

ମୀନ: ସୁଯୋଗ ହସ୍ତଗତ ହୋଇପାରେ। ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ। ଶୁଭ ଖବର ପାଇ ଖୁସି ହେବେ। ବ୍ୟସ୍ତତା ମଧ୍ୟରେ ଦିନଟି ଅତିବାହିତ ହେବ। ଶୁଭକାର୍ଯ୍ୟ ପାଇଁ ଦିନଟି ଉତ୍ସାହଜନକ ହେବ। ଋଣପରିଶୋଧ କରିପାରନ୍ତି।

Leave A Reply