ଶନିବାର ରାଶିଫଳ

ମେଷ: ଗୁପ୍ତଧନର ସନ୍ଧାନ ମିଳି ଯିବ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ସୁସ୍ଥ ଓ ନିରାମୟ ଜୀବନ-ଯାପନ କରିବେ। ଯଶସ୍ବୀ ହୋଇପାରନ୍ତି। ଲୋକପ୍ରିୟତା ଅର୍ଜନ କରିବେ। ଚଞ୍ଚଳ ପ୍ରକୃତିର ହେବେ। ସରକାରୀ ଅର୍ଥ ମିଳିବ।

ବୃଷ: ଭ୍ରାତୃ ବିବାଦର ସମ୍ମୁଖୀନ ହୋଇପାରନ୍ତି। କାର୍ଯ୍ୟରେ ସଫଳତା ଲାଭ କରିବେ। କୁଳ ଉଳକାରୀ ହେବେ। ମନରେ ପ୍ରସନ୍ନତା ଭାବ ଦେଖା ଦେବ। ସୁସ୍ଥ ଓ ନିରାମୟ ରହିବେ। ଦୟାଳୁ ସ୍ବଭାବର ହେବେ। ବ୍ୟବସାୟ ଲାଭଜନକ ହେବ।

ମିଥୁନ: ଅତ୍ୟଧିକ ପରିଶ୍ରମ ଯୋଗୁଁ ବିଶ୍ରାମ ନେଇ ପାରନ୍ତି। ଭାଗ୍ୟଶାଳୀ ହେବେ। ଭୋଗ ବିଳାସରେ ଦିନଟି ଅତିବାହିତ କରିପାରନ୍ତି। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିବେ। ଧର୍ମାତ୍ମା, ପ୍ରବାସପ୍ରିୟ, ବିଦ୍ବାନ୍‌, ସାହସୀ ହେବେ।

କର୍କଟ: ବ୍ୟବସାୟ ଜନିତ ଲାଭରେ ବାଧା ଉପୁଜି ପାରେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ସ୍ୱାଭିମାନୀ ହେବେ ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡ଼ିବ। ଜଳଯାତ୍ରା ମନା।

ସିଂହ: ପତ୍ନୀଙ୍କ ଯୋଗୁଁ ଧନଲାଭ କରିପାରନ୍ତି। ବିଭିନ୍ନ ସ୍ତରରୁ ସହଯୋଗ ମିଳବ। ବ୍ୟବସାୟ ଲାଭଜନକ ହେବ। ସମାଜ ସେବୀ ହୋଇପାରନ୍ତି। ଶାନ୍ତ ଓ ଧୈର୍ଯ୍ୟବାନ୍‍ ହେବା ଆଶା କରାଯାଏ। ପତ୍ନୀଙ୍କ ଇଙ୍ଗିତରେ ଚଳିଲେ ସୁଖୀ ହେବେ।

କନ୍ୟା: ଗୃହରେ ବୁଝାମଣା ସୃଷ୍ଟି ହେବ। ବେଳେ ବେଳେ ନିଜକୁ ଅସହାୟ ମନେ କରିପାରନ୍ତି। ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି। ବଳିଷ୍ଠ ହେବେ। ଶତ୍ରୁ ବିନାଶ କରି ଯଶ ବାନା ଉଡ଼ାଇ ପାରନ୍ତି।

ତୁଳା: ପାଇଥିବା ଦ୍ରବ୍ୟ ପୁଣି ହଜାଇ ଦେଇପାରନ୍ତି। ସମ୍ମାନକୁ ଜଗି ଚଳିବାକୁ ପଡ଼ିବ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ହଠାତ୍‍ କିଛି ଅର୍ଥ ମିଳିପାରେ। ବ୍ୟବସାୟରେ ପ୍ରଚୁର ଧନ ଲାଭ ହେବ। ଧାର୍ମିକ, ତେଜସ୍ୱୀ ଓ ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ।

ବିଛା: ଲୋଭଗ୍ରସ୍ତ ହେଲେ ଅସୁବିଧାରେ ପଡ଼ିବେ। ଶତ୍ରୁ ବୃଦ୍ଧି ହେବାର ସମ୍ଭାବନା ଅଛି। ଉଦାର ସ୍ୱଭାବର ହୋଇପାରନ୍ତି। ଦାନଶୀଳ ହେବେ। ଶୋଭନ ବ୍ୟକ୍ତିତ୍ୱ ସମ୍ପନ୍ନ ହୋଇପାରନ୍ତି। ସ୍ୱାସ୍ଥ୍ୟ ଭଲ ରହିବ। କୃଷି ଉପରେ ଧ୍ୟାନ ଦେବେ। ବୁଦ୍ଧିମାନ ହେବେ।

ଧନୁ: ଆଶା ଫଳବତୀ ହେବ। କାର୍ଯ୍ୟରେ ସଫଳତା ଲାଭ କରିବ। ମନ ପ୍ରସନ୍ନ ରହିବ। ଆସ୍ତିକ ହେବେ। ମଧୁରଭାଷୀ ହୋଇପାରନ୍ତି। ମେଳାପୀ ପ୍ରକୃତିର ହେବେ। ପ୍ରେମୀ ଓ ସାହସୀ ହେବେ। ସାନଭାଇମାନଙ୍କ ଠାରୁ ଆଦର ସମ୍ମାନ ମିଳିବ। ବିଦ୍ୱାନ୍‍ ହେବେ।

ମକର: କାର୍ଯ୍ୟକ୍ଷେତ୍ରରେ ଆଂଶିକ ସଫଳତା ମିଳିପାରେ। ଆଶାବାଦୀ ହୋଇପାରନ୍ତି। ଭାଗ୍ୟଶାଳୀ ହେବେ। ପରଦେଶବାସୀ, ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ। ସ୍ତ୍ରୀ ବିଳାସୀ ହେବେ। ମିତ୍ର ସୁଖ ମିଳିବ।

କୁମ୍ଭ: କୌଣସି ଦ୍ରବ୍ୟ ଅପହୃତ ହୋଇପାରେ। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ମିଷ୍ଟାନ୍ନ ଭୋଜନ ମିଳିବ। ଆୟ ଆଶାନୁରୂପ ହେବ। ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି। ଯୁଦ୍ଧ ବା ମୋକଦ୍ଦମାରେ ବିଜୟୀ ହେବା ସହିତ ଧନଲାଭ ହେବାର ସୂଚନା ମିଳୁଛି।

ମୀନ: ପାରିବାରିକ ଅଶାନ୍ତି ଦେଖା ଦେଇପାରେ। ଆଳସ୍ୟ ପରାୟଣ ହୋଇପାରନ୍ତି। ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବେ। ଚଞ୍ଚଳ ସ୍ୱଭାବର ହେବେ। ମଧୁର ବଚନ କହି ପରକୁ ଆପଣାର କରିପାରନ୍ତି। ସାହସୀ ଓ ଜ୍ଞାନୀ ହେବେ।

Comments are closed.