ଶନିବାର ରାଶିଫଳ

ମେଷ: ନୂତନ କାର୍ଯ୍ୟରେ ମନୋନିବେଶ କରିପାରନ୍ତି। ପ୍ରୀତି ଲାଭ କରି ଉତ୍‌ଫୁଲ୍ଲିତ ହେବେ। ଶୟନ ସୁଖ ମିଳିବ। ଅବିବାହିତଙ୍କର ମନୋରମା କନ୍ୟାସହ ବିବାହ ସମ୍ବନ୍ଧ ସ୍ଥିର ହେବ। ମୂଲ୍ୟବାନ୍‌ ଧାତୁଦ୍ରବ୍ୟ ପ୍ରାପ୍ତ ହେବେ।

ବୃଷ: ଆତ୍ମଗୋପନ କରିପାରନ୍ତି। ଅର୍ଥପ୍ରାପ୍ତିର ସୁଯୋଗ ଜୁଟୁଛି। ବିଭିନ୍ନ ସ୍ତରରୁ ସହଯୋଗ ପାଇ ବିଶେଷ ଉପକୃତ ହେବେ। ସର୍ବତ୍ର ସୁଖ ଭୋଗର ସୂଚନା ମିଳୁଛି। ଶତ୍ରୁ ଦମନ କରି ଆଶ୍ବସ୍ତ ହେବେ। ସୁସ୍ଥ ରହିବେ।

ମିଥୁନ: କାର୍ଯ୍ୟରେ ସଫଳତା ଲାଭ କରିବେ। ଦିନଟି ସମସ୍ୟା ବହୁଳ ହୋଇପାରେ। ଚଞ୍ଚଳ ଚେଷ୍ଟିତ ହେବେ। ବିଭିନ୍ନ ସୂତ୍ରରୁ ଅର୍ଥ ମିଳିବ। ସୁଲକ୍ଷଣା କନ୍ୟା ସନ୍ତାନ ପ୍ରାପ୍ତ ହୋଇପାରନ୍ତି। ଶ୍ରେଷ୍ଠ ପଦ-ପଦବୀରେ ମଣ୍ଡିତ ହୋଇପାରନ୍ତି।

କର୍କଟ: ଦୁଶ୍ଚିନ୍ତା ଦୂର ହେବ। ଯାନବାହନ ସୁଖ ମିଳିବ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଶ୍ରେଷ୍ଠମାନ୍ୟତା ପ୍ରାପ୍ତ ହୋଇପାରନ୍ତି। ପୁତ୍ର ସୁଖ ମିଳିପାରେ। ପରୋପକାରୀ ହେବେ। ବୁଦ୍ଧିମାନ୍‌ ବ୍ୟକ୍ତିଭାବେ ନିଜର ପରିଚୟ ସୃଷ୍ଟି କରିବେ।

ସିଂହ: ଆର୍ଥିକ ଅନଟନର ଅବସାନ ଘଟିବ। ଅଦ୍ୟମ ଚେଷ୍ଟା ଫଳରେ କାର୍ଯ୍ୟ ହାସଲ କରିବାକୁ ସକ୍ଷମ ହେବେ। କଳ,ବଳ, କୌଶଳ ପ୍ରୟୋଗ କରି କାର୍ଯ୍ୟ ହାସଲ କରିପାରନ୍ତି। ସମୃଦ୍ଧି ମାର୍ଗରେ ଆଗକୁ ବଢ଼ିବେ। ସର୍ବ ସୁଖ ମିଳିବା ଆଶା କରାଯାଏ।

କନ୍ୟା: ପରିବେଶ ଆପଣଙ୍କ ପାଇଁ ଲାଭଜନକ ହେବ। ଆଶାବାଦୀ ହୋଇପାରନ୍ତି। ଚିନ୍ତା ବୃଦ୍ଧି ହୋଇପାରେ। ତ୍ୟାଗଶୀଳ ଓ ନୀତିଜ୍ଞ ହେବେ। ବିବିଧ ଧନଯୁକ୍ତ ହୋଇପାରନ୍ତି। ଚଞ୍ଚଳ ମନା ହେବେ। ଅତିସୁଖୀ ଓ କୀର୍ତ୍ତିମାନ ହେବେ।

ତୁଳା: ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ରୋଜଗାର ଆଶାନୁରୂପ ହେବ। ବନ୍ଧୁ ସହାୟତାରୁ ଲାଭବାନ ହୋଇପାରନ୍ତି। ରୁଚିକର ସୁସ୍ବାଦୁ ଭୋଜନ ମିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଋଣ ପରିଶୋଧ କରିବାରେ ସକ୍ଷମ ହୋଇପାରନ୍ତି।

ବିଛା: ପରିସ୍ଥିତି ପ୍ରତି ଉଦାସୀନ ରହିବେ। କେହି ଆପଣଙ୍କ ପଥରୋଧ କରିବା ପାଇଁ ଉଦ୍ୟମ ଚଳାଇ ପାରନ୍ତି। ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। ଶୋଭନ ବ୍ୟକ୍ତିତ୍ବ ସମ୍ପନ୍ନ ହୋଇପାରନ୍ତି। ମିଷ୍ଟ ଭାବେ ସମସ୍ତଙ୍କ ମନ କିଣିବାରେ ସକ୍ଷମ ହେବେ।

ଧନୁ: ତରବର ନ ହୋଇ ଅପେକ୍ଷାରତ ହେଲେ କାର୍ଯ୍ୟର ସଫଳ ରୂପାୟନ କରିବାରେ ସକ୍ଷମ ହେବେ। ମୂଲ୍ୟବାନ ଦ୍ରବ୍ୟ ଲାଭ ହେବ। ସରକାରୀ ସ୍ତରରେ ସମ୍ମାନିତ ହେବେ। ରାଜକୋଷ ଅର୍ଥପ୍ରାପ୍ତିର ସୂଚନା ମିଳୁଛି। ଜନସାଧାରଣଙ୍କ ପ୍ରିୟପାତ୍ର ହେବେ।

ମକର: ନିଜେ ନିଜକୁ ସାନ୍ତ୍ବନା ଦେବେ। କାର୍ଯ୍ୟରେ ସଫଳତା ମିଳିବ। ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି। କର୍ମତତ୍ପରତା ପ୍ରକାଶ ପାଇବ। ନାନା ବିଭବରେ ମଣ୍ଡିତ ହୋଇପାରନ୍ତି। କୀର୍ତ୍ତି, ମର୍ତ୍ତି, ସତ୍ତ୍ବ, ସନ୍ତୋଷ ସବୁକିଛି ମିଳିପାରେ।

କୁମ୍ଭ: ଇଚ୍ଛା କରୁଥିବା ସୁଫଳ ପ୍ରାପ୍ତ ହୋଇପାରନ୍ତି। ବିଭାଗରେ ଓ ସାଧାରଣ କ୍ଷେତ୍ରରେ ଆଦର ସମ୍ମାନ ମିଳିବ। ଆଶା ଫଳବତୀ ହେବ। ବନ୍ଧୁ ମିଳନରେ ବିଶେଷ ଉପକୃତ ହୋଇପାରନ୍ତି। ବିଭିନ୍ନ ସ୍ତରରୁ ଧନଲାଭ ହେବାର ସୂଚନା ମିଳୁଛି।

ମୀନ: ଶୁଭ ବାର୍ତ୍ତା ପାଇ ପ୍ରଫୁଲ୍ଲିତ ହୋଇପାରନ୍ତି। ମନରେ ବିଷଣ୍ଣ ଭାବ ଜାତ ହୋଇପାରେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଗୃହରେ ଅଶାନ୍ତି ଉପୁଜିପାରେ। ଖର୍ଚ୍ଚାନ୍ତ ହେବା ଆଶାକରାଯାଏ। ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କ ରହିବେ।

Comments are closed.