ସୋମବାର ରାଶିଫଳ

0

ମେଷ: ସବୁ ସହିବାକୁ ପଡ଼ିବ। ମନରେ ପ୍ରସନ୍ନତା ଭାବ ସୃଷ୍ଟି ହେବ। ଶାସ୍ତ୍ରାଭାଷୀ ହେବେ। ବିନୀତ ସ୍ୱଭାବର ହୋଇପାରନ୍ତି। ଉପଯୁକ୍ତ କର୍ମାନୁରକ୍ତ ହେବେ। ଧନଶାଳୀ ହେବେ। ଯଶସ୍ୱୀ ହେବେ। ବିଦ୍ୟାର୍ଥୀ ପାରଙ୍ଗମ ହେବେ।
ବୃଷ: ସମୟ ଅଶୁଭ ଥିବାରୁ ଦେଖି ଚାହିଁ କାର୍ଯ୍ୟ କରିବେ। ମନରେ ନିରାଶା ଭାବ ଜାତ ହୋଇପାରେ; ତଥାପି ଶ୍ରେଷ୍ଠମାନ୍ୟତା ମିଳିପାରେ। ପରୋପକାରୀ ହୋଇପାରନ୍ତି। ଧନ ମିଳିପାରେ। ବିଦ୍ୟାର୍ଥୀ କୃତକାର୍ଯ୍ୟ ହେବେ।
ମିଥୁନ: ସୁସ୍ଥ ଓ ନିରାମୟ ରହିବେ। ରୁଚିକର ଭୋଜନ ମିଳିପାରେ। ପୁତ୍ର ସନ୍ତାନ ମିଳିପାରେ। ମିତ୍ରଙ୍କ ସାନ୍ନିଧ୍ୟ ମିଳିବ। ଧନ ସହିତ ଯାନବାହନ ସୁଖ ମିଳିପାରେ। ବନ୍ଧୁତା ନିବିଡ଼ ହୋଇପାରେ। ବିଦ୍ୟାର୍ଥୀ ଚଞ୍ଚଳ ଚେଷ୍ଟିତ ହେବେ।
କର୍କଟ: ସ୍ଥାନ ପରିବର୍ତ୍ତନର ସୂଚନା ମିଳୁଛି। କ୍ରୋଧ ସମ୍ବରଣ କଲେ ସହଯୋଗ ମିଳିବ। ଅସୁସ୍ଥତା ଅନୁଭବ କରିପାରନ୍ତି। ସମ୍ମାନିତ ହୋଇପାରନ୍ତି। କିଛି ଧନ ମିଳିପାରେ। ସରକାରୀ ଅନୁଗ୍ରହ ମିଳିବ। ବିଦ୍ୟାର୍ଥୀଙ୍କୁ ଶୁଭଫଳ।
ସିଂହ: ଯାତ୍ରାଦିରେ ଖର୍ଚ୍ଚ ବୃଦ୍ଧି ଘଟିବ। ମନରେ ବିଷଣ୍ଣ ଭାବ ଦେଖା ଦେବ। ଶତ୍ରୁ ଦମନ କରି ଆଶ୍ୱସ୍ତ ହେବେ। ନୀରୋଗ ରହିବେ। ପାପ ଗ୍ରହଣ ଶୁଭଭାବରୁ ଧନାଦିଯୁକ୍ତ ହୋଇପାରନ୍ତି। ଅଭିମାନ ବିଲୀନ ହେବ। ବିଦ୍ୟାର୍ଥୀ ସୁଖୀ ହେବେ।
କନ୍ୟା: ପରିବାରରୁ ଅସୂୟା ଭାବ ମିଳିପାରେ। କଳହକୁ ଏଡ଼ାଇ ଗଲେ ସମ୍ମାନକ୍ଷୁଣ୍ଣ ହେବ ନାହିଁ। ହର୍ଷଯୁକ୍ତ ଓ ସୁଭାଷୀ ହୋଇପାରନ୍ତି। ଅର୍ଥପ୍ରାପ୍ତିର ସୂଚନା ମିଳୁଛି। ବନ୍ଧୁ ସହଯୋଗ ପାଇ ଉପକୃତ ହେବେ। ବିଦ୍ୟାର୍ଥୀ କରିତ୍‌କର୍ମା ହେବେ।
ତୁଳା: ସାବଧାନତାର ସହ କାର୍ଯ୍ୟ କରିବାକୁ ପଡ଼ିବ। ସୁବର୍ଣ୍ଣାଦି ଯୁକ୍ତ ହୋଇପାରନ୍ତି। ଦୃଢ଼ ପୌରୁଷର ଅଧିକାରୀ ହେବେ। ଶତ୍ରୁତାକୁ ବିଲୀନ କରିବାରେ ସଫଳ ହେବେ। ଯାନବାହନ ସୁଖ ଅଛି। ବିଦ୍ୟାର୍ଥୀଙ୍କର ଶୁଭଫଳ।
ବିଛା: କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ। ବିଭିନ୍ନ ସ୍ତରରେ ସମ୍ମାନିତ ହେବେ। ଶତ୍ରୁ ଦମନ କରିବେ ଓ ଧନ ଲାଭ ହେବ। ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି। ତେଜୀୟାନ ହେବେ। ବାହୁରେ ପୀଡ଼ା ଉପୁଜି ପାରେ। ବିଦ୍ୟାର୍ଥୀ କୃତକାର୍ଯ୍ୟ ହେବେ।
ଧନୁ: ଅର୍ଥ ହସ୍ତଗତ ହେବାର ସୂଚନା ମିଳୁଛି। ପ୍ରିୟଭାଷୀ ହେବେ। ଧନ ସହିତ ଯାନବାହନଯୁକ୍ତ ହୋଇପାରନ୍ତି। ସୁବର୍ଣ୍ଣ ସମ୍ପଦ ବି ମିଳିପାରେ। ସୁସ୍ଥ ରହିବେ। ଶ୍ରେଷ୍ଠ ପଦପଦବୀ ମିଳିବାର ସୌଭାଗ୍ୟ ଅଛି। ବିଦ୍ୟାର୍ଥୀଙ୍କୁ ସୁଖ ମିଳିବ।
ମକର: ସମସ୍ୟା ବଢ଼ିବାକୁ ଲାଗିବ। ପଥରୋଧ ଘଟିପାରେ। ନାନା ବିଭବରେ ମଣ୍ଡିତ ହୋଇପାରନ୍ତି। ଉତ୍ତମା ରମଣୀର ସୌହାର୍ଦ୍ୟପୂର୍ଣ୍ଣ ସହଯୋଗ ପାଇବେ। ଯଶସ୍ୱୀ ହେବେ। ସର୍ବତ୍ର ବିଜୟ ଲାଭ କରିବେ। ବିଦ୍ୟାର୍ଥୀଙ୍କୁ ସୁଫଳ ମିଳିବ।
କୁମ୍ଭ: କଷ୍ଟ ସହି କାର୍ଯ୍ୟ ସମ୍ପାଦନ କରିବେ। ନାନା ବିଭବର ଅଧିକାରୀ ହୋଇପାରନ୍ତି। ଧାର୍ମିକ ପ୍ରବର ହେବେ। ଗୋ- ବ୍ରାହ୍ମଣଙ୍କ ସମ୍ମତି ଲାଭ କରିବେ। ଆପଣଙ୍କ ପରାମର୍ଶ ଉପାଦେୟ ହେବ। ବିଦ୍ୟାର୍ଥୀ ସଫଳ ହେବେ।
ମୀନ: ସୁଯୋଗକୁ ହାତଛଡ଼ା କରିବେ ନାହିଁ। କାର୍ଯ୍ୟ ହାସଲ କରିବାରେ ସିଦ୍ଧହସ୍ତ ହେବେ। ମୁଖ୍ୟ କାର୍ଯ୍ୟ କରିବାରେ ଦକ୍ଷତା ପ୍ରଦର୍ଶନ କରିପାରନ୍ତି। ସନ୍‌ମାର୍ଗୀ ହେବେ। ଶ୍ରେଷ୍ଠ ସମ୍ମାନର ଅଧିକାରୀ ହେବେ। ବିଦ୍ୟାର୍ଥୀ ସଫଳ ହେବେ।

Leave A Reply