ବୁଧବାର ରାଶିଫଳ

0

ମେଷ: ସାମାଜିକ କାର୍ଯ୍ୟରେ ନିୟୋଜିତ ହୋଇପାରନ୍ତି। ଆଶାବାଦୀ ହେବେ। ଭାଗ୍ୟଶାଳୀ ହୋଇପାରନ୍ତି। ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ବିଦ୍ୟାପ୍ରେମୀ ହେବେ। ଶାନ୍ତ, ନିପୁଣ, ମେଧାବୀ, ଜିତେନ୍ଦ୍ରୀୟ ଓ ବିଦ୍ୱାନ ହେବେ।

ବୃଷ: ଐଶ୍ୱର୍ଯ୍ୟଯୁ୍କ୍ତ ହେବେ। ବ୍ୟବସାୟରେ ପ୍ରଚୁର ଧନ ଲାଭ ହେବ। ରଣ କୌଶଳ ଉନ୍ନତମାନର ହେବ। ମାଲିମୋକଦ୍ଦମାରେ ବିଜୟୀ ହେବେ। ମିଷ୍ଟାନ୍ନ ଭୋଜନ ମିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଶରୀର ସୁସ୍ଥ ରହିବ।

ମିଥୁନ: ନିଜ କାର୍ଯ୍ୟ ପାଇଁ ସମ୍ମାନିତ ହେବେ। କାର୍ଯ୍ୟ ବିଳମ୍ବିତ ହୋଇପାରେ। ଚଞ୍ଚଳ ସ୍ୱଭାବର ହୋଇପାରନ୍ତି। ଥଣ୍ଡା କଫରେ ଆକ୍ରାନ୍ତ ହୋଇ ପାରନ୍ତି। ଚକ୍ଷୁରେ ପୀଡ଼ା ଉପୁଜି ପାରେ। ମଧୁରଭାଷୀ ହେବେ। ସାହସୀ ଓ ଜ୍ଞାନୀ ହୋଇପାରନ୍ତି।

କର୍କଟ: ଧର୍ମ ଭାବନାରୁ ଶାନ୍ତି ମିଳିବ। ଆଦର ଅଭ୍ୟର୍ଥନା ମିଳିପାରେ। ଯଶସ୍ୱୀ ହେବେ। ଲୋକପ୍ରିୟତା ଅର୍ଜନ କରିବେ। ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ଧନଲାଭର ସୂଚନା ମିଳୁଛି। ଗୃହ ସୁଖ ଓ ଯାନବାହନ ସୁଖ ମିଳିବ।

ସିଂହ: ପରିଶ୍ରମର ମୂଲ୍ୟ ମିଳିବ। କୁଳଦୀପକ ହୋଇପାରନ୍ତି। ଚିତ୍ତ ପ୍ରସନ୍ନ ରହିବ। ଦୟାଳୁ ସ୍ୱଭାବର ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଯଶସ୍ୱୀ ହେବେ। ପରିବାର ପ୍ରତି ସ୍ନେହ ସଦିଚ୍ଛା ଭାବ ରହିବ। ସରକାରୀ ଅର୍ଥ ମିଳିପାରେ।

କନ୍ୟା: ଆକସ୍ମିକ ଧନପ୍ରାପ୍ତିର ସୁଯୋଗ ଅଛି। ସେବା ମନୋଭାବ ଗ୍ରହଣ କରି କାର୍ଯ୍ୟ କରିବେ। ଭାଗ୍ୟଶାଳୀ ହୋଇପାରନ୍ତି। ଦିନଟି ଭୋଗ ବିଳାସରେ ଅତିବାହିତ କରିପାରନ୍ତି। ଧର୍ମାତ୍ମା, ପ୍ରବାସପ୍ରିୟ, ବିଦ୍ୱାନ, ସାହସୀ ଓ ସମ୍ପତ୍ତିବାନ ହେବେ।

ତୁଳା: ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି। ଈର୍ଷାଳୁ ସ୍ୱଭାବର ହୋଇପାରନ୍ତି। ସ୍ୱାଭିମାନୀ ହେବେ। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ସୁଗୁଣ, ସତ୍ୟବାଦୀ, ଧନଯୁକ୍ତ ସୁବର୍ଣ୍ଣ ପ୍ରାପ୍ତି ଓ ଉତ୍ତମା ପତ୍ନୀଯୁକ୍ତ ହେବେ।

ବିଛା: ମିତ୍ରଙ୍କ ସାନ୍ନିଧ୍ୟ ପାଇ ଗର୍ବିତ ହେବେ। ବ୍ୟବସାୟ ଲାଭଜନକ ହେବ। ସମାଜ ସେବା ପ୍ରତି ମନ ବଳାଇ ପାରନ୍ତି। ମନରେ ଅହଂଭାବ ଆସିପାରେ। ଶାନ୍ତ ଓ ଧୈର୍ଯ୍ୟବାନ ହେବେ। ପତ୍ନୀଙ୍କ ଇଙ୍ଗିତରେ ପରିଚାଳିତ ହେବେ। ବନ୍ଧୁବତ୍ସଳ ହୋଇପାରନ୍ତି।

ଧନୁ: ସୁଯୋଗକୁ ହାତଛଡ଼ା କରିବେ ନାହିଁ। ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। ଶରୀର ସୁସ୍ଥ ରହିବ। ବଳିଷ୍ଠ ଓ ଶତ୍ରୁହନ୍ତା ହେବେ। ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କଦ୍ୱାରା ସମ୍ମାନିତ ହୋଇପାରନ୍ତି। ମନରେ ଆତୁରତା ଦେଖା ଦେବ।

ମକର: ମାନସିକ ପ୍ରତିକ୍ରିୟା ବୃଦ୍ଧି ହୋଇପାରେ। ନିଜକୁ ଅସହାୟ ମନେ କରିପାରନ୍ତି; ତଥାପି ହଠାତ୍ କିଛି ଧନ ଲାଭ ହେବ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ଶିକ୍ଷିତା ପତ୍ନୀଙ୍କ ସାହଚର୍ଯ୍ୟ ମିଳିବ।

କୁମ୍ଭ: କଳହଠାରୁ ଦୂରେଇ ରହିବାକୁ ପଡ଼ିବ। ଉଦାର ସ୍ୱଭାବର ହେବେ। ଦାନଶୀଳ ହୋଇପାରନ୍ତି। ଶୋଭନ ବ୍ୟକ୍ତିତ୍ୱର ପରିଚୟ ସୃଷ୍ଟି କରିବେ। ସ୍ୱାସ୍ଥ୍ୟ ଭଲ ରହିବ। କୃଷି କର୍ମକାରୀ ହୋଇପାରନ୍ତି। ଜଳପ୍ରତି ଆଦର ଓ ବୃଦ୍ଧିମାନ ହେବେ।

ମୀନ: କାର୍ଯ୍ୟରେ ସଫଳତା ଲାଭ କରିବେ। ମନ ପ୍ରସନ୍ନ ରହିବ। ଆସ୍ତିକ ସ୍ୱଭାବର ହୋଇପାରନ୍ତି। ମଧୁରଭାଷୀ ହେବେ। ଥଣ୍ଡା କଫରେ ଆକ୍ରାନ୍ତ ହୋଇପାରନ୍ତି। ପ୍ରେମୀ ଓ ସାହସୀ ହେବେ। ବିବାଦରେ ବିଜୟୀ ହେବେ। ସାନଭାଇଙ୍କ ଠାରୁ ସମ୍ମାନ ମିଳିବ।

Leave A Reply