ଗୁରୁବାର ରାଶିଫଳ

ମେଷ: ଯେକୌଣସି ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଶତ୍ରୁମାନଙ୍କ ଉପରେ କଡ଼ା ନଜର ରଖିବାକୁ ପଡ଼ିବ। ବସ୍ତ୍ର ଭୂଷଣ ଲାଭ ହୋଇପାରେ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ। ଶତ୍ରୁନାଶ କରି ଆଶ୍ୱସ୍ତ ହେବେ।

ବୃଷ: ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବେ। କନ୍ୟା, ପୁତ୍ର, ପୌତ୍ର, ପ୍ରପୌତ୍ରାଦି ଲାଭ କରିପାରନ୍ତି। ଭାଇଙ୍କ ଉପରେ ବିପଦ ରହିଛି। ଧନ ଓ ଉତ୍ତମ ମିତ୍ର ଲାଭ ହେବ। ସୁଖୀ ହେବେ। ଘୋଡ଼ା, ହାତୀ ଚଢ଼ା ସମ୍ପତ୍ତିର ମାଲିକ ହୋଇପାରନ୍ତି।

ମିଥୁନ: ଜଣେ ହୃଦୟବାନ୍‍ ବନ୍ଧୁ ପ୍ରାପ୍ତ ହୋଇପାରନ୍ତି। ଧର୍ମମତି ହେବାର ସୂଚନା ମିଳୁଛି। ମନୋଜ୍ଞ ହେବେ। କୃଷି କାର୍ଯ୍ୟରେ ଦକ୍ଷ ହେବେ। ଯାନବାହନ ସୁଖ ମିଳିବ। ଗୃହ ପରିବେଶ ସନ୍ତୋଷଜନକ ହେବ। ଯଶସ୍ୱୀ ହୋଇପାରନ୍ତି।

କର୍କଟ: ଉତ୍ସବାଦିରେ ବନ୍ଧୁ ବାନ୍ଧବଙ୍କ ସହିତ ମିଳିତ ହେବେ। କାର୍ଯ୍ୟର ସଫଳ ରୂପାୟନ କରି ଆତ୍ମତୃପ୍ତି ଲାଭ କରିବେ। ସୁଖ ସମାଚାର ପାଇ ଖୁସି ହୋଇପାରନ୍ତି। ଚିନ୍ତାଦୂର ହେବ। ​‌େ​‌ଶ୍ରଷ୍ଠ ମାନ୍ୟତା ମିଳିବ। ପରୋପକାରୀ ହେବେ।

ସିଂହ: ଜଞ୍ଜାଳ ଦୂରେଇ ଯିବ। ଆଶାବାଦୀ ହୋଇପାରନ୍ତି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଭାଗ୍ୟଶାଳୀ ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ସରକାରୀ ସ୍ତରରେ ସମ୍ମାନିତ ହୋଇପାରନ୍ତି। ବିବାଦରେ ବିଜୟୀ ହେବେ। ମାନସିକ ଅଶାନ୍ତି ଦୂର ହେବ।

କନ୍ୟା: ଧର୍ମ ଭାବନାରୁ ଶାନ୍ତି ମିଳିବ। ଶ୍ରୀଚନ୍ଦ୍ର ଭୋଗ ହେତୁ ମିଷ୍ଟାନ୍ନ ​‌େ​‌ଭାଜନ ମିଳିବ। ସରକାରୀ କିମ୍ବା ବନ୍ଧୁ ସହାୟତାରୁ ଲାଭବାନ୍‍ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ନୂଆ ବନ୍ଧୁଙ୍କ ସାନ୍ନିଧ୍ୟ ପାଇ ଖୁସି ହୋଇପାରନ୍ତି। ଚିନ୍ତାଧାରା ଉନ୍ନତମାନର ହେବ।

ତୁଳା: ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ। ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। କୁଳଦୀପକ ହୋଇପାରନ୍ତି। କଥାରେ ଲୋକଙ୍କୁ ଭୁଲାଇ ସ୍ୱାର୍ଥ ହାସଲ କରିବେ। ଦୁଃଖଭୋଗ କରି ମଧ୍ୟ ଶତ୍ରୁନାଶ କରିପାରନ୍ତି। ସାମାନ୍ୟ ଅସୁସ୍ଥତା ଅନୁଭବ କରିବେ।

ବିଛା: ମନ ପ୍ରସନ୍ନ ରହିବ। ରୋଜଗାର ଉତ୍ତମ ଧରଣର ହେବ। ବିଭାଗୀୟ ସ୍ତରରେ ସମ୍ମାନିତ ହେବା ସହିତ ଅର୍ଥ ପ୍ରାପ୍ତିର ସୁଯୋଗ ଅଛି। ଅନ୍ୟର ମଙ୍ଗଳ କାମନା କଲେ ନିଜର ମଙ୍ଗଳ ହେବ। କର୍ମକ୍ଷେତ୍ରରେ ସଫଳତା ମିଳିବ। ଉନ୍ନତି ପଥରେ ଆଗକୁ ବଢ଼ିବେ।

ଧନୁ: ଅତିଥି ସତ୍କାର କରି ଆତ୍ମତୃପ୍ତି ଲାଭ କରିବେ। ସୁଖୀ ହେବେ। ସମ୍ମାନିତ ହୋଇପାରନ୍ତି। ଗୃହ ପରିବେଶ ଆନନ୍ଦଦାୟକ ହେବ। ଆର୍ଥିକ ଅଭିବୃଦ୍ଧି ଘଟିବାର ସୂଚନା ମିଳୁଛି। ବହୁଦିନର ଆଶା ପୂରଣ ହେବ। କୀର୍ତ୍ତିମାନ ହୋଇପାରନ୍ତି।

ମକର: କୌଣସି ଏକ ଜାଗାକୁ ନେଇ ଅଶାନ୍ତି ସୃଷ୍ଟି ହୋଇପାରେ। ସତ୍‍ସଙ୍ଗୀ ହୋଇପାରନ୍ତି। ଶୁଭଖବର ପାଇ ଖୁସି ହେବେ। କର୍ମତତ୍ପରତା ପ୍ରକାଶ ପାଇବ। ଭାଗ୍ୟଶାଳୀ ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହୋଇପାରେ। ଜନୈକା ମହିଳା ସାହାଯ୍ୟ କରିବେ।

କୁମ୍ଭ: ଭୋଜନ ସୁଖ ମିଳିପାରେ। ଧନକ୍ଷୟ ହେବାର ସୂଚନା ମିଳୁଛି। ପ୍ରିୟଭାଷୀ ହୋଇପାରନ୍ତି। ଗୋ-ବାହ୍ମଣ ଓ ଦୁସ୍ଥ ଲୋକଙ୍କ ହିତ ସାଧନ କରି ଆତ୍ମ ସନ୍ତୋଷ ଲାଭ କରିବେ। ସନ୍‍ମାର୍ଗୀ ହେବେ। ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କ ରହିବେ।

ମୀନ: ଗୃହକାର୍ଯ୍ୟରେ ବ୍ୟସ୍ତ ରହିପାରନ୍ତି। ବନ୍ଧୁ ସହଯୋଗ ପାଇ ଖୁସି ହୋଇପାରନ୍ତି। କୃଷିରୁ ଲାଭବାନ୍‍ ହୋଇପାରନ୍ତି। ଶୋଭନ ବ୍ୟକ୍ତିତ୍ୱର ଅଧିକାରୀ ହେବେ। ପତ୍ନୀଙ୍କ ସୁକୃତରୁ ପ୍ରତ୍ୟେକ କ୍ଷେତ୍ରରୁ ସୁଫଳ ମିଳିବ।

Comments are closed.