ଶୁକ୍ରବାର ରାଶିଫଳ

0

ମେଷ: ବିଭିନ୍ନ ଦିଗରୁ କ୍ଷତି ସହିବେ। ଗତି ପଥରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ। ଥଣ୍ଡା କଫ ଜନିତ ପୀଡ଼ା ଅନୁଭବ କରିପାରନ୍ତି। ଚଞ୍ଚଳ ସ୍ୱଭାବର ହେବେ। ମଧୁରଭାଷୀ ହେବେ; ତଥାପି ରାଜଯୋଗ ରହିଛି।

ବୃଷ: ଆପ୍ରାଣ ଉଦ୍ୟମ ଚଳାଇ କାର୍ଯ୍ୟ କଲେ ଲାଭବାନ ହେବେ। ଯଶସ୍ୱୀ ହେବେ। ପ୍ରାଧାନ୍ୟ ବିସ୍ତାର କରିପାରନ୍ତି। ଲୋକପ୍ରିୟତା ଅର୍ଜନ କରିବେ। ଚଞ୍ଚଳ ସ୍ୱଭାବର ହେବେ। ସରକାରୀ ସ୍ତରରେ ସମ୍ମାନିତ ହେବା ସହ ଧନଲାଭ ହେବ।

ମିଥୁନ: ଅର୍ଥ ପ୍ରାପ୍ତିର ସୁଯୋଗ ଜୁଟିଛି। କର୍ତ୍ତବ୍ୟ ପରାୟଣ ହେବେ। କୁଳଦୀପକ ହୋଇପାରନ୍ତି। ମନ ପ୍ରସନ୍ନ ରହିବ। ଦୟାର୍ଦ ଚିତ୍ତ ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଯଶ ଅର୍ଜନ କରି ଉତ୍‌ଫୁଲ୍ଲିତ ହେବେ। ପାରିବାରିକ ସୁଖ ମିଳିବ।

କର୍କଟ: ପ୍ରିୟ ବ୍ୟକ୍ତିଙ୍କ ପାଇଁ ଚିନ୍ତା ପ୍ରକଟ କରିବେ। କ୍ଳାନ୍ତ ଅନୁଭବ କରିପାରନ୍ତି। ଭାଗ୍ୟଶାଳୀ ହେବେ। ଦିନଟି ଭୋଗ ବିଳାସରେ ଅତିବାହିତ ହେବ। ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିପାରନ୍ତି। ଧର୍ମାତ୍ମା, ପ୍ରବାସ ପ୍ରିୟ, ବିଦ୍ୱାନ ଓ ସାହସୀ ହେବେ।

ସିଂହ: ପ୍ରିୟ ବ୍ୟକ୍ତି ବିରୁଦ୍ଧାଚରଣ କରିପାରନ୍ତି। ସାମାନ୍ୟ ଶାରୀରିକ ଅସୁସ୍ଥତା ଅନୁଭବ କରିବେ। ଈର୍ଷାଳୁ ସ୍ୱଭାବର ହୋଇପାରନ୍ତି। ସହଯୋଗୀ ବ୍ୟବସାୟ ଲାଭଜନକ ହେବ। ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ସତର୍କତାର ସହ ଚଳିବାକୁ ପଡ଼ିବ।

କନ୍ୟା: ଅଜଣା ଲୋକ ଦ୍ୱାରା ଉପକୃତ ହେବେ। ଆଶାବାଦୀ ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ମନରେ ଅହଂ ଭାବ ଜାଗ୍ରତ ହୋଇପାରେ। ଶାନ୍ତ ଓ ଧୈର୍ଯ୍ୟବାନ ହୋଇପାରନ୍ତି। ପତ୍ନୀଙ୍କ ଉପଦେଶ ଉପାଦେୟ ହେବ।

ତୁଳା: ଦୁଃସାହସିକ ପଦକ୍ଷେପ ନେଇ ଶତ୍ରୁ ଉପରେ ଆକ୍ରମଣ କରି ବିଜୟ ବାନା ଉଡ଼ାଇବେ। ଅନାଶ୍ୟକ ଖର୍ଚ୍ଚ କରିପାରନ୍ତି। ସ୍ୱାସ୍ଥ୍ୟ ଭଲ ରହିବ। ବଳଶାଳୀ ହେବେ। ଚାକିରି କ୍ଷେତ୍ରରେ ଅସାଧ୍ୟ ସାଧନ କରି ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରିୟ ଭାଜନ ହୋଇପାରନ୍ତି।

ବିଛା: ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ। ଚଞ୍ଚଳ ପ୍ରକୃତିର ହେବେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ବ୍ୟବସାୟରେ ପ୍ରଚୁର ଧନଲାଭ ହେବ। ଗୁପ୍ତବିଦ୍ୟା ପ୍ରତି ରୁଚି ରଖିପାରନ୍ତି। ଧାର୍ମିକ, ତେଜସ୍ୱୀ ଓ ଉତ୍ତମ ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ।

ଧନୁ: ଘାତଚନ୍ଦ୍ର ଭୋଗ ହେଉଥିବାରୁ ଯାନବାହନ ଚଳାଚଳରେ ସତର୍କ ରହିବେ। ବିବାଦୀୟ ଘଟଣାରେ ବିଜୟୀ ହେବେ। ଉଦାର ସ୍ୱଭାବର ହୋଇପାରନ୍ତି। ଦାନଶୀଳ ହେବେ। ଶୋଭନ ବ୍ୟକ୍ତିତ୍ୱର ଅଧିକାରୀ ହୋଇପାରନ୍ତି। ସ୍ୱାସ୍ଥ୍ୟ ଭଲ ରହିବ। କୃଷିକର୍ମକାରୀ ହେବେ।

ମକର: ନିଜ ଉଦ୍ୟମରେ ପାରିବାରିକ ଅଶାନ୍ତି ଦୂର କରିପାରନ୍ତି। ମନ ପ୍ରସନ୍ନ ରହିବ। ଆସ୍ତିକ ଚରିତ୍ରର ହେବେ। ମଧୁରଭାଷୀ ହୋଇପାରନ୍ତି। ଥଣ୍ଡା କଫରେ ଆକ୍ରାନ୍ତ ହେବାର ସମ୍ଭାବନା ଅଛି। ପ୍ରେମୀ ଓ ସାହସୀ ହେବେ। ସାନ ଭାଇମାନଙ୍କଠାରୁ ଆଦର ସମ୍ମାନ ମିଳିବ।

କୁମ୍ଭ: ଆଶାବାଦୀ ହେବେ। ବିଭିନ୍ନ ଦିଗରୁ ଧନାଗମ ହେବାର ସୂଚନା ମିଳୁଛି। ସୌଭାଗ୍ୟଶାଳୀ ହେବେ। ସ୍ୱ ଅର୍ଜିତ ଧନ ଭୋଗ କରିପାରନ୍ତି। ପରଦେଶବାସୀ, ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ। ମିତ୍ର ସୁଖ ମିଳିବ।

ମୀନ: ବ୍ୟବସାୟରେ ଉତ୍ସାହ ବୃଦ୍ଧି ପାଇବ। ବଳଶାଳୀ ହେବେ। ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି। ବ୍ୟବସାୟ ପାଇଁ ମନ ବଳାଇବେ। ରଣକୌଶଳୀ ହେବେ। ମାଲିମୋକଦ୍ଦମାରେ ବିଜୟୀ ହୋଇ ଧନ ଲାଭ କରିପାରନ୍ତି। ଧନ ସମ୍ପଦ ଭରପୂର ରହିବ।

Leave A Reply