ଶନିବାର ରାଶିଫଳ

ମେଷ: କର୍ମକ୍ଷେତ୍ରରେ ଲାଗିପଡ଼ି କୃତକାର୍ଯ୍ୟ ହେବେ। ସୁଖ-ସନ୍ତୋଷ ଲାଭ କରିପାରନ୍ତି। ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ। ଚଞ୍ଚଳ ଚେଷ୍ଟିତ ହେବେ। ଲୋକପ୍ରିୟତା ଅର୍ଜନ କରିବେ। ସରକାରୀ ସ୍ତରରୁ ଅର୍ଥ ପ୍ରାପ୍ତି ସହ ସମ୍ମାନିତ ହେବେ।

ବୃଷ: କାର୍ଯ୍ୟକୁ ଶୃଙ୍ଖଳିତ କରିବାରେ ସକ୍ଷମ ହେବେ। କାର୍ଯ୍ୟ ସଫଳତା ଲାଭ କରିବେ। କୁଳଦୀପକ ହେବେ। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ। ଦୟାଳୁ ସ୍ୱଭାବର ହେବେ। ବ୍ୟବସାୟ ଲାଭଜନକ ହେବ। ଯଶସ୍ୱୀ ହେବେ।

ମିଥୁନ: ଭାଗ୍ୟଶାଳୀ ହେବେ। ଦିନଟି ଭୋଗ ବିଳାସରେ ଅତିବାହିତ କରିପାରନ୍ତି। ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ। ଧର୍ମାତ୍ମା, ପ୍ରବାସପ୍ରିୟ, ବିଦ୍ୱାନ୍‍, ସାହସୀ ଓ ସମ୍ପତ୍ତିବାନ୍‍ ତଥା ଉଦ୍ୟୋଗୀ ହେବେ। ଦାମ୍ପତ୍ୟ ସୁଖ ମିଳିବ।

କର୍କଟ: କୃତିତ୍ୱ ଅର୍ଜନ କରି ସମ୍ମାନିତ ହେବେ। ଶାରୀରିକ ସ୍ତରରେ ସାମାନ୍ୟ ପୀଡ଼ା ଅନୁଭବ କରିପାରନ୍ତି। ଈର୍ଷା ପରାୟଣ ହୋଇପାରନ୍ତି। ସ୍ୱାଭିମାନୀ ହେବେ। ସହଯୋଗୀ ବ୍ୟବସାୟ ଲାଭଜନକ ହେବ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବେ।

ସିଂହ: ସହକର୍ମୀମାନଙ୍କଠାରୁ ସହଯୋଗ ମିଳିବ। ସୁଖ-ସନ୍ତୋଷ ଲାଭ କରିପାରନ୍ତି। ବ୍ୟବସାୟ ଲାଭଜନକ ହେବ। ସମାଜସେବା ପ୍ରତି ମନ ବଳାଇ ପାରନ୍ତି। ଶାନ୍ତ ଓ ଧୈର୍ଯ୍ୟବାନ୍‍ ହେବେ। ପତ୍ନୀଙ୍କ ପରାମର୍ଶରେ ଚଳିଲେ ଲାଭବାନ୍‍ ହେବେ।

କନ୍ୟା: ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। ଶତ୍ରୁହନ୍ତା ହେବେ। ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରିୟ ଭାଜନ ହେବେ। ସାମାନ୍ୟ ଚକ୍ଷୁ ଯନ୍ତ୍ରଣା ଅନୁଭବ କରିପାରନ୍ତି। ଅଧିକ ଖର୍ଚ୍ଚାନ୍ତ ହେବେ।

ତୁଳା: ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ମିଳିବ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ଆକସ୍ମିକ ଭାବେ ଧନଲାଭ ହେବାର ସୁଯୋଗ ସୃଷ୍ଟି ହୋଇଛି। ତନ୍ତ୍ର-ମନ୍ତ୍ରାଦି ଗୁପ୍ତବିଦ୍ୟା ପ୍ରତି ଆଗ୍ରହୀ ହେବେ। ବ୍ୟବସାୟରେ ପ୍ରଚୁର ଧନଲାଭ ହେବ।

ବିଛା: ନିଷ୍ଠାପର ଭାବେ କାର୍ଯ୍ୟ ସମ୍ପାଦନ କରିବେ। ଉଦାର ସ୍ୱଭାବର ହେବେ। ଦାନ ଧର୍ମରେ ଦୀକ୍ଷିତ ହୋଇପାରନ୍ତି। ବ୍ୟକ୍ତିତ୍ୱର ପରିପ୍ରକାଶ ଘଟାଇ ପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। କୃଷିକର୍ମକାରୀ ହେବେ। ବୁଦ୍ଧିମାନ୍‍ ହେବେ।

ଧନୁ: ନିର୍ମାଣ କାର୍ଯ୍ୟର ଅଗ୍ରଗତି ଘଟାଇପାରନ୍ତି। ସମ୍ମାନିତ ହେବେ। ମନପ୍ରସନ୍ନ ରହିବ। ଆସ୍ତିକ ମନୋବୃତ୍ତିର ହୋଇପାରନ୍ତି। ମଧୁରଭାଷୀ ହେବେ। ଥଣ୍ଡା-କଫରେ ଆକ୍ରାନ୍ତ ହୋଇପାରନ୍ତି। ପ୍ରେମୀ ଓ ସାହସୀ ହେବେ। ଭ୍ରାତୃସ୍ନେହ ରହିବ।

ମକର: ସ୍ୱାଧୀନ ଭାବେ ନିଜ ଇଚ୍ଛାରେ କାର୍ଯ୍ୟ କରିବା ସମ୍ଭବ ନୁହେଁ। ଭାଗ୍ୟଶାଳୀ ହେବେ। ପରଦେଶବାସୀ, ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହୋଇପାରନ୍ତି। ସ୍ତ୍ରୀ ବିଳାସୀ ହେବେ। ମିତ୍ରସୁଖ ଲାଭ କରିବେ।

କୁମ୍ଭ: ନିର୍ଭରଶୀଳ ନ ହୋଇ ନିଜର ସ୍ୱାଧୀନ ଚିନ୍ତାଧାରାରେ କାର୍ଯ୍ୟ କରିବେ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଐଶ୍ୱର୍ଯ୍ୟଯୁକ୍ତ ହେବେ। ମାଲି ମୋକଦ୍ଦମାରେ ବିଜୟୀ ହେବେ। ଧନ ଲାଭର ସୂଚନା ମିଳୁଛି। ରୁଚିକର ଭୋଜନ ମିଳିବ।

ମୀନ: ଘାତଚନ୍ଦ୍ର ଭୋଗ ହେତୁ ସତର୍କତାର ସହ ଚଳିବାକୁ ପଡ଼ିବ। ଖର୍ଚ୍ଚ ପରିମାଣ ବଢ଼ି ଯାଇପାରେ। ଚଞ୍ଚଳ ସ୍ୱଭାବର ହେବେ। ଥଣ୍ଡା-କଫ ଜନିତ ପୀଡ଼ା ଅନୁଭବ କରିପାରନ୍ତି। ଏକାନ୍ତପ୍ରିୟ ହେବେ। ମଧୁର କଥା କହି ପରକୁ ଆପଣାର କରିପାରନ୍ତି।

Comments are closed.