ଗୁରୁବାର ରାଶିଫଳ

0

ମେଷ: ଆପଣଙ୍କ କାର୍ଯ୍ୟ ଅନ୍ୟମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ। ଧନାଗମର ସୂଚନା ମିଳୁଛି। ଆଳସ୍ୟ ପରାୟଣ ହୋଇପାରନ୍ତି। ଆଶା ପୂରଣ ହୋଇପାରେ। ପରିଶ୍ରମର ସୁଫଳ ମିଳିବ। ଭୁଲ ଖବର ପାଇ ବିବ୍ରତ ହୋଇପାରନ୍ତି।

ବୃଷ: ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଆୟ ଆଶାନୁରୂପ ହେବ। ସରକାରୀ ବା ବନ୍ଧୁ ସହାୟତାରୁ ଲାଭବାନ ହେବେ। ଉତ୍ତମ ଭୋଜନ ମିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ନୂଆ ବନ୍ଧୁ ଜୁଟିବେ। ଚିନ୍ତାଧାରା ଉନ୍ନତମାନର ହେବ।

ମିଥୁନ: ଅନ୍ୟ ପାଇଁ କାର୍ଯ୍ୟ କରିପାରନ୍ତି। ଭ୍ରମଣରେ ବାଧା ଉପୁଜି ପାରେ। ପାରିବାରିକ ସୁଖ ମିଳିବ। ଖର୍ଚ୍ଚର ପରିମାଣ ବୃଦ୍ଧି ପାଇବ। ଆଶା ଓ ଭରସା ରଖି ନିଜ କାର୍ଯ୍ୟରେ ଆଗକୁ ଚାଲିବାକୁ ପଡ଼ିବ। କୌଣସି କାରଣରୁ କ୍ରୋଧିତ ହେବେ।

କର୍କଟ: ନିର୍ମାଣ କାର୍ଯ୍ୟ ଅଗ୍ରଗତି ଦେଖା ଦେବ। ଆୟ ଯଥେଷ୍ଟ ପରିମାଣର ହେବ। ପାରିବାରିକ ସୁଖ ମିଳିବ। ବ୍ୟବସାୟ ଲାଭଜନକ ହେବ। ବନ୍ଧୁଙ୍କ ସହାୟତା ପାଇ ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିପାରନ୍ତି। ଅସମ୍ଭବକୁ ସମ୍ଭବ କରିପାରିବେ।

ସିଂହ: ପରିସ୍ଥିତିକୁ ଆୟତ୍ତାଧୀନ କରିବାରେ ସକ୍ଷମ ହେବେ। ସୁଖ ସମ୍ମାନ ଲାଭ କରିପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। ନିଜ କାର୍ଯ୍ୟରୁ ସନ୍ତୋଷ ମିଳିବ। ମାନ୍ୟତା ପ୍ରାପ୍ତ ହୋଇପାରନ୍ତି। ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରିବେ। ଆୟ ବୃଦ୍ଧି ହେବ।

କନ୍ୟା: କର୍ମକ୍ଷେତ୍ରରେ କୃତିତ୍ୱ ଅର୍ଜନ କରି ସମ୍ମାନିତ ହୋଇପାରନ୍ତି। ତେଜୀୟାନ ହେବେ। ସତ୍କର୍ମରେ ନିଜକୁ ନିୟୋଜିତ କରିବେ। ବନ୍ଧୁ ଦର୍ଶନ ଶୁଭଦାୟକ ହେବ। ସଦ୍ବ୍ୟୟ କରି ଆତ୍ମ ତୃପ୍ତି ଲାଭ କରିପାରନ୍ତି। ଠାକୁରଙ୍କକାର୍ଯ୍ୟରେ ମନ ଦେବେ।

ତୁଳା: ସୁଖ ମିଳବ; ମାତ୍ର ସେତେଟା ନୁହେଁ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଉଚ୍ଚ ଚିନ୍ତାଧାରାରେ ବାଧା ଉପୁଜିପାରେ। ଖର୍ଚ୍ଚାନ୍ତରେ ପଡ଼ି ପାରନ୍ତି। ଅତିଥି ସତ୍କାର କରି ଖୁସି ହେବେ। ଗୁରୁ କଲ୍ୟାଣ ମିଳିବ। ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କ ରହିବେ।

ବିଛା: ପରକୁ ସାହାଯ୍ୟ କରି ଅପଦସ୍ତ ହୋଇପାରନ୍ତି। ଘାତଚନ୍ଦ୍ର ଭୋଗ ହେତୁ ସତର୍କତାର ସହ ଚଳିବାକୁ ପଡ଼ିବ। ବନ୍ଧୁ ସହାୟତା ପାଇ କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ। ଅବିବାହିତଙ୍କର ମନୋରମା କନ୍ୟା ସହ ବିବାହ ସ୍ଥିର ହେବ।

ଧନୁ: କାର୍ଯ୍ୟ ହାସଲ ପାଇଁ ଅପୂର୍ବ ସୁଯୋଗ ସୃଷ୍ଟି ହୋଇଛି। ଆତ୍ମ ବଡ଼ିମା ନ ଦେଖାଇଲେ ବି ମନରେ ସଞ୍ଚାରିତ ହେବ। କର୍ମକ୍ଷେତ୍ରକୁ ଉଜ୍ଜ୍ୱଳମୟ କରିପାରନ୍ତି। କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ। ଦିଅଁ ଦର୍ଶନର ସୌଭାଗ୍ୟ ଅଛି। ବ୍ୟବସାୟ ଲାଭଜନକ ହେବ।

ମକର: ମନୋବଳ ଦୃଢ଼ କରି କାର୍ଯ୍ୟ ସମ୍ପାଦନ କରିପାରନ୍ତି। କୌଣସି କାରଣରୁ ଚିନ୍ତାଗ୍ରସ୍ତ ହୋଇପାରନ୍ତି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। କାର୍ଯ୍ୟ ହାସଲ କରିବେ; ମାତ୍ର ଶତ୍ରୁ ଭୟ ରହିଛି। ନୂତନ ଯୋଜନା ପ୍ରସ୍ତୁତ କରିପାରନ୍ତି। ହର୍ଷୋଲ୍ଲାସ ସହ ମାନ ବୁଦ୍ଧି ହେବ।

କୁମ୍ଭ: ଶତ୍ରୁତା ଆଚରଣ କରୁଥିବା ବ୍ୟକ୍ତିଙ୍କ ଉପରେ ସତର୍କ ଦୃଷ୍ଟି ରଖିବାକୁ ପଡ଼ିବ। ଦାନ ଧର୍ମରେ ଦୀକ୍ଷିତ ହୋଇପାରନ୍ତି। କଥାବାର୍ତ୍ତାରେ ସଂଯମତା ରକ୍ଷା କଲେ ବିବାଦୀୟ ପରିସ୍ଥିତି ଉପୁଜିବ ନାହିଁ। ବିଭିନ୍ନ ଦିଗରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି।

ମୀନ: ବୁଝି ବିଚାରି କାର୍ଯ୍ୟ କରିବାକୁ ପଡ଼ିବ। ଆପଣଙ୍କ ପରିଶ୍ରମର ମୂଲ୍ୟାଙ୍କନ ହେବ। ସୁସମ୍ବାଦ ପାଇ ଖୁସି ହେବେ। ମନରେ ପ୍ରସନ୍ନ ଭାବ ଜାଗ୍ରତ ହେବ। ପ୍ରତ୍ୟେକ କ୍ଷେତ୍ରରେ ସମ୍ମାନିତ ହେବେ। ବନ୍ଧୁମାନଙ୍କ ଠାରୁ ସାହାଯ୍ୟ ସହଯୋଗ ପାଇ ଖୁସି ହେବେ।

Leave A Reply