ସୋମବାର ରାଶିଫଳ

ମେଷ: ଉପକାରୀର ପ୍ରତ୍ୟୁପକାର କରିବାକୁ ଚେଷ୍ଟା କରିବେ। ଚଞ୍ଚଳ ଚେଷ୍ଟିତ ହେବେ। ଆସନ୍ନ ପ୍ରସବା ଥିଲେ କନ୍ୟାରତ୍ନ ଯାତ ହୋଇପାରେ। ହଠାତ୍‌ କିଛି ଅର୍ଥ ମିଳିବ। ବ୍ୟବସାୟ ଲାଭଜନକ ହେବ। ଧାର୍ମିକ ଓ ତେଜସ୍ବୀ ହେବେ।

ବୃଷ: ପ୍ରତିଦ୍ବନ୍ଦ୍ବିତାରେ ବି ଲାଭ କରିବେ। ବିବାଦୀୟ ଘଟଣାରେ ବିଜୟୀ ହୋଇପାରନ୍ତି। ଜଳପ୍ରତି ଆଦର ପ୍ରେମୀ ଓ ବୁଦ୍ଧିମାନ ହୋଇପାରନ୍ତି। ଉଦାର ସ୍ବଭାବର ହେବେ। ଦାନ-ଧର୍ମରେ ନିଜକୁ ନିୟୋଜିତ କରିବେ। ସୁସ୍ଥ ଓ ନିରାମୟ ରହିବେ।

ମିଥୁନ: ବ୍ୟବସାୟ ଲାଭଜନକ ହେବ। ଉଚ୍ଚ ଆଶା ଫଳବତୀ ହେବ। ମନ ପ୍ରସନ୍ନ ରହିବ। ମିଷ୍ଟଭାଷୀ ଭାବେ ଲୋକମାନଙ୍କୁ ବଶକରି ପାରନ୍ତି। ପ୍ରେମୀ ଓ ସାହସୀ ହେବେ। ସାନଭାଇଙ୍କଠାରୁ ଆଦର ସମ୍ମାନ ମିଳିବ। ଥଣ୍ଡାରେ ପୀଡ଼ିତ ହୋଇପାରନ୍ତି।

କର୍କଟ: ଯେକୌଣସି ଦିଗରୁ ଶୁଭବାର୍ତ୍ତା ମିଳିପାରେ। ଆଶାବାଦୀ ହୋଇପାରନ୍ତି। ପରମ ଭାଗ୍ୟଶାଳୀ ହେବେ। ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହୋଇପାରନ୍ତି। ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି।

ସିଂହ: ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ରୋଜଗାରର ମାତ୍ରା ବୃଦ୍ଧି ହେବ। ବନ୍ଧୁ କିମ୍ବା ସରକାରଙ୍କ ଦ୍ବାରା ଲାଭବାନ୍‌ ହେବେ। ଯଶସ୍ବୀ ହେବେ। ମାଲିମୋକଦ୍ଦମାରେ ଜିଣି ଧନଲାଭ କରିପାରନ୍ତି।

କନ୍ୟା: ଗୃହ ଉପକରଣ ସଂଗ୍ରହ କରିପାରନ୍ତି। ବ୍ୟୟାଧିକ ହେବାର ସୂଚନା ମିଳୁଛି। ଚଞ୍ଚଳ ସ୍ବଭାବର ହେବେ। ଥଣ୍ଡା କଫରେ ଆକ୍ରାନ୍ତ ହୋଇପାରନ୍ତି। ମଧୁରଭାଷୀ ହେବେ। ଧାର୍ମିକ ପ୍ରବୃତ୍ତିର ହେବେ। ଜ୍ଞାନ-ଗରିମାଯୁକ୍ତ ହେବେ। ସାହସୀ ହେବେ।

ତୁଳା: ବହୁ ଶୁଭଫଳ ଆଶାକରାଯାଏ। ଆୟ ଆଶାନୁରୂପ ହେବ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି। ଲୋକପ୍ରିୟତା ଅର୍ଜନ କରିବେ। ଯଶସ୍ବୀ ହେବେ। ସରକାରୀ କ୍ଷେତ୍ରରେ ସମ୍ମାନିତ ହେବା ସହ ଧନଲାଭ ହେବ। ଦାମ୍ପତ୍ୟ ସୁଖ ମିଳିବ।

ବିଛା: ନୂତନ ଜାଗା କିଣିବାର ସୁଯୋଗ ମିଳିପାରେ। କର୍ମକ୍ଷେତ୍ର ଶ୍ରମ ବହୁଳ ହେଲେ ବି ତା’ର ମୂଲ୍ୟ ମିଳିବ। ସୁସ୍ଥ ଓ ନିରାମୟ ରହିବେ। ଦୟାଳୁ ହେବେ। ବ୍ୟବସାୟ ଲାଭଜନକ ହେବ। ଯଶସ୍ୱୀ ହେବେ।

ଧନୁ: ଭ୍ରାତୃ ବିବାଦର ସମ୍ମୁଖୀନ ହୋଇପାରନ୍ତି। ଆଶ୍ୱସ୍ତି ମିଳିବ। ଭାଗ୍ୟଶାଳୀ ହୋଇପାରନ୍ତି। ଦିନଟି ଭୋଗ ବିଳାସରେ ଅତିବାହିତ ହେବ। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବିଦ୍ୱାନ ହେବେ।

ମକର: ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରିପାରନ୍ତି। ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି। ଈର୍ଷା ପରାୟଣ ହୋଇପାରନ୍ତି। ସ୍ୱାଭିମାନୀ ହେବେ। ସହଯୋଗୀ ବ୍ୟବସାୟ ଲାଭଜନକ ହୋଇପାରେ। ଅଷ୍ଟମଚନ୍ଦ୍ର ହେତୁ ସତର୍କରେ ରହିବେ।

କୁମ୍ଭ: ବନ୍ଧୁ ମିଳନ ଘଟିବାର ସୁଯୋଗ ସୃଷ୍ଟି ହୋଇଛି। ବ୍ୟବସାୟ ଅତ୍ୟନ୍ତ ଲାଭଜନକ ହେବ। ଶାନ୍ତ ଓ ଧୈର୍ଯ୍ୟବାନ ହୋଇପାରନ୍ତି। ସମାଜ କଲ୍ୟାଣ ପାଇଁ ସେବା ଧର୍ମକୁ ଆଦରି ନେବେ। ନିଜପତ୍ନୀଙ୍କ ପରାମର୍ଶ ଉପରେ ଗୁରୁତ୍ୱ ଦେବେ। ଯଶସ୍ୱୀ ହେବେ।

ମୀନ: ନିଜକୁ କଳହଠାରୁ ଦୂରେଇ ରଖିପାରନ୍ତି। ଶତ୍ରୁର କାର୍ଯ୍ୟ କଳାପ ଉପରେ ଦୃଷ୍ଟି ରଖିବେ। ଭାଇମାନଙ୍କ ଉପରେ ସ୍ନେହ ଶ୍ରଦ୍ଧା ରହିବ। ସୁସ୍ଥ ଓ ନିରାମୟ ରହିବେ। ବଳିଷ୍ଠ ଓ ଶତ୍ରୁହନ୍ତା ହେବେ। ଚାକରି କ୍ଷେତ୍ରରେ ଉଚ୍ଚକର୍ତ୍ତୃପକ୍ଷଙ୍କ ପ୍ରଶଂସା ମିଳିବ।

Comments are closed.