ମଙ୍ଗଳବାର ରାଶିଫଳ

0

ମେଷ: ପରଧନରେ ଧନୀ ହୋଇ ପାରନ୍ତି। ରସିକ ପଣିଆ ଦେଖାଇ ଯୁବତୀ ମନୋରଞ୍ଜନକାରୀ ହେବେ। ଶାସ୍ତ୍ରାଭ୍ୟାସୀ ହେବେ। ମନ୍ତ୍ରଣାଦାତା ହୋଇପାରନ୍ତି। ରାଜତୁଲ୍ୟ, ସନ୍ତୋଷଯୁକ୍ତ ଓ ଉତ୍ସାହୀ ହେବେ। ସରକାରୀ ଅର୍ଥ ମିଳିବ।

ବୃଷ: ନିଜର କାର୍ଯ୍ୟ ଶାନ୍ତି ଓ ସନ୍ତୋଷଯୁକ୍ତ ହେବ। ଆଳସ୍ୟ ପରାୟଣ ହୋଇପାରନ୍ତି। ଧର୍ମ ପ୍ରିୟ ହେବେ। ପାଣ୍ଡିତ୍ୟର ପରିପ୍ରକାଶ ଘଟାଇ ପାରନ୍ତି। ଶିଳ୍ପୋଦ୍ୟୋଗୀ ହେବେ। ଚଞ୍ଚଳ ଚେଷ୍ଟିତ ହୋଇପାରନ୍ତି। ଭୋଗାସକ୍ତ ଓ ଧନ ଲାଭକାରୀ ହେବେ।

ମିଥୁନ: ଭୋଜନାଦିରେ ତୃପ୍ତି ମିଳିବ। ସଙ୍ଗୀତ ପ୍ରିୟ ହୋଇପାରନ୍ତି। ଉପଯୁକ୍ତ କର୍ମାନୁରକ୍ତ ହେବେ। ଯଶସ୍ୱୀ ହେବେ। ଧନଶାଳୀ ହୋଇପାରନ୍ତି। ସରକାରୀ ଅର୍ଥ ମିଳିପାରେ। ଉତ୍ତମ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ। ପୁତ୍ର ସୁଖ ମିଳିବ। ମିଷ୍ଟଭାଷୀ ହେବେ।

କର୍କଟ: ସହକର୍ମୀଙ୍କୁ ସାହାଯ୍ୟ କରି ସୁଖୀ ହେବେ। ଆନନ୍ଦ ଉତ୍ସବରେ ଦିନଟି ଅତିବାହିତ କରିପାରନ୍ତି। ଶତ୍ରୁ ଦମନ କରିବାରେ ସକ୍ଷମ ହେବେ। ସତ୍‌କର୍ମରେ ନିୟୋଜିତ ହେବେ। ଧର୍ମମାର୍ଗରେ ମନୋନିବେଶ କରିପାରନ୍ତି। ଶ୍ରେଷ୍ଠ ମାନ୍ୟତା ମିଳିବ।

ସିଂହ: ଶତ୍ରୁ ଭାବ ବୃଦ୍ଧି ହୋଇପାରେ; ମାତ୍ର ଅନିଷ୍ଟ ଘଟିବ ନାହିଁ। ଲୋକଙ୍କ ବିରୋଧୀ ହୋଇ ମଧ୍ୟ ସରକାରୀ ମାନ୍ୟତା ପ୍ରାପ୍ତ ହେବେ। ଉତ୍ତମ ବନ୍ଧୁଙ୍କ ସାନ୍ନିଧ୍ୟ ଲାଭ କରିବେ। ବିଭିନ୍ନ ସୂତ୍ରରୁ ଅର୍ଥପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି।

କନ୍ୟା: ବ୍ୟବସାୟ ଲାଭଜନକ ହେବ। ହର୍ଷଯୁକ୍ତ, ବିଶୁଦ୍ଧଭାଷୀ ହେବେ। ଧନଶାଳୀ ହୋଇପାରନ୍ତି। ସୁଗୁଣ ଯୁକ୍ତ ହେବେ। ସତ୍ୟବାଦୀ ହୋଇପାରନ୍ତି। ଉତ୍ତମା ପତ୍ନୀଯୁକ୍ତ ଓ ପୁତ୍ର ହେତୁକ ସୁଖୀ ହେବେ। ମାନସିକ ଅଶାନ୍ତି ଦୂର ହେବ।

ତୁଳା: କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଶାସ୍ତ୍ରପଟୁ, ପୁଣ୍ୟଦେହୀ, ସୁବର୍ଣ୍ଣାଦିଯୁକ୍ତ, ସୁନ୍ଦର ବପୁ ଓ ରାଜବଂଶ ପୂଜିତ ହୋଇପାରନ୍ତି। ଯାନବାହନଯୁକ୍ତ ହେବେ। ଗ୍ରାମର ଅଧିପତି ହୋଇପାରନ୍ତି। ପରାକ୍ରମଶାଳୀ ଓ ବହୁ ପୋଷକ ହେବେ।

ବିଛା: ରାଜନୀତିରେ ମନବଳାଇ ପାରନ୍ତି। ପ୍ରାଧାନ୍ୟ ବିସ୍ତାର କରିବାର ସୁଯୋଗ ସୃଷ୍ଟି ହୋଇଛି। ଶତ୍ରୁ ଦମନ କରିବାରେ ସିଦ୍ଧହସ୍ତ ହେବେ। ସତ୍‌ପୁତ୍ର ଲାଭ କରିପାରନ୍ତି। ବହୁ ଧନ, ଉତ୍ତମ ବଂଶରୁ କନ୍ୟା ଲାଭ କରିବେ। ସୁନ୍ଦର ଓ ସୁଖୀ ହୋଇପାରନ୍ତି।

ଧନୁ: ଯୋଗାଯୋଗରେ ସଫଳତା ମିଳିବ। ଆଳସ୍ୟ ଅନୁଭବ କରିପାରନ୍ତି। ସାଧନାରେ ସିଦ୍ଧି ଲାଭ କରିବେ। ଶତ୍ରୁ ଦମନ କରି ଆଶ୍ୱସ୍ତ ହେବେ। ସାମର୍ଥ୍ୟର ପରିପ୍ରକାଶ ଘଟାଇ ପାରନ୍ତି। ଧନାଗମର ସୂଚନା ମିଳୁଛି। ସରକାରୀ ସ୍ତରରୁ ଅର୍ଥ ଲାଭ ହେବ।

ମକର: ବିଭିନ୍ନ ସ୍ତରରୁ ସହଯୋଗ ମିଳିବ। ଧନବାନ ହେବେ। ଗୁଣଯୁକ୍ତ ହୋଇପାରନ୍ତି। ବଳିଷ୍ଠ ହେବେ। ଯେତେ ରୋଜଗାର ହେଲେ ବି ନିଅଣ୍ଟିଆ ଅବସ୍ଥା ସୃଷ୍ଟି ହୋଇପାରେ। କନ୍ୟା ସନ୍ତାନ ଲାଭ ହୋଇପାରେ। ଦାତା ହେବେ। ମାନ ମର୍ଯ୍ୟାଦା ମିଳିପାରେ।

କୁମ୍ଭ: ପ୍ରିୟଭାଷୀ, ଧନ ଓ ଯାନ ବାହନଯୁକ୍ତ ସୁବର୍ଣ୍ଣ ସମ୍ପଦ ଯୁକ୍ତ, ଅନୁଚର ଯୁକ୍ତ, ଅଳ୍ପ ଭ୍ରାତୃଯୁକ୍ତ ଓ ବଳବାନ ହେବେ। ଉପଯୁକ୍ତ ପରାମର୍ଶଦାତା ହେବେ। ସୁକୃତି ସମ୍ପନ୍ନ, ସକଳ ଶାସ୍ତ୍ରଜ୍ଞତା, ବ୍ରତକର୍ତ୍ତା ଓ ଦେବ ଦ୍ୱଜ ପରାୟଣ ହେବା ଆଶା କରାଯାଏ।

ମୀନ: ଘାତଚନ୍ଦ୍ର ଭୋଗ ଯୋଗୁଁ ସତର୍କତାର ସହ ଚଳିବାକୁ ପଡ଼ିବ। ମୂଲ୍ୟବାନ୍‌ ଦ୍ରବ୍ୟଲାଭ ହୋଇପାରେ। ଶ୍ରେଷ୍ଠ ମାନ୍ୟତା ମିଳିବ। ଉତ୍ତମ ଗୁଣଯୁକ୍ତ ଓ ନୀତିନିଷ୍ଠ ହୋଇପାରନ୍ତି। ବିନୀତ ସ୍ୱଭାବର ହେବେ। ଗ୍ରାମ ଓ ଦଳ ମଧ୍ୟରେ ଭେଦନୀତିଯୁକ୍ତ, ଚତୁର ଓ ଧନଯୁକ୍ତ ହେବେ।

Leave A Reply