ରବିବାର ରାଶିଫଳ

0

ମେଷ: କର୍ମକୁଶଳତା ପ୍ରକାଶ ପାଇବ। କୁଳ ଉଜ୍ଜ୍ୱଳକାରୀ ହେବା ଆଶାକରାଯାଏ। ଚିତ୍ତରେ ପ୍ରସନ୍ନତା ଭାବ ଦେଖା ଦେଇପାରେ। ଦୟାଳୁ ସ୍ୱଭାବର ହେବେ। ବ୍ୟବସାୟ ଲାଭଜନକ ହେବ। ଯଶ ଖ୍ୟାତି ଅର୍ଜନ କରିପାରନ୍ତି।

ବୃଷ: ସମ୍ମାନିତ ହୋଇପାରନ୍ତି। ପ୍ରୀତି ଲାଭ କରିବାର ସୂଚନା ମିଳୁଛି। ସେବା ପୂଜାରେ ମନୋନିବେଶ କରିବେ। ଭାଗ୍ୟଶାଳୀ ହେବେ। ଦିନଟି ଭୋଗ ବିଳାସେରେ ଅତିବାହିତ କରିପାରନ୍ତି। ଧର୍ମାତ୍ମା, ବିଦ୍ୱାନ ଓ ସାହସୀ ହେବେ।

ମିଥୁନ: କାର୍ଯ୍ୟରେ ସଫଳତା ଲାଭ କରିବେ। ସୁଖରେ ବାଧା ଉପୁଜି ପାରେ। ଈର୍ଷା ପରାୟଣ ହେଲେ ସମସ୍ୟା ବଢ଼ି ଚାଲିବ। ଭାଗ ବ୍ୟବସାୟ ଲାଭଜନକ ହେବ। ମିତ୍ରମାନେ କରଛଡ଼ା ଦେବେ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବେ।

କର୍କଟ: ଯାତ୍ରା ଶୁଭପ୍ରଦ ହୋଇପାରେ। ଦୁଃସାହସିକ ପଦକ୍ଷେପ ନେଇ ଅସାଧ୍ୟ ସାଧନ କରିପାରନ୍ତି। ବ୍ୟବସାୟ ଲାଭଜନକ ହେବ। ସମାଜ ସେବୀ ଭାବେ ବିଭିନ୍ନ ସ୍ତରରେ ସମ୍ମାନିତ ହେବେ। ଧୈର୍ଯ୍ୟବାନ ହେବେ। ପତ୍ନୀଙ୍କ କଥାରେ ଚାଲିବେ।

ସିଂହ: ଅଜଣା ଶତ୍ରୁ ସୃଷ୍ଟି ହୋଇପାରେ। ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ। ଚକ୍ଷୁପୀଡ଼ା ଅନୁଭବ କରିପାରନ୍ତି। ଚାକିରି କ୍ଷେତ୍ରରେ ଢ଼େର ସୁନାମର ଅଧିକାରୀ ହେବେ। ସ୍ୱାସ୍ଥ୍ୟ ଅତୁଟ ରହିବ। ଶତ୍ରୁହନ୍ତା ହୋଇପାରନ୍ତି।

କନ୍ୟା: ଆକସ୍ମିକ ଧନପ୍ରାପ୍ତିର ସୁଯୋଗ ଅଛି। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିପାରେ। ବାଣିଜ୍ୟ ବ୍ୟବସାୟରୁ ପ୍ରଚୁର ଧନଲାଭ ହୋଇପାରେ। ପତ୍ନୀ ସୁଶୀଳା ଓ ଆଜ୍ଞା କାରିଣୀ ହୋଇପାରନ୍ତି।

ତୁଳା: ଆଶ୍ୱସ୍ତି ମିଳିବ। ଉଦାର ସ୍ୱଭାବର ହେବେ। ଦୁଃଖୀ ରଙ୍କୀଙ୍କୁ ଦାନ ଦେଇ ଆତ୍ମ ସନ୍ତୋଷ ଲାଭ କରିବେ। ଶୋଭନ ବ୍ୟକ୍ତିତ୍ୱର ପରିଚୟ ସୃଷ୍ଟି କରିପାରନ୍ତି। ସ୍ୱାସ୍ଥ୍ୟ ଅତୁଟ ରହିବ। କୃଷିକ୍ଷେତ୍ରକୁ ତ୍ୱରାନ୍ୱିତ କରିବାକୁ ଉଦ୍ୟମ ଜାରି ରଖିପାରନ୍ତି।

ବିଛା: ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟପ୍ରତି ମନ ବଳାଇ ପାରନ୍ତି। ଆପଣଙ୍କ ପରିଶ୍ରମର ମୂଲ୍ୟାଙ୍କନ ହେବ। ଚିତ୍ତ ପ୍ରସନ୍ନ ରହିବ। ଆସ୍ତିକ ସ୍ୱଭାବର ହେବେ। ମିଠା କଥାରେ ସହଯୋଗୀଙ୍କ ମନ କିଣି ପାରନ୍ତି। ବିବାଦୀୟ ଘଟଣାରେ ବିଜୟ ଲାଭ କରିବେ।

ଧନୁ: ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିପାରନ୍ତି। ଭାଗ୍ୟଶାଳୀ ହେବେ। ପରଦେଶବାସୀ, ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହୋଇପାରନ୍ତି। ସ୍ତ୍ରୀ ବିଳାସୀ ହେବେ। ମିତ୍ର ସୁଖ ଲାଭ କରିବାର ସୁଯୋଗ ସୃଷ୍ଟି ହୋଇଛି।

ମକର: ବିଦେଶ ଯାତ୍ରା କରିବାର ସୁଯୋଗ ଅଛି। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି। ମାଲି ମୋକଦ୍ଦମାରେ ବିଜୟୀ ହୋଇ ଧନ ଲାଭ କରିପାରନ୍ତି। ଧନ ସମ୍ପଦରେ ଭରପୂର ରହିବ।

କୁମ୍ଭ: ବ୍ୟୟର ପରିମାଣ ବୃଦ୍ଧି ହୋଇପାରେ। ଆୟ ଊଣା ହେବ ନାହିଁ। ଚଞ୍ଚଳ ସ୍ୱଭାବର ହେବେ। କଥାର ଶୈଳୀ ପରିବର୍ତ୍ତନ କରି ବିରୋଧୀଙ୍କୁ କରାୟୁକ୍ତତ୍ତ କରିପାରନ୍ତି। ନୀତିନିଷ୍ଠ ହେବେ। ସାହସୀ ଓ ଜ୍ଞାନୀ ହୋଇପାରନ୍ତି।

ମୀନ: ଯାତ୍ରା ଶୁଭପ୍ରଦ ହେବ। ଆୟ ଆଶାନୁରୂପ ହେବ। ବନ୍ଧୁ ଓ ସରକାରୀ ସହାୟତା ମିଳିବ। ଚଞ୍ଚଳ ପ୍ରକୃତିର ହେବେ। ଲୋକପ୍ରିୟତା ଅର୍ଜନ କରିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଗୁପ୍ତ ବିଦ୍ୟାରେ ରୁଚି ରହିବ। ବହୁ ବିଦ୍ୟାରେ ପାରଙ୍ଗମ ହେବେ ।

Leave A Reply