ବୁଧବାର ରାଶିଫଳ

0

ମେଷ: ବିଚାର ବିମର୍ଶ ଓ ଆଲୋଚନା ଦ୍ୱାରା ବିଶେଷ ଉପକୃତ ହେବେ। କେତେକ କ୍ଷେତ୍ରରେ ନିରବ ଦର୍ଶକ ହୋଇପାରନ୍ତି। କନ୍ୟା, ପୁତ୍ର, ପୌତ୍ର, ପ୍ରପୌତାଦି ଲାଭ କରି ଖୁସି ହେବେ। ଲୋଭାସକ୍ତ ଓ ଧନ ଲାଭକାରୀ ହୋଇପାରନ୍ତି।

ବୃଷ: ନିଜ ମନକୁ ନିଜେ ସାନ୍ତ୍ୱନା ଦେବେ। ଦ୍ରବ୍ୟ ନଷ୍ଟ ହେବାର ଆଶଙ୍କା ଅଛି। ଶାସ୍ତ୍ରାଭ୍ୟାସୀ ହେବେ। ବିନୀତ ସ୍ୱଭାବର ହୋଇପାରନ୍ତି। ସ୍ତ୍ରୀ ଧନ ହେତୁ ସୁଖ ଭୋଗ କରିବେ। ମନ୍ତ୍ରଣାଦାତା ହେବେ। କାବ୍ୟ ରଚନାରେ ପାରଦର୍ଶୀ ହେବେ।

ମିଥୁନ: ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି। ଦୃଢ଼ ମନୋବଳ ନେଇ କାର୍ଯ୍ୟର ଶୁଭାରମ୍ଭ କରିବେ। ବ୍ୟବସାୟ ଲାଭଜନକ ହେବ। ବିବାଦୀୟ କ୍ଷେତ୍ରରେ ବିଜୟୀ ହେବେ। ନିର୍ବାଚନ ଫଳ ଆପଣଙ୍କ ସପକ୍ଷରେ ଯିବ। ସୁଖ ମିଳିବ।

କର୍କଟ: ଦୂରଯାତ୍ରା ଆନନ୍ଦଦାୟକ ହେବ। କାର୍ଯ୍ୟ ହାନିି ଘଟିବାର ସମ୍ଭାବନା ଅଛି। ଉତ୍ତମ ମିତ୍ରମାନଙ୍କ ସାନ୍ନିଧ୍ୟ ମିଳିବ। ପୁତ୍ର ଲାଭର ସୂଚନା ମିଳୁଛି। ମନ୍ତ୍ର-ଶାସ୍ତ୍ରାଦିରେ ପ୍ରବୀଣ ହୋଇପାରନ୍ତି। ଧନ, ବାହନ ଓ ବଚନ ମଧୁର ହୁଏ।

ସିଂହ: ସାହସୀ ହେବେ। ବିଶ୍ୱାସର ପାତ୍ର ହୋଇପାରନ୍ତି। ସୁଖଭୋଗ କରିବେ। ସମ୍ମାନିତ ହେବେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ମୂଲ୍ୟବାନ ଦ୍ରବ୍ୟ ମିଳିପାରେ। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ଚିନ୍ତାଧାରା ଉନ୍ନତ ହେବ।

କନ୍ୟା: ଅଭାବ ମେଣ୍ଟାଇବାରେ ସକ୍ଷମ ହେବେ। ପଥରୋଧର ସମ୍ମୁଖୀନ ହୋଇପାରନ୍ତି। ଶୁଭାଶୁଭ ମିଶ୍ରିତ ଫଳ ମିଳିବ। ବ୍ୟୟ ପରିମାଣ ଅଧିକ ହୋଇପାରେ। ଶତ୍ରୁ ବିଜୟୀ ହେବେ। କଥାକାର ଭାବେ ପ୍ରଶଂସାର ପାତ୍ର ହେବେ।

ତୁଳା: ଜନ ସଂପର୍କ ଉତ୍ତ​‌େ​‌ରାତର ଉନ୍ନତି ହେବ। ବିଭିନ୍ନ ସୂତ୍ରରୁ ଧନପ୍ରାପ୍ତିର ସୂଚନା ମିଳୁଛି। ପାରିବାରିକ ସୁଖ, ଶାନ୍ତି ଅବ୍ୟାହତ ରହିବ। ନାନାବିଧ ସମ୍ମାନର ଅଧିକାରୀ ହେବେ। ଯାନବାହନ ସୁଖ ମିଳିବ। କୀର୍ତ୍ତିମାନ ହୋଇପାରନ୍ତି।

ବିଛା: ମନର କଳ୍ପନା ବାସ୍ତବର ରୂପ ନେଇପାରେ। ସରକାରୀ ଧନ ପାଇବାର ସୂଚନା ମିଳୁଛି। ଅପାର ଗୁଣର ଅଧିକାରୀ ହୋଇପାରନ୍ତି। ବହୁମିତ୍ର, ବହୁଧନ ଓ ଭୋଗୀ ହୋଇପାରନ୍ତି। ଶତ୍ରୁଭାବ ବୃଦ୍ଧି ହେଲେ ବି କିଛି ଅନିଷ୍ଟ ହେବ ନାହିଁ।

ଧନୁ: ପୈତୃକ ସମ୍ପତ୍ତି ପାଇଁ ବ୍ୟସ୍ତ ରହିପାରନ୍ତି। ପରୋପକାର କରି ଆତ୍ମ ସନ୍ତୋଷ ଲାଭ କରିବେ। ବସ୍ତ୍ର-ଭୂଷଣ ଲାଭ ହୋଇପାରେ। ସୁ-ସମ୍ବାଦ ପାଇ ଖୁସି ହୋଇପାରନ୍ତି। ଉପୁଜି ଥିବା ସଙ୍କଟ ଦୂର ହେବ। ଆନନ୍ଦ ଉତ୍ସବରେ ଦିନଟି ବିତିବ।

ମକର: କାର୍ଯ୍ୟ କରି ଚାଲିଲେ ବି ଦ୍ୱନ୍ଦ୍ୱରେ ପଡ଼ି ପାରନ୍ତି। ଘାତଚନ୍ଦ୍ର ଓ ଅଷ୍ଟମଚନ୍ଦ୍ର ଏକତ୍ର ଭୋଗ ହେଉଥିବାରୁ ଖୁବ୍‍ ସତର୍କତାର ସହ ଚଳିବାକୁ ପଡ଼ିବ। ସ୍ୱାଭିମାନୀ ହେବେ। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ଜଳଯାତ୍ରା କରିବା ମନା।

କୁମ୍ଭ: କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି। ବହୁ ଉତ୍ତମ ମିତ୍ରଙ୍କ ସାନ୍ନିଧ୍ୟ ପାଇ ଖୁସି ହୋଇପାରନ୍ତି। ଉପୁଜି ଥିବା ସମସ୍ତ ସମସ୍ୟା ଦୂର ହୋଇପାରେ। ଶାନ୍ତ, ନିପୁଣ ଓ ମେଧାବୀ ହୋଇପାରନ୍ତି। ଜିତେନ୍ଦ୍ରିୟ, ବିଦ୍ୱାନ ଓ ଦୟାଳୁ ହେବେ।

ମୀନ: କୌଣସି କାରଣରୁ ମାନସିକ ସ୍ତରରେ ଅଶାନ୍ତି ଦେଖାଦେଇପାରେ। ଉଦାସୀନ ରହିପାରନ୍ତି। ବାଦ-ବିବାଦର ସମ୍ମୁଖୀନ ହେବେ। ମନ୍ତ୍ରଣାଦାତା ହେବେ। ସୁକୃତି ସମ୍ପନ୍ନ ହୋଇପାରନ୍ତି। ସକଳ ଶାସ୍ତ୍ର ଜ୍ଞାତା ଓ ଦେବ-ଦ୍ୱିଜ ପରାୟଣ ହେବେ।

Leave A Reply