ଶନିବାର ରାଶିଫଳ

0

ମେଷ: ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି ବିବାଦ ଉପୁଜି ପାରେ। ଅଧିକ ବ୍ୟୟର ସମ୍ମୁଖୀନ ହୋଇପାରନ୍ତି। ସରକାରୀ ଅର୍ଥ ମିଳିପାରେ। ସୁ-ଯଶର ଅଧିକାରୀ ହେବେ। ଧନଶାଳୀ ହୋଇପାରନ୍ତି। ଯଥାର୍ଥ କାର୍ଯ୍ୟ କରିବେ।

ବୃଷ: ଆଲୋଚନା ମାଧ୍ୟମରେ ଉପକୃତ ହେବା ଆଶା କରାଯାଏ। ଦ୍ରବ୍ୟ ପ୍ରାପ୍ତିର ସୂଚନା ମିଳୁଛି। କର୍ମକ୍ଷେତ୍ର ଆନନ୍ଦଦାୟକ ହେବ। କୌଶଳରେ କାର୍ଯ୍ୟ ହାସଲ କରିପାରନ୍ତି। ବିଚକ୍ଷଣ ହେବେ। ବହୁ ସହୃଦୟ ବ୍ୟକ୍ତିଙ୍କ ସାନ୍ନିଧ୍ୟ ମିଳିବ। ତେଜୀୟାନ ହେବେ।

ମିଥୁନ: ମାନସିକ ସ୍ତରରେ ଉତ୍ସାହିତ ହୋଇପାରନ୍ତି। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି। ମନ ପ୍ରଫୁଲ୍ଲ ରହିବ। କୁଶଳ ସମାଚାର ପାଇ ଖୁସି ହୋଇପାରନ୍ତି। ସ୍ୱର୍ଣ୍ଣ ଅଳଙ୍କାର ଓ ମୂଲ୍ୟବାନ ବସ୍ତ୍ର ଲାଭ ହେବ। ଯାନବାହନ ସୁଖ ମିଳିବ।

କର୍କଟ: ପଡୋଶୀଙ୍କ ସହ ସଦ୍‌ଭାବନା ସହ ଚଳିବେ। କାର୍ଯ୍ୟରେ ସଫଳତା ଲାଭ କରିବେ। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ଚିନ୍ତାଧାରା ଉନ୍ନତମାନର ହେବ। ଉନ୍ନତିମାର୍ଗରେ ଆଗକୁ ବଢ଼ିବେ। ସତ୍‍ପଥଗାମୀ ହୋଇପାରନ୍ତି।

ସିଂହ: ପଦ-ମର୍ଯ୍ୟାଦାକୁ ଜଗି ଚଳିବାକୁ ପଡ଼ିବ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଚିନ୍ତା ବୃଦ୍ଧି ହୋଇପାରେ। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ସ୍ୱାଭିମାନୀ ହୋଇପାରନ୍ତି। କୃପଣ ସ୍ୱଭାବର ହୋଇପାରନ୍ତି।

କନ୍ୟା: କାର୍ଯ୍ୟ ଆନନ୍ଦଦାୟକ ହେବ। ସୁଖ-ସନ୍ତୋଷ ଲାଭ କରିପାରନ୍ତି। ଶୁଭ ସମ୍ବାଦ ପାଇ ଖୁସି ହେବେ। ସୁଖ-ଶାନ୍ତିରେ ଦିନଟି ଅତିବାହିତ ହେବ। ସର୍ବାଙ୍ଗୀନ ଉନ୍ନତି ଆଶା କରାଯାଏ। ଉତ୍ତମା ପତ୍ନୀ ପୁତ୍ରବତୀ ହୋଇପାରନ୍ତି।

ତୁଳା: ବିବିଧ ଭାବେ ଉପକୃତ ହୋଇପାରନ୍ତି। ଶୁଭ ଖବର ପାଇ ଖୁସି ହେବେ। ଶାନ୍ତି-ସନ୍ତୋଷ ଲାଭ କରିପାରନ୍ତି। ସର୍ବମୋକ୍ଷ ଆଶାକରାଯାଏ। ବହୁବିଦ୍ୟା ପାରଙ୍ଗମ ହେବେ। ଯଶସ୍ୱୀ ହେବେ। ବିଳାସ ବ୍ୟସନ କରିପାରନ୍ତି। ନିର୍ଭୀକ ହେବେ।

ବିଛା: ଉଚ୍ଚ ମହଲରେ ପରିଚିତ ହୋଇପାରନ୍ତି। ଶତ୍ରୁ ଉପରେ କ୍ରୋଧଭାବ ଜାତ ହୋଇପାରେ। ବିବାଦରେ ବିଜୟୀ ହେବେ। ଉପୁଜି ଥିବା ସମସ୍ତ ଅସୁବିଧା ଦୂର ହେବ। ଜ୍ଞାନ-ଗରିମାର ଅଧିକାରୀ ହେବେ। ବହୁ ମିତ୍ରଙ୍କ ସମର୍ଥନ ମିଳିବ। ଗୁରୁକଲ୍ୟାଣ ରହିଛି।

ଧନୁ: ପରିଶ୍ରମର ମୂଲ୍ୟ ମିଳିବା କଷ୍ଟକର ହେବ। ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ। ସନ୍‍ମାର୍ଗୀ ହେବେ। ଶାବଲୀଳ ଭାଷା ପ୍ରୟୋଗରେ ସମସ୍ତଙ୍କୁ ଆପଣାର କରିପାରନ୍ତି। ସୁ-ବିବେକୀ, ଜନପ୍ରିୟ ଓ ବରିଷ୍ଠ ହୋଇପାରନ୍ତି।

ମକର: ମନରେ ଆଶା-ଆଶଙ୍କା ଉପୁଜି ପାରେ। କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି। ଜ୍ଞାନ କୌଶଳ ଲାଭ କରିପାରନ୍ତି। ମୂଲ୍ୟବାନ ଦ୍ରବ୍ୟ ଲାଭ ହୋଇପାରେ। ଦ୍ୟୂତ କ୍ରୀଡ଼ା ପରିତ୍ୟାଗ ନ କଲେ ପଶ୍ଚାତ୍ତାପ କରିବାକୁ ପଡ଼ିବ।

କୁମ୍ଭ: ୠୃହରୁ ଆନନ୍ଦ ମିଳିବ। କାର୍ଯ୍ୟ ହାସଲ ପାଇଁ ଅପେକ୍ଷା କରିବାକୁ ପଡ଼ିପାରେ। ସମ୍ମାନିତ ହୋଇପାରନ୍ତି। ପାରିବାରିକ ସୁଖ ମିଳିବ। ବହୁ ବିତ୍ତର ଅଧିକାରୀ ହେବେ। ବିଳାସ-ବ୍ୟସନରୁ ଦୂରେଇ ରହିବେ। ଶ୍ରେଷ୍ଠ ପଦ-ପଦବୀରେ ଭୂଷିତ ହେବେ।

ମୀନ: ପାରିବାରିକ ଜୀବନରେ ସୁଖ-ଶାନ୍ତି ଆସିପାରେ। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ରୋଜଗାର ଆଶାନୁରୂପ ହେବ। ରୁଚିକର ଭୋଜନରେ ଆପ୍ୟାୟିତ ହେବେ। ବିନୀତ ସ୍ୱଭାବର ହେବେ। ଧର୍ମ-ମାର୍ଗରେ ଉତ୍ସର୍ଗୀକୃତ ମନୋନିବେଶ କରିପାରନ୍ତି।

Leave A Reply