ମଙ୍ଗଳବାର ରାଶିଫଳ

ମେଷ: ଉପକାରୀ ବ୍ୟକ୍ତିଭାବେ ସମ୍ମାନିତ ହେବେ। ଆୟ ଉତ୍ତମ ଧରଣର ହେବ। ବନ୍ଧୁ କିମ୍ବା ସରକାରୀ ସହାୟତାରୁ ଲାଭବାନ୍‌ ହେବେ। ରୁଚିକର ଭୋଜନରେ ଆପ୍ୟାୟିତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଘାତଚନ୍ଦ୍ର ଭୋଗ ଯୋଗୁଁ ସତର୍କ ହେବେ।

ବୃଷ: ଶରୀର ସୁସ୍ଥ ରହିବ। ଯାତ୍ରା ସ୍ଥଗିତ ରଖିବା ଭଲ। ପରର ଉପକାର କରିବାକୁ ଯାଇ ଖର୍ଚ୍ଚାନ୍ତ ହୋଇପାରନ୍ତି। ଚକ୍ଷୁପୀଡ଼ା ଅନୁଭବ କରିପାରନ୍ତି। ମିଷ୍ଟଭାଷୀ ଭାବେ ପରକୁ ଆପଣାର କରିବାରେ ସକ୍ଷମ ହେବେ। ସଙ୍ଗୀତ ପ୍ରିୟ ଓ ସୁଶୀଳ ହେବେ।

ମିଥୁନ: ଦକ୍ଷତାର ସଦୁପଯୋଗ କରିପାରନ୍ତି। ସୁଖ-ସମ୍ମାନ ଲାଭ କରିବେ। ସୁସ୍ଥ ଓ ନିରାମୟ ରହିବେ। ସରକାରୀ କୃପାରୁ ଧନଲାଭ ହେବ। ନାନାବିଧ ସମ୍ମାନର ଅଧିକାରୀ ହେବେ। ଯାନବାହନ ସୁଖ ମିଳିବ। କୀର୍ତ୍ତିମାନ୍‌ ହେବେ। ଗୁଣବାନ୍‌ ହେବେ।

କର୍କଟ: ସୁଖୀ ହେବେ। ସମ୍ମାନିତ ହୋଇପାରନ୍ତି। ହସ-ଖୁସିରେ ସମୟ ଅତିବାହିତ କରିପାରନ୍ତି। ଚିନ୍ତାଧାରା ଉନ୍ନତମାନର ହେବ। ସରକାରୀ ଧନ ମିଳିପାରେ। ପ୍ରଦୂଷଣମୁକ୍ତ ଗୃହରେ ବସତି ସ୍ଥାପନ କରିପାରନ୍ତି। କୀର୍ତ୍ତି, ମର୍ତ୍ତି, ସତ୍ତ୍ବ, ସନ୍ତୋଷ ସବୁ କିଛି ମିଳିବ।

ସିଂହ: ନିଜେ ନିଜ କାର୍ଯ୍ୟର ସମୀକ୍ଷା କରିବେ। କାର୍ଯ୍ୟରେ ସଫଳତା ଲାଭ କରିବେ। ମନସ୍କାମନା ପୂରଣ ହେବ। ଅଭାବରୁ ମୁକ୍ତି ମିଳିବ। ସୁଖ-ଶାନ୍ତି ଲାଭ କରିବେ। ବିବାଦରେ ବିଜୟୀ ହେବେ। କର୍ମକ୍ଷେତ୍ର ସଫଳ ହେବ। ବ୍ୟବସାୟ ଲାଭଜନକ ହେବ।

କନ୍ୟା: ଖର୍ଚ୍ଚାନ୍ତ ହେବାର ସୂଚନା ମିଳୁଛି। ଆଶା-ଆଶଙ୍କା ଭିତରେ ଦିନ ବିତାଇ ପାରନ୍ତି। ସତ୍ୟାନୁରାଗୀ ହୋଇପାରନ୍ତି। ସ୍ବାଭିମାନୀ ହେବେ। ଦୟାଳୁ ସ୍ବଭାବର ହେବେ। ଅପାର ଗୁଣର ଅଧିକାରୀ ହୋଇପାରନ୍ତି। ରାଜପୂଜା ମିଳିପାରେ। ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କ ରହିବେ।
ତୁଳା: ସୁଖ-ସନ୍ତୋଷରେ ସମୟ ଅତିବାହିତ କରିପାରନ୍ତି। ବ୍ୟବହାର କୁଶଳତା ଆପଣଙ୍କୁ ମହାନ୍‌ କରି ଗଢ଼ି ତୋଳିବ। ବନ୍ଧୁ ସହାୟତା ପାଇ ଉତ୍‌ଫୁଲ୍ଲିତ ହେବେ। ମନରେ ସେବାଭାବ ପ୍ରକଟିତ ହେବ। ବ୍ୟବସାୟରୁ ଲାଭ ମିଳିବ। ପତ୍ନୀଙ୍କ ସହାୟତା ପାଇବେ।

ବିଛା: ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। ହର୍ଷ ଉଲ୍ଲାସ ମଧ୍ୟରେ ସମୟ ଅତିବାହିତ କରିପାରନ୍ତି। ଦାନ-ପୁଣ୍ୟ କରି ଆତ୍ମସନ୍ତୋଷ ଲାଭ କରିବେ। ଶତ୍ରୁ ବିନାଶ କରି ଆଶ୍ବସ୍ତ ହେବେ। ଚାକିରିରେ ସୁନାମ ଅର୍ଜନ କରିବେ।

ଧନୁ: ବିଭିନ୍ନ କ୍ଷେତ୍ରରେ ପ୍ରଭାବ ବିସ୍ତାର କରିପାରନ୍ତି। ଯଶ ଅର୍ଜନ କରି ପ୍ରଶଂସାର ପାତ୍ର ହେବେ। ସାଧନାରେ ସିଦ୍ଧିପ୍ରାପ୍ତ ହୋଇପାରନ୍ତି। ଧର୍ମ ବିଧାନରେ ଦକ୍ଷତା ରହିବ। ବିଭିନ୍ନ ସୂତ୍ରରୁ ଧନାଗମ ହେବ।

ମକର: ସଙ୍ଗୀତ ଓ ନୃତ୍ୟପ୍ରିୟ ହେବେ। ସତ୍‌କର୍ମରେ ନିୟୋଜିତ ହେବେ। ଧର୍ମମାର୍ଗରେ ମନୋନିବେଶ କରିପାରନ୍ତି। ନିତ୍ୟ ଆଦାୟ ଚିନ୍ତାମୁକ୍ତ ହେବେ। ଶାରୀରିକ ଦୁର୍ବଳତା ଦୂର ହେବ। ବିବାଦୀୟ ଘଟଣାରେ ବିଜୟୀ ହେବେ।

କୁମ୍ଭ: ଅର୍ଜିତ ଅଭିଜ୍ଞତା କାର୍ଯ୍ୟରେ ଲଗାଇପାରନ୍ତି। ବିଭିନ୍ନ ସ୍ତରରେ ସମ୍ମାନିତ ହେବେ। ଶୁଭକାର୍ଯ୍ୟରେ ଯୋଗଦାନ କରିପାରନ୍ତି। ଧନାଗମର ସୂଚନା ମିଳୁଛି। ପାରିବାରିକ ସୁଖ ମିଳିବ। ତ୍ୟାଗଶୀଳ ଓ ନୀତିଜ୍ଞ ହେବେ। ଚଞ୍ଚଳମନା ହେବେ। ଅତିସୁଖୀ ହେବେ।

ମୀନ: ଆମୋଦ-ପ୍ରମୋଦରେ ସମୟ ଅତିବାହିତ କରିପାରନ୍ତି। କର୍ତ୍ତବ୍ୟ ପରାୟଣ ହେବେ। ସୌଭାଗ୍ୟଶାଳୀ ହୋଇପାରନ୍ତି। ସୁଖ-ଶାନ୍ତିର ଦିନଟି ଆଜି ବିଭିନ୍ନ ଦିଗରୁ ଧନାଗମ ହେବ। କୀର୍ତ୍ତିମାନ୍‌ ହେବେ। ହୃଷ୍ଟ ଚିତ୍ତଯୁକ୍ତ ହେବେ। ସହିଷ୍ଣୁ ହୋଇପାରନ୍ତି।

Comments are closed.