ରବିବାର ରାଶିଫଳ

0

ମେଷ: କାର୍ଯ୍ୟରେ ସଫଳତା ମିଳିବା ପ୍ରାୟ ନିଶ୍ଚିତ। ସମଭାବାପନ୍ନ ବ୍ୟକ୍ତିଙ୍କ ମଧ୍ୟରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି। ଧର୍ମ କାର୍ଯ୍ୟରେ ନି​‌େ​‌ୟାଜିତ ହେବେ। ବ୍ୟବସାୟ ଲାଭଜନକ ହେବ। ସର୍ବାଙ୍ଗୀଣ ଉନ୍ନତି ଆଶାକରାଯାଏ।

ବୃଷ: କାର୍ଯ୍ୟ ପ୍ରାପ୍ତି ପାଇଁ ମନରେ ହତାଶାଭାବ ଜାତ ହୋଇପାରେ। ଆଶାବାଦୀ ହୋଇପାରନ୍ତି। ପରୋପକାରୀ ହେବେ। ଭାଗ୍ୟର ପରିବର୍ତ୍ତନ ଘଟିବ। ସାଧନାରେ ସିଦ୍ଧିପ୍ରାପ୍ତ ହୋଇପାରନ୍ତି। ବିଭିନ୍ନ ଦିଗରୁ ଧନାଗମ ହେବାର ସୂଚନା ମିଳୁଛି।

ମିଥୁନ: କର୍ମକ୍ଷେତ୍ରରେ ଉନ୍ନତି ଘଟିବ। ଆୟ ଅଧିକ ହୋଇପାରେ। ସରକାର ଅବା ବନ୍ଧୁ ସହାୟତାରୁ ଲାଭବାନ ହେବେ। ସୁସ୍ଥ ଓ ନିରାମୟ ରହିବେ। ରୁଚିକର ଭୋଜନ ମିଳିବ। ଚିନ୍ତାଧାରା ଉନ୍ନତମାନର ହେବ। ନୂଆ ବନ୍ଧୁ ଜୁଟିବେ।

କର୍କଟ: ଶତ୍ରୁମାନଙ୍କ କାର୍ଯ୍ୟକାଳ ଆପଣଙ୍କ ପାଇଁ ଲାଭଦାୟକ ହେବ। କାର୍ଯ୍ୟ ହାସଲ ପାଇଁ ଅପେକ୍ଷା କରିବାକୁ ପଡ଼ିବ। ଖର୍ଚ୍ଚାନ୍ତ ହୋଇପାରନ୍ତି। ମିଠାକଥା କହି ଜନମନ ତୋଷ କରିପାରନ୍ତି। କର୍ମକ୍ଷେତ୍ରରେ ମାନ୍ଦା ଭାବ ଦେଖା ଦେବ।

ସିଂହ: ମନୋବଳ ଦୃଢ଼ ରହିବ। ଆୟ ବୃଦ୍ଧିର ସୂଚନା ମିଳୁଛି। କାର୍ଯ୍ୟରେ ସଫଳତା ମିଳିବ। ଉପୁଜି ଥିବା ସମସ୍ୟାର ସମାଧାନ ହେବ। ମନରେ ପ୍ରଫୁଲ୍ଲତା ଆସିବ। ପାରିବାରିକ ସୁଖ, ଶାନ୍ତି, ଅବ୍ୟାହତ ରହିବ। କର୍ମକ୍ଷେତ୍ର ଉଳ ହେବ।

କନ୍ୟା: ବନ୍ଧୁ ଦର୍ଶନ ମିଳିବ। ପରିଶ୍ରମର ମୂଲ୍ୟ ମିଳିବ। ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବେ। ବିଭାଗୀୟ ଅର୍ଥ ପ୍ରାପ୍ତ ହୋଇପାରନ୍ତି। ଉତ୍ତମ ଗୃହ ପ୍ରାପ୍ତି ପାଇଁ ଉଦ୍ୟମ ଚଳାଇବେ। କୀର୍ତ୍ତି, ମର୍ତ୍ତି, ସତ୍ତ୍ୱ, ସନ୍ତୋଷ ଓ ବହୁବିଧ ଅର୍ଥ ମିଳିପାରେ।

ତୁଳା: ମାନସିକ ଅଶାନ୍ତିର ଉପଶମ ହେବ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ସାହାଯ୍ୟ ସହଯୋଗ ମିଳିବ। ଚିନ୍ତା ହ୍ରାସ ହୋଇପାରେ। କର୍ମ କୁଶଳତା ପ୍ରକାଶ ପାଇବ। ସାଧନାରେ ସିଦ୍ଧି ପ୍ରାପ୍ତ ହୋଇପାରନ୍ତି। ମନରେ ସେବା ଭାବନା ରହିବ।

ବିଛା: ଅଯଥାରେ ଖର୍ଚ୍ଚାନ୍ତ ହୋଇପାରନ୍ତି। ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି। ସବୁ-ବାଧା ବିଘ୍ନକୁ ଏଡ଼ାଇ ଶ୍ରେଷ୍ଠ ପଦପଦବୀରେ ଆସୀନ ହୋଇପାରନ୍ତି। ବିଦ୍ୟା ରୂପକ ମହାଧନ ପ୍ରାପ୍ତ ହେବେ। ଶାସ୍ତ୍ର ବିଚକ୍ଷଣ ହୋଇପାରନ୍ତି।

ଧନୁ: କର୍ମକ୍ଷେତ୍ର ଶୃଙ୍ଖଳିତ ହେବ। କାର୍ଯ୍ୟ ହାସଲ କରିବାରେ ସିଦ୍ଧହସ୍ତ ହେବେ। ଅସୁସ୍ଥତାରୁ ଆରୋଗ୍ୟ ହେବେ। ଧର୍ମକାର୍ଯ୍ୟ ସମ୍ପାଦନ କରିପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହୋଇପାରେ। ପ୍ରୀତି ଲାଭ କରିପାରନ୍ତି। ସାମାଜିକ ଆଦର ମିଳିବ।

ମକର: ବନ୍ଧୁ ସହଯୋଗ ମିଳିବ। କଷ୍ଟସାଧ୍ୟ ହେବ। ମନରେ ନୈରାଶ୍ୟ ଭାବ ଜାତ ହୋଇପାରେ। ଉତ୍ତମ ଭୋଜନ ମିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଲୋକପ୍ରିୟତା ବୃଦ୍ଧି ହୋଇପାରେ। ଦୂରଯାତ୍ରା ଆପଣଙ୍କ ପାଇଁ ଶୁଭଦାୟକ ହୋଇପାରେ।

କୁମ୍ଭ: ପୈତୃକ ସମ୍ପତ୍ତି ପାଇଁ ବ୍ୟସ୍ତ ହୋଇପାରନ୍ତି। ବିବାଦର ସମାଧାନ ପାଇଁ ସୁପରାମର୍ଶ ନେବାକୁ ପଡ଼ିବ। ସଫଳତା ମିଳିବା ଆଶାକରାଯାଏ। ମାନସିକ ଶାନ୍ତି ମିଳିବ। ସୁଖପ୍ରାପ୍ତ ହେବ। ତେଜୀୟାନ ହେବେ। ସମସ୍ତ କଳାରେ ଦକ୍ଷ ହେବେ।

ମୀନ: ପରିବେଶ ସୁଖବୋଧ ହେବ। ଦ୍ରବ୍ୟ ନଷ୍ଟ ହୋଇପାରେ। କଟୁବାକ୍ୟ ପ୍ରୟୋଗ ଦ୍ୱାରା ସମୟ ଉପୁଜି ପାରେ। ସଙ୍ଗୀତ ପ୍ରିୟ ହେବେ। ଉପଯୁକ୍ତ କର୍ମାନୁରକ୍ତ ହୋଇପାରନ୍ତି। ଯଶସ୍ୱୀ ଓ ଧନଶାଳୀ ହେବେ। ସରକାରୀ ଅର୍ଥ ମିଳିପାରେ। ସୁବିଦ୍ୟାଯୁକ୍ତ ହେବେ।

Leave A Reply