ଶୁକ୍ରବାର ରାଶିଫଳ

0

ମେଷ: କର୍ତ୍ତୃପକ୍ଷଙ୍କ ସହ ମତଭେଦ ଘଟି ପାରେ। ମନ ଆକୁଳିତ ହୋଇପାରେ। ବିଭିନ୍ନ ଦିଗରୁ ଧନାଗମ ହେବାର ସୂଚନା ମିଳୁଛି। ନୀତିନିଷ୍ଠ ହୋଇପାରନ୍ତି। ଚଞ୍ଚଳମନା ହେବେ। ଅତିସୁଖୀ ଓ କୀର୍ତ୍ତିମାନ୍‌ ହେବେ।

ବୃଷ: କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଆୟ ଆଶାନୁରୂପ ହେବ। ସରକାରୀ ବା ବନ୍ଧୁ ସହଯୋଗ ମିଳିବ। ରୁଚିକର ଭୋଜନରେ ଆପ୍ୟାୟିତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଚିନ୍ତାଧାରା ଉନ୍ନତ ହେବ। ନୂଆ ବନ୍ଧୁ ଜୁଟିବେ।

ମିଥୁନ: କର୍ମକ୍ଷେତ୍ରରେ ଚଳନ୍ତି ପ୍ରକ୍ରିୟାକୁ ବଜାୟ ରଖି ନୂତନ ପଦକ୍ଷେପ ନେବା ବିଧୟ। ଅଯଥା ବିତର୍କରେ ଭାଗ ନ ନେଇ ନିରବତା ପାଳନ କରିବା ସବୁଠୁଁ ଭଲ। ଖର୍ଚ୍ଚାନ୍ତ ହୋଇପାରନ୍ତି। ଧର୍ମାସକ୍ତ ହେବେ। ପୁତ୍ର, ମିତ୍ର ପାଇଁ ସୁଖ ଭୋଗ କରିବେ।

କର୍କଟ: ମୂଲ୍ୟବାନ ଦ୍ରବ୍ୟ ଲାଭ ହୋଇପାରେ। ସୁ-ସମ୍ବାଦ ପାଇ ଆହ୍ଲାଦିତ ହୋଇପାରନ୍ତି। ଅର୍ଜିତ ଜ୍ଞାନର ଅଭିବୃଦ୍ଧି ପାଇଁ ଉଦ୍ୟମ ଜାରି ରଖିବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିବେ। ଅର୍ଥ ପ୍ରାପ୍ତ ହେବେ।

ସିଂହ: ପରୋପକାରୀ ହୋଇପାରନ୍ତି। ଶୁଭ ଖବର ପାଇ ଖୁସି ହେବେ। କର୍ମକ୍ଷେତ୍ରରେ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖା ଦେବ। ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ବିବାଦରେ ବିଜୟୀ ହେବେ।

କନ୍ୟା: ଆବଶ୍ୟକୀୟ ଦ୍ରବ୍ୟ ଲାଭର ସୂଚନା ମିଳୁଛି। ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି। କାର୍ଯ୍ୟରେ ଅପୂର୍ବ ସଫଳତା ମିଳିବ। କ୍ଷମତାର ପରିସର ବୃଦ୍ଧି ହୋଇପାରେ। ତା’ର ସଦ୍‌ବ୍ୟବହାର କରିବେ। ବିବାଦୀୟ ଘଟଣାରେ ବିଜୟ ଲାଭ କରିପାରନ୍ତି।

ତୁଳା: ଯଶସ୍ବୀ ହେବେ। ଧନକ୍ଷୟ ହେବାର ସମ୍ଭାବନା ଅଛି। ଅର୍ଥାଭାବ ଦେଖା ଦେବ। ଶୁଭକାର୍ଯ୍ୟ ବର୍ଜନୀୟ। ଅଯଥାରେ ପାରିବାରିକ କଳହର ସୂତ୍ରପାତ୍ର ହୋଇପାରେ। ଦୁଶ୍ଚିନ୍ତା ମଧ୍ୟ ଦେଇ ଗତି କରିବେ। ବ୍ୟବସାୟରୁ ସାମାନ୍ୟ ଲାଭ ମିଳିବ।

ବିଛା: ଆପଣଙ୍କ ପାଇଁ ବାହ୍ୟ ସହାୟତା ସୁଲଭ ହେବ। ସୁଖକର ଘଟଣାମାନ ଘଟିପାରେ। କର୍ମକ୍ଷେତ୍ର ଲାଭଦାୟକ ହେବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ଆନନ୍ଦର ଉପଭୋଗ କରିବେ। ସୁଖାଦ୍ୟ ମିଳିବ। ଘାତଚନ୍ଦ୍ର ଯୋଗୁଁ ସତର୍କରେ ଚଳିବେ।

ଧନୁ: ଆପଣଙ୍କ ଆବେଦନ ଗୃହୀତ ହୋଇପାରେ। ଦୃଢ଼ ମନୋବଳ ନେଇ କାର୍ଯ୍ୟ ସମ୍ପାଦନ କରିବେ। ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ। ସୁ-ସମ୍ବାଦ ପାଇ ଖୁସି ହୋଇପାରନ୍ତି। ବ୍ୟସ୍ତତା ଭିତରେ ଦିନଟି ଅତିବାହିତ ହେବ। ଶୁଭଦିନ। କରଜ ଶୁଝିବେ।

ମକର: ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରିପାରନ୍ତି। ସ୍ବାଧୀନମନା ହୋଇ କାର୍ଯ୍ୟ କରିବା ସମ୍ଭବ ନୁହେଁ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଶୁଭ ଖବର ପାଇ ଆନନ୍ଦ ଅନୁଭବ କରିବେ। ଅଧ୍ୟୟନରତ ହୋଇପାରନ୍ତି। ପଢ଼ା-ପଢ଼ିରେ ମନୋନିବେଶ କରିବେ।

କୁମ୍ଭ: ପାରିବାରିକ ଘଟଣାରେ ମନଦେଇ ପାରନ୍ତି। ବାଦାନୁବାଦର ସମ୍ମୁଖୀନ ହେବେ। କେତେକ କ୍ଷେତ୍ରରେ ଭୁଲବୁଝାମଣା ଘଟିପାରେ। ପରିଶ୍ରମ ମୂଲ୍ୟାଙ୍କନ ହେବ। ଜନବଲ୍ଲଭ ଭାବେ ପରିଗଣିତ ହୋଇପାରନ୍ତି। ବିଶୁଦ୍ଧ କାର୍ଯ୍ୟ କରି ଲୋକପ୍ରିୟତା ଅର୍ଜନ କରିପାରନ୍ତି।

ମୀନ: କେତେକ କାରଣରୁ ମନରେ ଭ୍ରମ ସଞ୍ଚାର ହେବେ। ଉଚ୍ଚସମ୍ମାନ ଲାଭ କରିପାରନ୍ତି। ଆର୍ଥିକ କ୍ଷେତ୍ର ସ୍ବଚ୍ଛଳ ରହିବ। ଶୁଭ କାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ଦିଅଁ ଦର୍ଶନର ସୌଭାଗ୍ୟ ଅଛି। ସରକାରୀ ସ୍ତରରୁ ଲାଭବାନ୍‌ ହେବେ।

Leave A Reply