ଗୁରୁବାର ରାଶିଫଳ

0

ମେଷ: ଆଳସ୍ୟ ପରାୟଣ ହେଲେ ବି ଜଣେ ନୀତିନିଷ୍ଠ ବ୍ୟକ୍ତିଭାବେ ସାମାଜିକ ସ୍ତରରେ ଗୌରବର ଅଧିକାରୀ ହେବେ। ଧର୍ମ କାର୍ଯ୍ୟରେ ନି​‌େ​‌ୟାଜିତ ହେବେ। କର୍ମକ୍ଷେତ୍ର ଉଳମୟ ହେବ। ବ୍ୟବସାୟ ଲାଭଜନକ ହେବ।

ବୃଷ: ବହୁ ଭ୍ରମଣରେ ରୋଜଗାରର ମାତ୍ରା ବଢ଼ିବ। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ରୁଚିକର ଭୋଜନ ମିଳିବ। ସରକାରୀ ଓ ବନ୍ଧୁ ସହାୟତାରୁ ଲାଭବାନ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ନୂଆ ବନ୍ଧୁ ଜୁଟିବେ। ଚିନ୍ତାଧାରା ଉନ୍ନତମାନର ହେବ।

ମିଥୁନ: ଚେଷ୍ଟା ଫଳବତୀ ହେବ। କଷ୍ଟସାଧ୍ୟ ହୋଇପାରେ। ଅତ୍ୟଧିକ ବ୍ୟୟର ସମ୍ମୁଖୀନ ହେବେ। ମନରେ ଉଦ୍‌ବେଗ ଜାତ ହୋଇପାରେ। ସରଳ ଓ ନିରାଡମ୍ବର ଜୀବନ-ଯାପନ କରିପାରନ୍ତି। ମଧୁର ବାକ୍ୟ ବିନିମୟରେ ଜନାଦୃତ ହେବେ।

କର୍କଟ: କାର୍ଯ୍ୟରେ ପରିବର୍ତ୍ତନ ଦେଖା ଦେଇପାରେ। ବିଭିନ୍ନ ସୂତ୍ରରୁ ଏପରିକି ସରକାରୀ ସ୍ତରରୁ ଧନଲାଭ ହୋଇପାରେ। ବ୍ୟବହାରରେ କୁଶଳତା ଆପଣଙ୍କୁ ମହାନ୍ କରିପାରେ। ବିଳାସ ବ୍ୟସନ କରିପାରନ୍ତି।

ସିଂହ: କାର୍ଯ୍ୟରେ ସଫଳତା ଲାଭ କରିବେ। ଉପୁଜି ଥିବା ସମସ୍ୟାର ସମାଧାନ ହେବ। ମନରେ ପ୍ରଫୁଲ୍ଲତା ଆସିବ। ପାରିବାରିକ ସୁଖ, ଶାନ୍ତି ଅବ୍ୟାହତ ରହିବ। କର୍ମକ୍ଷେତ୍ର ସହଜ ସୁଗମ ହେବ। ସରକାରୀ କୃପା ମିଳିବ।

କନ୍ୟା: ଆପଣଙ୍କ ପାଖରେ ଥିବା ସବୁଗୁଣ ବିକଶିତ ହୋଇପାରେ। ଭାଗ୍ୟର ପରିବର୍ତ୍ତନ ଘଟାଇ ପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ହସଖୁସିରେ ଦିନ ବିତାଇପାରନ୍ତି। ଅର୍ଥପ୍ରାପ୍ତିର ସୂଚନା ମିଳୁଛି। ପତ୍ନୀ ଅସୁସ୍ଥ ରହିବେ।

ତୁଳା: ମନରେ ବ୍ୟାକୁଳତା ଭାବ ଦେଖା ଦେବ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ବୃଥା ଚେଷ୍ଟା ନକରିବା ଭଲ। କେବଳ ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ଉଚ୍ଚସ୍ଥାନ ଆରୋହଣ ଓ ଜଳଯାତ୍ରା ମନା।

ବିଛା: ଦୂରଯାତ୍ରା କରିବାର ସୁଯୋଗ ଜୁଟିଛି। ସୁଖ-ସମ୍ମାନ ଲାଭ କରିବେ। ଅବିବାହିତଙ୍କର ମନୋରମା କନ୍ୟା ସହିତ ବିବାହ ସମ୍ବନ୍ଧ ସ୍ଥିର ହୋଇପାରେ। ସୁବର୍ଣ୍ଣାଦି ମୂଲ୍ୟବାନ୍ ଧାତୁଦ୍ରବ୍ୟ ପ୍ରାପ୍ତ ହେବେ। ବନ୍ଧୁ ସହାୟତା ପାଇ ଖୁସି ହେବେ।

ଧନୁ: ଚାକିରି କ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି। ମନରେ ଅହଂଭାବ ଜାଗରିତ ହୋଇପାରେ। ଅସୁସ୍ଥତାରୁ ଆରୋଗ୍ୟ ହୋଇ କର୍ମ ଚଞ୍ଚଳ ରହିବେ। ଧର୍ମକାର୍ଯ୍ୟରେ ନି​‌େ​‌ୟାଜିତ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ପ୍ରୀତି ଲାଭ କରିବେ।

ମକର: ବୃଥା ଆଲୋଚନା କରି ସମୟ ନଷ୍ଟ କରିପାରନ୍ତି। ପ୍ରତାରିତ ହେବା ଆଶା କରାଯାଏ। ଦାମ୍ପତ୍ୟ ସୁଖ ମିଳିବ। ମିଷ୍ଟାନ୍ନ ପ୍ରାପ୍ତ ହେବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। ବୁଦ୍ଧି ବିବେକ ଖଟାଇ କାର୍ଯ୍ୟ କରିବେ ଓ ନିରାମୟ ଜୀବନ ଯାପନ କରିବେ।

କୁମ୍ଭ: ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ। ମଧ୍ୟମ ଧରଣର ଶୁଭଫଳ ମିଳିବ। ତେଜୀୟାନ୍‌ ହେବେ। ଉତ୍ତମ ପତ୍ନୀଙ୍କ ସାହଚର୍ଯ୍ୟ ମିଳିପାରେ। ଧର୍ମପ୍ରିୟ ହୋଇପାରନ୍ତି। ସର୍ବ କଳାରେ ଦକ୍ଷତା ପ୍ରତିପାଦନ କରିପାରନ୍ତି। ଗଣ ପ୍ରଧାନ ହେବେ।

ମୀନ: ଆର୍ଥିକ ଦୂରବସ୍ଥାର ପରିବର୍ତ୍ତନ ଘଟିବ। ସଂଗଠନର ନେତୃତ୍ବ ନେଇ ସଂସ୍ଥାକୁ ମଜଭୁତ ସ୍ଥିତିରେ ରଖିବେ। ଦେବ ଦର୍ଶନର ସୁଯୋଗ ଅଛି। କର୍ମ କୁଶଳତା ଆପଣଙ୍କୁ ମହାନ୍ କରି ଗଢ଼ି ତୋଳିବେ। ଉଚ୍ଚ ସମ୍ମାନ ପାଇ ପ୍ରଶଂସିତ ହୋଇପାରନ୍ତି।

Leave A Reply