ଶୁକ୍ରବାର ରାଶିଫଳ

0

ମେଷ: ପରିବେଶ ଆପଣଙ୍କ ପାଇଁ ବିଷମ ହୋଇପାରେ। ମୂଲ୍ୟବାନ୍‍ ଦ୍ରବ୍ୟ ଲାଭ ହେବ। ପାରିବାରିକ ସୁଖ, ଶାନ୍ତି, ଅବ୍ୟାହତ ରହିବ। ଆୟ ପରିମାଣ ବୃଦ୍ଧି ପାଇବ। ସାଧନାରେ ସିଦ୍ଧି ପ୍ରାପ୍ତ ହେବେ। ରାଜକୋଷ ଅର୍ଥ ମିଳିପାରେ।

ବୃଷ: ମାନସିକ ଶାନ୍ତି ହରାଇପାରନ୍ତି। ସୁଖ-ସମ୍ମାନ ଲାଭ କରିବେ। ଶୁଭକର୍ମରେ ଉତ୍ସାହ ବୃଦ୍ଧି ପାଇବ। କାର୍ଯ୍ୟରେ ସଫଳତା ଲାଭ କରିବେ। ସରକାରୀ ଧନ ମିଳିପାରେ। ବହୁବିଧ ଧନ ଓ ଉତ୍ତମ ଗୁଣ ସମ୍ପନ୍ନ ହେବେ।

ମିଥୁନ: ସତର୍କତାର ଦିନ। ପ୍ରତିଯୋଗିତାରେ ବିଜୟୀ ହୋଇ ସୁଖ ଅନୁଭବ କରିବେ। ଘାତଚନ୍ଦ୍ର ଭୋଗହେତୁ ସ୍ୱାସ୍ଥ୍ୟହାନିର ଆଶଙ୍କା ଅଛି। ବିଭିନ୍ନ ସୂତ୍ରରୁ ଅର୍ଥ ମିଳିପାରେ। ଧନବାନ ହେବେ। ମନଭୁଲା ରୂପରେ ମହିଳାଙ୍କ ମନ ମୋହି ପାରନ୍ତି।

କର୍କଟ: କାର୍ଯ୍ୟରେ ବାଧା ଉପୁଜିପାରେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ଖର୍ଚ୍ଚାନ୍ତ ହେବେ। ବ୍ୟବସାୟରୁ ଲାଭ ମିଳିବ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କ ହେବେ।

ସିଂହ: ଯୋଗାଣ କାର୍ଯ୍ୟରେ ନିଜକୁ ହଜାଇ ଦେଇପାରନ୍ତି। ବନ୍ଧୁ ମିଳନ ଘଟିବାର ସମ୍ଭାବନା ଅଛି। ବସ୍ତ୍ର ଭୂଷଣ ଲାଭ ହେବାର ସୂଚନା ମିଳୁଛି। ଆଶା ଫଳବତୀ ହେବ। ପ୍ରୀତି ଲାଭ କରିପାରନ୍ତି। ଯଶସ୍ୱୀ ହେବେ।

କନ୍ୟା: ନିଜ ଉଦ୍ୟମରେ ଅଭାବ ମେଣ୍ଟାଇ ପାରନ୍ତି। ଆଦରଣୀୟ ହେବେ। କାର୍ଯ୍ୟରେ ସଫଳତା ମିଳିପାରେ। ଆର୍ଥିକ ଅଭିବୃଦ୍ଧି ଘଟିପାରେ। ପତ୍ନୀଙ୍କର ସ୍ୱାସ୍ଥ୍ୟ ହାନି ଘଟିପାରେ। ପ୍ରିୟଭାଷୀ, ଧନ ଓ ଯାନବାହନ ସୁଖ ମିଳିବ। ସୁବର୍ଣ୍ଣ ସମ୍ପଦ ମିଳିପାରେ।

ତୁଳା: ଗୃହ ଜଞ୍ଜାଳ ପାଇଁ ଚିନ୍ତିତ ହୋଇପାରନ୍ତି। କାର୍ଯ୍ୟରେ ସଫଳତା ମିଳିବ। ଉତ୍ତମ ଭୋଜନରେ ତୃପ୍ତି ଲାଭ କରିବେ। ବିବାଦରେ ବିଜୟୀ ହୋଇ ସନ୍ତୁଷ୍ଟ ହୋଇପାରନ୍ତି। ଧର୍ମନୀତିକୁ ପ୍ରଧାନ୍ୟ ଦେବେ। ସନ୍ମମାର୍ଗୀ ହେବେ। କୃଷିକର୍ମରେ ଦକ୍ଷତା ପ୍ରତିପାଦନ କରିବେ।

ବିଛା: ଅଟକି ଥିବା କାର୍ଯ୍ୟ ଆଗକୁ ବଢ଼ିବ। ନିଜକୁ କଳହ ମୁକ୍ତ ରଖି ପାରିଲେ କାର୍ଯ୍ୟରେ ସଫଳ ହେବେ। ବହୁଭାଷୀ ହୋଇପାରନ୍ତି। ପ୍ରଚୁର ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ମନୋଜ୍ଞ ହେବେ। ବହୁ ବିଦ୍ୟା ପାରଙ୍ଗମ ହେବେ। ସୁଖୀ ହେବେ।

ଧନୁ: ସୁସ୍ଥ ଓ ନିରାମୟ ରହିବେ। ମାନସିକ ଶାନ୍ତି ମିଳିବ। କାର୍ଯ୍ୟରେ ଅପୂର୍ବ ସଫଳତା ଲାଭ କରିବେ। ଆମୋଦ-ପ୍ରମୋଦରେ ସମୟ କଟାଇ ପାରନ୍ତି। ଚିନ୍ତାଧାରା ଉନ୍ନତମାନର ହେବ। ଯଶସ୍ୱୀ ହୋଇପାରନ୍ତି। ସକଳ ଗୁଣଯୁକ୍ତ ଓ ସୁଖୀ ହୋଇପାରନ୍ତି।

ମକର: ମାନସିକ ସ୍ତରରେ ଉଦ୍‍ବେଗ ଜାତ ହୋଇପାରେ। ଆଶାବାଦୀ ହୋଇପାରନ୍ତି। ରୋଜଗାର ଊଣା ହେବ ନାହିଁ। ସରକାରୀ ସହଯୋଗ ଦ୍ୱାରା ଲାଭବାନ ହେବେ। ମିଷ୍ଟାନ୍ନ ଭୋଜନ ମିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁଖ ମିଳିବ।

କୁମ୍ଭ: ଚାକିରି କ୍ଷେତ୍ରରେ ପଦୋନ୍ନତି ମିଳିବ ଓ ଅଧିକ ଦାୟିତ୍ୱ ବହନ କରିପାରନ୍ତି। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ରୁଚିକର ପ୍ରୀତି ଭୋଜନ ମିଳିପାରେ। ନୂଆ ବନ୍ଧୁଙ୍କ ସହିତ ସଂପର୍କ ସ୍ଥାପନ ହେବ। ପାରିବାରିକ ସୁଖ ମିଳିବ। ଆୟବୃଦ୍ଧିର ସୂଚନା ମିଳୁଛି।

ମୀନ: ମାନସିକ ସ୍ତରରେ ଦୁଶ୍ଟିନ୍ତା ବୃଦ୍ଧି ହୋଇପାରେ। ଅତ୍ୟଧିକ ବ୍ୟୟର ସମ୍ମୁଖୀନ ହୋଇପାରନ୍ତି। ମଧୁରଭାଷୀ ହେବେ। ସରଳ କଥାରେ ଲୋକଙ୍କୁ ଭୁଲାଇବାକୁ ଉଦ୍ୟମ ଚଳାଇବେ। ଚକ୍ଷୁରେ ପୀଡ଼ା ଅନୁଭବ କରିପାରନ୍ତି। ମିଶ୍ରିିତ ଫଳ ମିଳିବ।

Leave A Reply