ବୁଧବାର ରାଶିଫଳ

0

ମେଷ: ଅାନନ୍ଦ ଉତ୍ସବରେ ଦିନଟି ଅତିବାହିତ କରିପାରନ୍ତି। ଅର୍ଥ ସହିତ ଦ୍ରବ୍ୟ ଲାଭର ସୂଚନା ମିଳୁଛି। କର୍ମକ୍ଷେତ୍ରରେ ସଫଳତା ଲାଭ କରି​‌େ​‌ବ। ସାଙ୍ଗଠନିକ କାର୍ଯ୍ୟର ନେତୃତ୍ବ ନେଇ ପ୍ରଶଂସିତ ହେବେ।

ବୃଷ: ଆପଣଙ୍କ କାର୍ଯ୍ୟ ଠିକ୍ ମାର୍ଗରେ ପରିଚାଳିତ ହେଉଛି। ସାଧନା ଫଳବତୀ ହେବ। ଅର୍ଥ ଲାଭର ସୂଚନା ମିଳୁଛି। ବ୍ୟବସାୟ ଲାଭଜନକ ହେବ। ନିଜର ଲକ୍ଷ୍ୟ ହାସଲ ପାଇଁ ମିଠା କଥାରେ ପରକୁ ଆପଣାର କରିବେ।

ମିଥୁନ: ପରିସ୍ଥିତିକୁ ଦୃଷ୍ଟିରେ ରଖି କାର୍ଯ୍ୟ କରିବାକୁ ପଡ଼ିବ। ବୁଦ୍ଧି ପ୍ରୟୋଗ କରି କାର୍ଯ୍ୟ ହାସଲ କରିବେ। ନିଧି ପ୍ରାପ୍ତ ହୋଇପାରନ୍ତି। ଚିତ୍ତ ସନ୍ତୁଷ୍ଟ ରହିବ। ବହୁ ସୁଖର ଅଧିକାରୀ ହେବେ। କନ୍ୟା ଲାଭ ହୋଇପାରେ।

କର୍କଟ: ଧର୍ମ-ଧାରାରେ ଜଡ଼ିତ ହେବେ। ଶତ୍ରୁ ବୃଦ୍ଧି ହୋଇପାରେ। ଜଗତର ମଙ୍ଗଳ କାମନା କଲେ ନିଜର ମଙ୍ଗଳ ହେବ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ବହୁ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ। ବହୁ ସୁଖର ଅଧିକାରୀ ହେବେ। କୁଳ ଉଳ କରିବେ।

ସିଂହ: ଅଭାବ ଦୂରେଇ ଯିବ। ବାହ୍ୟ ସମର୍ଥନ ମିଳିବ। ବିବାଦୀୟ ଘଟଣାରେ ବିଜୟୀ ହେବେ। ଅର୍ଥ ପ୍ରାପ୍ତିର ସୁଯୋଗ ଅଛି। ବସ୍ତ୍ର ଲାଭ ହୋଇପାରେ। ଗୁରୁଜନଙ୍କ ଆଶୀର୍ବାଦ ମିଳିବ। ସହକର୍ମୀଙ୍କୁ ସାହାଯ୍ୟ କରି ଆତ୍ମ ସନ୍ତୋଷ ଲାଭ କରିବେ।

କନ୍ୟା: ନିଜ କାର୍ଯ୍ୟର ସମୀକ୍ଷା କରିପାରନ୍ତି। ଧର୍ମ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ। ନିଜ ବଳାର୍ଜିତ ଧନଭୋଗ କରିବେ। ଶ୍ରେଷ୍ଠ ପଦାଧିକାରୀ ହୋଇପାରନ୍ତି। ପରାମର୍ଶଦାତା ହେବେ। ବହୁ ମିତ୍ରଙ୍କ ସହଯୋଗ ପାଇବେ।

ତୁଳା: ବିଭିନ୍ନ ସ୍ତରରୁ ସମର୍ଥନ ମିଳିପାରେ। ଆୟ ଆଶାନୁରୂପ ହେବ। ଉପୁଜି ଥିବା ସମସ୍ୟାର ସମାଧାନ ହେବ। ମାନସିକ ଶାନ୍ତି ମିଳିବ। ସୁସ୍ଥ ଓ ନିରାମୟ ରହିବେ। ନାନା ବିଭବରେ ମଣ୍ତିିତ ହେବେ। ଜନବଲ୍ଲଭ ପରିଚୟ ସୃଷ୍ଟି କରିବେ।

ବିଛା: କାର୍ଯ୍ୟରେ ନ ପଛେଇ ଆଗକୁ ବଢ଼ିବାର ଚେଷ୍ଟା କରନ୍ତୁ। ଆଶ୍ବସ୍ତି ମିଳିବ। ଆଶା ପୂରଣ ହୋଇପାରେ। ଧନ-ମାନ-ସୁଖ-ସମ୍ଭୋଗ ସବୁ କିଛି ମିଳିବ। ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ। ବ୍ୟବସାୟରେ ଉନ୍ନତି ଘଟିବ। କର୍ମରେ ସଫଳ ହେବେ।

ଧନୁ: ଆୟ ଆଶାନୁରୂପ ହେବ। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। କର୍ମ ତତ୍ପରତା ପ୍ରକାଶ ପାଇବ। ପରୋପକାରୀ ହେବେ। ଆର୍ଥିକ ଉନ୍ନତି ଘଟିବାର ସୂଚନା ମିଳୁଛି। ବ୍ୟବସାୟ ଲାଭଜନକ ହେବ। ଆତ୍ମୀୟ ସହାୟତା ମିଳିବ।

ମକର: ଯୋଗାଯୋଗରେ ସଫଳତା ମିଳିବ। ପ୍ରାଧାନ୍ୟ ବିସ୍ତାର କରି ପାରନ୍ତି। ଆୟ ବୃଦ୍ଧିର ସୁଯୋଗ ସୃଷ୍ଟି ହୋଇଛି। କାର୍ଯ୍ୟରେ ସିଦ୍ଧିପ୍ରାପ୍ତ ହେବେ। ଭାଗ୍ୟବାନ ହୋଇପାରନ୍ତି। ବକୟା ଅର୍ଥକୁ ଆଦାୟ କରିବାରେ ସକ୍ଷମ ହେବେ।

କୁମ୍ଭ: ସେବା କ୍ଷେତ୍ରରେ ଅବତୀର୍ଣ୍ଣ ହୋଇପାରନ୍ତି। ପୂଜ୍ୟପୂଜା ଉପରେ ଗୁରୁତ୍ବ ଦେବେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। କାର୍ଯ୍ୟ ସିଦ୍ଧି ହେବ; ମାତ୍ର ବିଳମ୍ବିତ ହୋଇପାରେ। ବ୍ୟବସାୟ ଲାଭଜନକ ହେବ। ନୂତନ ଯୋଜନା ପ୍ରସ୍ତୁତ କରିବେ।

ମୀନ: ଆଗକୁ ମାଡ଼ି ଚାଲିଲେ ସଫଳତା ହାତକୁ ଆସିବ। ଉତ୍ସାହିତ ହୋଇ କାର୍ଯ୍ୟ ସଂପାଦନ କରିପାରନ୍ତି। ବ୍ୟବସାୟରେ ଆଶାଜନକ ଫଳ ପାଇବେ। ସାଙ୍ଗଠନିକ କାର୍ଯ୍ୟରେ ସବୁରି ମନ ନେଇପାରନ୍ତି। ଅଷ୍ଟମ ଚନ୍ଦ୍ର ହେତୁ ସତର୍କ ରହିବେ।

Leave A Reply