ରବିବାର ରାଶିଫଳ

0

ମେଷ: ଚାକିରି କ୍ଷେତ୍ରରେ କର୍ତ୍ତୃପକ୍ଷଙ୍କ ଦ୍ବାରା ସମ୍ମାନିତ ହେବେ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ। ଶତ୍ରୁହନ୍ତା ହୋଇପାରନ୍ତି। ଭାଇମାନଙ୍କ ପ୍ରତି ସ୍ନେହ ଶ୍ରଦ୍ଧା ରହିବ। ମନ୍ଦାଗ୍ନି ଭୋଗିବେ।
ବୃଷ: ସମ୍ମାନିତ ହେବେ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ହଠାତ୍ କିଛି ଅର୍ଥ ମିଳିବ। ବ୍ୟବସାୟ ଲାଭଯୁକ୍ତ ହେବ। ଧନ ସମ୍ପଦ ଭରପୂର ରହିପାରେ। ପୁତ୍ର, ପୌତ୍ର, ପ୍ରପୌପାଦି ଲାଭ ହେବ।
ମିଥୁନ: କାର୍ୟ୍ୟରେ ଧୈର୍ଯ୍ୟହରା ହୋଇପାରନ୍ତି। ଉଦାର ସ୍ବଭାବର ହେବେ। ଦାନଶୀଳ ହେବେ। ଶୋଭନ ବ୍ୟକ୍ତିତ୍ବର ପରିଚୟ ସୃଷ୍ଟି କରିବେ। ସୁସ୍ଥ ଓ ନିରାମୟ ରହିବେ। କୃଷିକର୍ମରେ ଦକ୍ଷ ହୋଇପାରନ୍ତି। ଜଳପ୍ରତି ଆଦର ଓ ବୁଦ୍ଧିମାନ୍ ହେବେ।
କର୍କଟ: ସହଯୋଗୀଙ୍କ ସହାୟତା ପାଇ ଅସାଧ୍ୟ ସାଧନ କରିପାରନ୍ତି। କାର୍ଯ୍ୟର ସଫଳ ରୂପାୟନ କରିବେ। ମନ ପ୍ରସନ୍ନ ରହିବ। ଆସ୍ତିକ ସ୍ବଭାବର ହେବେ। ମିଠା କଥା କହି ସମସ୍ତଙ୍କ ମନ କିଣିବେ। ବିବାଦରେ ବିଜୟୀ ହେବେ।
ସିଂହ: ବନ୍ଧୁ ପ୍ରୀତି ଅବ୍ୟାହତ ରହିପାରେ। ଭାଗ୍ୟବାନ ହୋଇପାରନ୍ତି। ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି। ପରବେଶବାସୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ। ଭାଇଙ୍କ ଆଦର ମିଳିବ।
କନ୍ୟା: ଗଣ୍ଡଗୋଳିଆ ପରିସ୍ଥିତିରୁ ସ୍ବାର୍ଥ ହାସଲ କରିବେ। ଐଶ୍ବର୍ୟ୍ୟଯୁକ୍ତ ହୋଇପାରନ୍ତି। ବିବାଦରେ କୌଶଳ ପ୍ରୟୋଗ କରି ବିଜୟୀ ହେବେ। ମୋକଦ୍ଦମାରେ ବିଜୟୀ ହେବେ। ଧନଲାଭର ସୂଚନା ମିଳୁଛି। ଧାର୍ମିକ ପ୍ରବୃତ୍ତିର ହେବେ। ସାହସୀ ଓ ଜ୍ଞାନୀ ହେବେ।
ତୁଳା: କାର୍ୟ୍ୟକ୍ଷେତ୍ର କଷ୍ଟସାଧ୍ୟ ହେବ। ଥଣ୍ଡା କଫଜନିତ ପୀଡ଼ା ଭୋଗ କରିପାରନ୍ତି। ଚଞ୍ଚଳ ସ୍ବଭାବର ହେବେ। ମଧୁରଭାଷୀ ହୋଇପାରନ୍ତି। ରାଜଯୋଗ ପ୍ରାପ୍ତ ହେବାର ସୂଚନା ମିଳୁଛି।
ବିଛା: ଯୋଜନା ଅନୁସାରେ କାର୍ୟ୍ୟ କରିବେ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି। ଯଶସ୍ବୀ ହେବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। ଚଞ୍ଚଳ ପ୍ରକୃତିର ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। କରିତକର୍ମା ହେବେ।
ଧନୁ: ଅନ୍ୟମାନଙ୍କୁ ଆପଣାର କରିବାକୁ ଉଦ୍ୟମ ଚଳାଇବେ। ସୁଖ, ସମ୍ମାନ ଲାଭ କରିପାରନ୍ତି। ମନପ୍ରସନ୍ନ ରହିବ। କୁଳଦୀପକ ହୋଇପାରନ୍ତି। ମନ ପ୍ରସନ୍ନ ରହିବ। ଦୟାଳୁ ସ୍ବଭାବର ହେବେ। ଯଶସ୍ବୀ ହେବେ।
ମକର: ସ୍ବାସ୍ଥ୍ୟ ଭଲ ରହିବ। ଉଚ୍ଚଆଶା ଫଳବତୀ ହେବ। ଭାଗ୍ୟଶାଳୀ ହେବେ। ଦିନଟି ଭୋଗବିଳାସରେ ଅତିବାହିତ ହୋଇପାରେ। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁଖୀ ହେବେ।
କୁମ୍ଭ: ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ସହଯୋଗୀ ବ୍ୟବସାୟ ଲାଭଜନକ ହେବ। ସ୍ବାଭିମାନୀ ହୋଇପାରନ୍ତି। ଲୋକପ୍ରିୟ ହେବେ। କଳହଠାରୁ ଦୂରେଇ ରହିବେ। ଅଷ୍ଟମଚନ୍ଦ୍ର ଭୋଗ ହେତୁ ସତର୍କ ରହିବେ।
ମୀନ: କାର୍ଯ୍ୟରେ ସଫଳତା ପାଇବେ। ବ୍ୟବସାୟ ଲାଭଜନକ ହେବ। ସାମାଜିକ କ୍ଷେତ୍ରରେ ସେବା ମନୋଭାବର ଜାଗ୍ରତ ହେବ। ମନରେ ଅହଂଭାବ ଆସିପାରେ। ଶାନ୍ତ ଓ ଧୈର୍ୟ୍ୟ ସହକାରେ କାର୍ୟ୍ୟ କରିବେ। ଯଶ ଅର୍ଜନ କରିବେ।

Leave A Reply