ଶୁକ୍ରବାର ରାଶିଫଳ

0

ମେଷ: ପୂର୍ବରୁ ଅର୍ଜିତ ଅନୁଭୂତି କାର୍ଯ୍ୟରେ ଲାଗିବ। ବିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ଗ୍ରହଣ କଲେ ଉପକୃତ ହେବେ। କୀର୍ତ୍ତିମାନ ହେବେ। ପାରିବାରିକ ସୁଖ ମିଳିବ। କାର୍ଯ୍ୟରେ ସଫଳତା ହାସଲ କରିବେ; ମାତ୍ର ବିଳମ୍ବିତ ହେବ।
ବୃଷ: ମିଥ୍ୟା ଗୁଜବ ମନକୁ ଆନ୍ଦୋଳିତ କରିପାରେ। କୃଷିକ୍ଷେତ୍ରରୁ ଲାଭ ମିଳିପାରେ। ଯାନାବହନ ସୁଖ ଅଛି। ପ୍ରଦୂଷଣମୁକ୍ତ ଗୃହବାସ ଉପଯୋଗୀ ହେବ। ରାଜତୁଲ୍ୟ, ସନ୍ତୋଷଯୁକ୍ତ, ଉତ୍ସାହ ସଂଯୁକ୍ତ ଓ ପରୋପକାରୀ ହେବେ।
ମିଥୁନ: ଆର୍ଥିକ ସ୍ଥିତିରେ ଉନ୍ନତି ଦେଖାଦେବ। ଉଚ୍ଚ ସମ୍ମାନ ଲାଭ କରିପାରନ୍ତି। କାର୍ଯ୍ୟରେ ସଫଳତା ମିଳିବ। ପାରିବାରିକ ସୁଖଶାନ୍ତି ଅବ୍ୟାହତ ରହିବ। ବିବାଦୀୟ ଘଟଣାରେ ବିଜୟୀ ହେବେ। ସର୍ବାଙ୍ଗୀଣ ଉନ୍ନତି ହେବ।
କର୍କଟ: ନୂତନ ଦ୍ରବ୍ୟ ଲାଭ କରିପାରନ୍ତି। ଚିନ୍ତାଗ୍ରସ୍ତ ହେବେ। ନିର୍ଲୋଭ ହେବେ। ନୀତିରୁ ବିଚ୍ୟୁତ ହେବେ ନାହିଁ। ଧନଯୁକ୍ତ ହୋଇପାରନ୍ତି। ଚଞ୍ଚଳମନା ଓ ଅତି ସୁଖୀ ହେବେ। କୀର୍ତ୍ତିମାନ ଓ ସହିଷ୍ଣୁ ହୋଇପାରନ୍ତି। ନିତ୍ୟାନନ୍ଦ ଭୋଗ କରିବେ।
ସିଂହ: ସୁଖୀ ହେବେ। ସମ୍ମାନିତ ହୋଇପାରନ୍ତି। ଭଲ ବୁଝାମଣା ହେତୁ ଆଶ୍ୱସ୍ତି ହେବେ। ସମୃଦ୍ଧି ମାର୍ଗ ଆଗକୁ ବଢ଼ିବେ। ଆୟ ବୃଦ୍ଧିର ସୂଚନା ମିଳୁଛି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଚିନ୍ତାଧାରା ଉନ୍ନତମାନର ହେବ।
କନ୍ୟା: ଶିଳ୍ପ ପାରଦର୍ଶୀ ହୋଇପାରନ୍ତି। ପରିବହନ ବ୍ୟବସାୟ ଲାଭଜନକ ହୋଇପାରେ। ଶୁଣାକଥାକୁ ବିଶ୍ୱାସ ନ କରି ନିଜ ବୁଦ୍ଧିର ବାଟ ଚାଲିବାକୁ ପଡ଼ିବ। ଖର୍ଚ୍ଚ ବୃଦ୍ଧିର ସୂଚନା ମିଳୁଛି। ବିବାଦୀୟ ବିତର୍କରେ ଭାଗ ନ ନେଇ ଓହରି ଯିବା ଭଲ।
ତୁଳା: କର୍ମକ୍ଷେତ୍ରରେ କୃତକାର୍ଯ୍ୟ ହୋଇ ଆତ୍ମସନ୍ତୋଷ ଲାଭ କରିବେ। ପରିସ୍ଥିତିର ମୁକାବିଲା କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଅର୍ଥ ମିଳିବ। ସରକାରଙ୍କ ପ୍ରିୟପାତ୍ର ହେବେ। ପ୍ରୀତି ଭୋଜନ ମିଳିବ। ବିବାଦରେ ବିଜୟୀ ହେବେ।
ବିଛା: ପୂର୍ବରୁ ଉପୁଜି ଥିବା ସମସ୍ୟାର ସମାଧାନ ହେବ। ପ୍ରାୟ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ। ସାଧନାରେ ସିଦ୍ଧିପ୍ରାପ୍ତ ହେବେ। ବିଭାଗୀୟ ଅର୍ଥ ପାଇବେ। ଗୃହ ପରିବେଶ ଠିକ୍‍ ରହିବ। କୀର୍ତ୍ତି, ମର୍ତ୍ତି, ସତ୍ତ୍ୱ, ସନ୍ତୋଷ ଓ ବହୁବିଧ ଧନ ମିଳିବ।
ଧନୁ: ଧର୍ମ କାର୍ଯ୍ୟରେ ମନୋନିବେଶ କରିବେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଭାଗ୍ୟବାନ ହେବେ। ବିବାଦରେ ବିଜୟୀ ହେବେ। ଜନୈକା ମହିଳାଙ୍କ ଦ୍ୱାରା ଉପକୃତ ହୋଇପାରନ୍ତି। ସରକାରୀ କୃପା ମିଳିବ।
ମକର: ବ୍ୟବସାୟ ଲାଭଜନକ ହେବ। ଅଯଥା କାର୍ଯ୍ୟରେ ଧନକ୍ଷୟ କରିପାରନ୍ତି। ପାରିବାରିକ ଅଶାନ୍ତି ଦେଖାଦେଇ ପାରେ। ସ୍ୱାସ୍ଥ୍ୟହାନି ଘଟିବାର ସୂଚନା ମିଳୁଛି। ଯାନବାହନ ଚଳାଚଳରେ ସତର୍କ ରହିବେ। ଉଚ୍ଚସ୍ଥାନ ଆରୋହଣ ମନା।
କୁମ୍ଭ: ଆମୋଦ ପ୍ରମୋଦରେ ଦିନଟି ଅତିବାହିତ କରିପାରନ୍ତି। କର୍ମକ୍ଷେତ୍ରରେ ତତ୍ପରତା ପ୍ରକାଶ ପାଇବ। ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରିବାର ମାର୍ଗ ଉନ୍ମମୁକ୍ତ ହେବ। କର୍ମକ୍ଷେତ୍ରକୁ ଉଜ୍ଜ୍ୱଳମୟ କରିପାରନ୍ତି। ନିର୍ଭୀକ ଭାବେ କାର୍ଯ୍ୟ କରି ପ୍ରଶଂସାର ପାତ୍ର ହେବେ।
ମୀନ: ଯୋଗାଯୋଗରେ ସଫଳତା ମିଳିବ। କୌଣସି କାରଣରୁ ଭୟଭୀତ ହେଲେ ବି ସାହସ ସଞ୍ଚୟ କରି ପରିସ୍ଥିତିର ମୁକାବିଲା କରିବେ। ସ୍ୱାସ୍ଥ୍ୟ ଭଲ ରହିବ। ଶତ୍ରୁହନ୍ତା ହେବେ। ଚକ୍ଷୁ ପୀଡ଼ା ଅନୁଭବ କରିପାରନ୍ତି। ନୂତନ ଦାୟିତ୍ୱ ମିଳିବ।

Leave A Reply