ବୁଧବାର ରାଶିଫଳ

0

ମେଷ: ବ୍ୟବସାୟ ଲାଭଜନକ ହେବ। ମନ ବ୍ୟସ୍ତ ରହିଲେ ବି ମଧ୍ୟମ ଧରଣର ଶୁଭଫଳ ମିଳିବ। କୌଣସି ବ୍ୟକ୍ତିଙ୍କ ସହିତ ହଠାତ୍‍ ବିବାଦୀୟ ପରିସ୍ଥିତି ଉପୁଜିପାରେ। ପ୍ରଦୂଷଣମୁକ୍ତ ଗୃହରେ ଆସୀନ ହେବେ।
ବୃଷ: କାର୍ଯ୍ୟରେ ସଫଳତା ଲାଭ କରିବେ। ପ୍ରତ୍ୟେକ କାର୍ଯ୍ୟରେ ଓ କ୍ଷେତ୍ରରେ ନିଜର ପାରଦର୍ଶିତା ପ୍ରତିପାଦନ କରିପାରନ୍ତି। ବନ୍ଧୁଙ୍କ ଠାରୁ ସହଯୋଗ ଓ ଆତ୍ମୀୟଙ୍କ ଠାରୁ ସହଯୋଗ ମିଳିବ। ପ୍ରତିଯୋଗିତାରେ ବିଜୟୀ ହେବେ।
ମିଥୁନ: ଉନ୍ନତି ମାର୍ଗରେ ଆଗକୁ ବଢ଼ିବେ। ପାରିବାରିକ ସୁଖ, ଶାନ୍ତି ମିଳିବ। ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି। କୀର୍ତ୍ତିମାନ ହେବେ। ଚଞ୍ଚଳମନା ହେବେ। ଅତି ସୁଖୀ ହୋଇପାରନ୍ତି। ନୀତିନିଷ୍ଠ ଓ ଦାନୀ ହେବେ।
କର୍କଟ: ପୈତୃକ ସମ୍ପତ୍ତିକୁ ନେଇ ଉପୁଜି ଥିବା ବିବାଦର ଆଶୁ ସମାଧାନ ହେବ। ଆୟ ବୃଦ୍ଧି ହେଲେ ବି; ତାହା ମଧ୍ୟମ ଧରଣର। ଆପଣଙ୍କର ସୁଚିନ୍ତିତ ମତାମତ ଗ୍ରହଣ ଯୋଗ୍ୟ ହେବ। ଭୋଜନ ଓ ଶୟନ ସୁଖ ମିଳିବା ଆଶା କରାଯାଏ।
ସିଂହ: ବନ୍ଧୁ ମେଳରେ ଆନନ୍ଦ ଅନୁଭବ କରିପାରନ୍ତି। କାର୍ଯ୍ୟରେ ବାଧା, ବିଘ୍ନ ଉପୁଜି ପାରେ। ମୂଲଚାଲ ନକରି ଓ ବିବାଦୀୟ ବିତର୍କରେ ଭାଗ ନ ନେଇ ଅନ୍ୟ ମତ ଗ୍ରହଣ କଲେ ଲାଭବାନ ହୋଇପାରନ୍ତି।
କନ୍ୟା: ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ପାରନ୍ତି। ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିବେ। ଅର୍ଥ ଚିନ୍ତା ଦୂର ହେବ। କର୍ମ ଆନନ୍ଦଦାୟକ ହେବ। ସତ୍‍ସଙ୍ଗୀ ହୋଇପାରନ୍ତି। ବନ୍ଧୁ ସହଯୋଗ ପାଇ ବିଶେଷ ଲାଭବାନ ହେବେ। ସୁଖ ମିଳିବ।
ତୁଳା: ସୁଖ ସମ୍ମାନ ଲାଭ କରିପାରନ୍ତି। ପ୍ରତ୍ୟେକ କାର୍ଯ୍ୟ ଯେତେଦୂର ସମ୍ଭବ ଶୀଘ୍ର ଶେଷ କରିବା ପାଇଁ ଉଦ୍ୟମ ଜାରି ରଖିବେ। କର୍ମକ୍ଷେତ୍ରରେ ଆଶାଜନକ ଫଳ ପ୍ରାପ୍ତ ହେବେ। ସହକର୍ମୀଙ୍କୁ ସାହାଯ୍ୟ କରି ଆତ୍ମ ସନ୍ତୋଷ ଲାଭ କରିବେ।
ବିଛା: ଧନ ସଞ୍ଚୟ ପାଇଁ ମନ ବଳାଇ ପାରନ୍ତି। ପରୋପକାର କରି ନିଜକୁ ଧନ୍ୟ ମନେ କରିବେ। ଧର୍ମ-କର୍ମ ସମ୍ପାଦନ କରିପାରନ୍ତି। କର୍ତ୍ତବ୍ୟନିଷ୍ଠ ହୋଇପାରନ୍ତି। ଶତ୍ରୁ ନାଶ କରି ଆଶ୍ୱସ୍ତ ହେବେ। ଧନଲାଭ ସହିତ ଐଶ୍ୱର୍ଯ୍ୟପ୍ରାପ୍ତିର ସୂଚନା ମିଳୁଛି।
ଧନୁ: ବାହାର ସମସ୍ୟାକୁ ନେଇ ଚିନ୍ତିତ ହୋଇପାରନ୍ତି। ଶାରୀରିକ କ୍ଲେଶ ଅନୁଭବ କରିପାରନ୍ତି। ଧୈର୍ଯ୍ୟହରା ନହୋଇ ପରିସ୍ଥିତିର ମୁକାବିଲା କରିବେ। କାହାରି କଥାରେ ପ୍ରଭାବିତ ନ ହେବା ଭଲ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କ ରହିବେ।
ମକର: ବିଚାର ବିଭ୍ରାଟ ଘଟିବା ପୂର୍ବରୁ ପରମ୍ପରା ପ୍ରତି ବିଜ୍ଞ ଲୋକଙ୍କ ପରାମର୍ଶ ଗ୍ରହଣ କରନ୍ତୁ। ସୁଖ-ସନ୍ତୋଷ ଲାଭ କରିବେ। ମନରେ ଉତ୍ସାହ ବୃଦ୍ଧି ପାଇବ। ଶାନ୍ତି-ସନ୍ତୋଷ ମିଳିବ। ସର୍ବ କୁଶଳ ଆଶା କରାଯାଏ। ସଦ୍‍ବ୍ୟୟୀ ହେବେ।
କୁମ୍ଭ: ଦାୟିତ୍ୱ ବହନ କରୁଥିବା କାର୍ଯ୍ୟର ସଫଳ ରୂପାୟନ କରିବେ। କଳ୍ପନା ବିଳାସୀ ହୋଇପାରନ୍ତି। ମନରେ ସରସତା ଦେଖା ଦେବ। ପାରିବାରିକ ସୁଖ ଅବ୍ୟାହତ ରହିବ। କର୍ମକ୍ଷେତ୍ରରେ ତତ୍ପରତା ପ୍ରକାଶ ପାଇବ। ମହାଧନ ପ୍ରାପ୍ତ ହେବେ।
ମୀନ: ଅତୀତ କାର୍ଯ୍ୟରେ ଉପୁଜି ଥିବା ସମସ୍ୟାର ସୁସମାଧାନ ହେବ। ସୁଖ-ସନ୍ତୋଷ ଲାଭ କରିପାରନ୍ତି। କାର୍ଯ୍ୟ ସିଦ୍ଧି ହେବ; ମାତ୍ର ବିଳମ୍ବିତ ହୋଇପାରେ। କର୍ମକ୍ଷେତ୍ରରେ ପାରଦର୍ଶିତା ଲାଭ କରିବେ। ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରିବାରେ ମାର୍ଗ ଉନ୍ମମୁକ୍ତ ହେବ।

Leave A Reply