ରବିବାର ରାଶିଫଳ

ମେଷ:ଭୁଲ ସିଦ୍ଧାନ୍ତ ନେଇ ଖର୍ଚ୍ଚାନ୍ତ ହୋଇପାରନ୍ତି। ଅଯଥା ବିତର୍କରେ ଭାଗ ନ ନେଇ ନିରବତା ସବୁଠୁଁ ଭଲ। ଧର୍ମ କ୍ରିୟାରତ ହେବେ। ମନୋଜ୍ଞ ହୋଇପାରନ୍ତି। ଦେବଦ୍ବିଜ ପରାୟଣ ହେବାର ସୂଚନା ମିଳୁଛି।

ବୃଷ: ବୁଝି ବିଚାରି କାର୍ଯ୍ୟ କରିବେ। ଦିନଯାକ ଖର୍ଚ୍ଚାନ୍ତ ହେଉ ଥିବା ବେଳେ ସନ୍ଧ୍ୟାରୁ ଲାଭଜନକ କାର୍ଯ୍ୟରେ ନିୟୋଜିତ ହେବେ। ଶୁଭଖବର ପାଇ ଉତ୍‌ଫୁଲ୍ଲିତ ହୋଇପାରନ୍ତି। ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି।

ମିଥୁନ: ମହିଳାମାନେ ସ୍ବାମୀଙ୍କ ସହଯୋଗ ପାଇବେ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି। କର୍ମକ୍ଷେତ୍ରରେ ସଫଳତା ମିଳିବ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ବିବାଦରେ ବିଜୟୀ ହେବେ। ଶୁଭକର୍ମ କରଣୀୟ।

କର୍କଟ: କାର୍ଯ୍ୟ ଉତ୍ସାହଜନକ ହେବ। ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିବ। କ୍ଷମତାର ଅଭିବୃଦ୍ଧି ଘଟିବ। ବିବାଦୀୟ ଘଟଣାରେ ବିଜୟ ଲାଭ କରିବେ। ଭକ୍ତିଗାଥାରେ ନିଜକୁ ହଜାଇ ଦେଇପାରନ୍ତି। ମଉଜ-ମଜଲିସ୍‌ରେ ସମୟ ବିତିବ।

ସିଂହ: ଯୋଜନାରେ ପରିବର୍ତ୍ତନ ଘଟାଇ ପାରନ୍ତି। ଚିନ୍ତାଗ୍ରସ୍ତ ହେବେ। ଅର୍ଥ ଟାଣ-ଟୁଣ ରହିବ। ଜିତେନ୍ଦ୍ରିୟ ହେବେ। ଅଷ୍ଟମ ଚନ୍ଦ୍ର ଭୋଗ ଯୋଗୁଁ ସନ୍ଧ୍ୟା ପର୍ଯ୍ୟନ୍ତ ସତର୍କରେ ଚଳିବାକୁ ପଡ଼ିବ। ପରାକ୍ରମୀ ହୋଇପାରନ୍ତି। କୀର୍ତ୍ତିମାନ୍‌ ଓ ଜନବଲ୍ଲଭ ହେବେ।

କନ୍ୟା: ଭବିଷ୍ୟତ ପାଇଁ ଆଶା, ଭରସା କରି ଅର୍ଥ ବିନିଯୋଗ କରିପାରନ୍ତି। ଆମୋଦ-ପ୍ରମୋଦରେ ଦିନ ବିତାଇ ପାରନ୍ତି। ସୁଖକର ଘଟଣାମାନ ଘଟିବ। କର୍ମକ୍ଷେତ୍ରରେ ସଫଳତା ମିଳିବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ଅଛି। ସୁସ୍ବାଦୁ ଭୋଜନ ମିଳିବ।

ତୁଳା: ଶତ୍ରୁ ଉପରେ ନଜର ପକାଇ ଉତ୍ତେଜିତ ହୋଇପାରନ୍ତି। ଆଶାବାଦୀ ହେବେ। ଶତ୍ରୁ ବିନାଶ କରି ମାନସିକ ଶାନ୍ତି ଫେରି ପାଇବେ। ଶୁଭଖବର ପାଇ ଖୁସି ହେବେ। ଶୁଭକାର୍ଯ୍ୟ ପାଇଁ ବାତାବରଣ ନିର୍ମଳ ଅଛି। ଋଣ ପରିଶୋଧ କରିବେ।

ବିଛା: ହଠାତ୍‌ ଏକ ଜରୁରୀ ଖବର ପାଇ ଶାନ୍ତି ଅନୁଭବ କରିବେ। ପରାମର୍ଶ ନେଇ କାର୍ଯ୍ୟ କଲେ ତାହା ଶୁଭଦାୟକ ହେବ। ଅଧ୍ୟୟନରତ ହୋଇପାରନ୍ତି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଶୁଭ କାର୍ଯ୍ୟରେ ଯୋଗ ଦେବେ। ପାରିବାରିକ ସୁଖ ପାଇବେ।

ଧନୁ: ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ। ବହୁ ପରିଶ୍ରମ କରିପାରନ୍ତି; ମାତ୍ର ତା’ର ମୂଲ୍ୟ ମିଳିବ। ପିଚକ୍ଷଣ ହେବେ। ସର୍ବଜନାନୁରକ୍ତ ହେବେ। ବାଣିଜ୍ୟ କାରବାର ଲାଭଜନକ ହେବ।

ମକର: ନଷ୍ଟଦ୍ରବ୍ୟର ସନ୍ଧାନ ପାଇ ଖୁସି ହେବେ। ଆର୍ଥିକ କ୍ଷେତ୍ର ସ୍ବଚ୍ଛଳ ରହିବ। ଶୁଭକାର୍ଯ୍ୟ ପାଇଁ ମାର୍ଗ ଉନ୍ମୁକ୍ତ ରହିଛି। ଦେବ ଦର୍ଶନର ସୌଭାଗ୍ୟ ଅଛି। ଅଶାନ୍ତିର ଉପଶମ ହେବ। ସରକାରୀ ସ୍ତରରୁ ଲାଭବାନ୍‌ ହେବାର ସୁଯୋଗ ସୃଷ୍ଟି ହୋଇଛି।

କୁମ୍ଭ: ଆୟ ତୁଳନାରେ ବ୍ୟୟ ଅଧିକ ହୋଇପାରେ। ଆପଣଙ୍କ ଶ୍ରମର ମୂଲ୍ୟାଙ୍କନ ହେବ। ଧନାଗମ ହେବ। ପ୍ରଣତ ଜନଙ୍କ ନିକଟରେ ବିନୟୀ ହେବେ। କାର୍ଯ୍ୟ ଉତ୍ସାହପ୍ରଦ ହେବ। ସୌଭାଗ୍ୟଯୁକ୍ତ ଓ ସମ୍ମାନଯୁକ୍ତ ହେବେ। ଧ୍ୟାନ ପୂଜା ନିରତ ହେବେ।

ମୀନ: ଆର୍ଥିକ ଅନିୟମିତତା ଦୂରୀଭୂତ ହେବ। ରୋଜଗାର ଆଶାନୁରୂପ ହେବ। ପ୍ରଭାବଶାଳୀ ହେବେ। ଉତ୍ତମ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି। ସ୍ବାସ୍ଥ୍ୟ ଅତୁଟ ରହିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଚିନ୍ତାଧାରା ଉନ୍ନତମାନର ହେବ।

Comments are closed.