ଶନିବାର ରାଶିଫଳ

ମେଷ: ବିପଦମୁକ୍ତ ହୋଇପାରନ୍ତି। ଗତିରୋଧର ସମ୍ମୁଖୀନ ହେବେ। ବାଦାନୁବାଦରେ ଲିପ୍ତ ହୋଇପାରନ୍ତି। ଖର୍ଚ୍ଚାନ୍ତ ହେବେ। ଉପଯୁକ୍ତ ପରାମର୍ଶଦାତା ହେବେ। ସୁକୃତି ସମ୍ପନ୍ନ ହୋଇପାରନ୍ତି। ବ୍ରତକର୍ତ୍ତା ବ୍ରହ୍ମ ଉପାସକ ହେବେ।

ବୃଷ: ମାନସିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ନାନାବିଧ ସମ୍ମାନର ଅଧିକାରୀ ହେବେ। ଯାନବାହନ ସୁଖ ମିଳିବ। କୀର୍ତ୍ତିମାନ୍‍ ଓ ଗୁଣଜ୍ଞ ହୋଇପାରନ୍ତି। ମନ ପ୍ରସନ୍ନ ରହିବ।

ମିଥୁନ: ଚାକିରି କ୍ଷେତ୍ରରେ ପଦୋନ୍ନତି ପାଇବାର ସୁଯୋଗ ଅଛି। କାର୍ଯ୍ୟରେ ସଫଳତା ଲାଭ କରିବେ। ସୁଖୀ ହେବେ। ସମ୍ମାନିତ ହେବେ। ଧନଲାଭର ସୂଚନା ମିଳୁଛି। ସୁଖ ସନ୍ତୋଷ ଲାଭ କରିପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। ସ୍ଥିତି ଅନୁକୂଳ ରହିବ।

କର୍କଟ: ପ୍ରେରଣା ପାଇ ମହତ୍‍ କାର୍ଯ୍ୟ କରିବେ। ଦାନ-ଧର୍ମକୁ ଶ୍ରେୟ ମଣିବେ। ହସ-ଖୁସିରେ ଦିନଟି ଅତିବାହିତ ହେବ। ଶାନ୍ତି-ସନ୍ତୋଷ ମିଳିବ। ଚିନ୍ତାଧାରା ଉନ୍ନତମାନର ହେବ। ପ୍ରୀତିଭୋଜନ ମିଳିବ। ଦେବ ଦର୍ଶନ ଓ ପୂଜାର୍ଚ୍ଚନାରେ ଲିପ୍ତ ହେବେ।

ସିଂହ: ନିଜ କାର୍ଯ୍ୟରେ ବ୍ୟସ୍ତ ରହିପାରନ୍ତି। ପରିଶ୍ରମ ବୃଥା ହୋଇପାରେ। ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି। ଧନ-ଧାନ୍ୟରେ ଭଣ୍ଡାର ପରିପୂର୍ଣ୍ଣ ହୋଇପାରେ। ପ୍ରିୟଭାଷୀ ହେବେ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ।

କନ୍ୟା: ପ୍ରିୟଜନଙ୍କ ଗହଣରେ କାର୍ଯ୍ୟ ବ୍ୟସ୍ତ ରହିପାରନ୍ତି। ଶାନ୍ତି-ସନ୍ତୋଷ ମିଳିବ। ସ୍ୱାସ୍ଥ୍ୟ ଭଲ ରହିବ। ପାରିବାରିକ ସୁଖ ମିଳିବ। ସ୍ୱାସ୍ଥ୍ୟ ଭଲ ରହିବ। ପାରିବାରିକ ସୁଖ ମିଳିବ। ଅର୍ଥ ପ୍ରାପ୍ତିର ସୁଯୋଗ ଅଛି। ବ୍ୟବସାୟ ଲାଭଜନକ ହେବ। ଧୈର୍ଯ୍ୟବାନ୍‍ ହୋଇପାରନ୍ତି। ପତ୍ନୀ ପରାମର୍ଶଦାତା ହେବେ।

ତୁଳା: ବ୍ୟବହାର କୁଶଳତା ଆପଣଙ୍କୁ ମହାନ୍‍ କରିପାରେ। ମାନ୍ୟତା ପ୍ରାପ୍ତ ହେବେ। ମନ ପ୍ରସନ୍ନ ରହିବ। କର୍ମତତ୍ପରତା ପ୍ରକାଶ ପାଇବ। ପରଧନରେ ଧନୀ ହୋଇପାରନ୍ତି। ଯୁବତୀ ମନୋରଞ୍ଜନକାରୀ ହେବେ। ରସିକ ଓ ବାଚାଳ ହେବେ।

ବିଛା: ଉପୁଜି ଥିବା ସମସ୍ତ ଅସୁବିଧାର ଅବସାନ ଘଟିବ। ଚିନ୍ତାମୁକ୍ତ ହୋଇପାରନ୍ତି। ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। ହର୍ଷ ଉଲ୍ଲାସ ମଧ୍ୟରେ ଦିନଟି ଅତିବାହିତ କରିପାରନ୍ତି। ଦାନ ଦେଇ ପୁଣ୍ୟ ଅର୍ଜନ କରିବେ। ନୀତିନିଷ୍ଠ ହେବେ।

ଧନୁ: ବିଭିନ୍ନ କାରଣରୁ ବ୍ୟଥିତ ହୋଇପାରନ୍ତି। କୃତକର୍ମ ପାଇଁ ମନରେ ଗର୍ବଭାବ ଆସିପାରେ। ଘାତଚନ୍ଦ୍ର ଯୋଗୁଁ ସତର୍କରେ ଚଳିବାକୁ ପଡ଼ିବ। ଉପଯୁକ୍ତ କର୍ମାନୁରକ୍ତ ହେବେ। ସୁଯଶଯୁକ୍ତ ହୋଇପାରନ୍ତି। ସରକାରୀ ଧନପ୍ରାପ୍ତ ହୋଇପାରନ୍ତି।

ମକର: କାର୍ଯ୍ୟ ବିଳମ୍ବିତ ହୋଇପାରେ। ମନୋବଳ ଦୃଢ଼ ରହିବ। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ଉପକାରୀ ବ୍ୟକ୍ତିଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିବେ। କାର୍ଯ୍ୟର ସଫଳ ରୂପାୟନ କରି ଆତ୍ମ ସନ୍ତୋଷ ଲାଭ କରିବେ। ପାରିବାରିକ ସୁଖ ମିଳିବ।

କୁମ୍ଭ: ଆପଣଙ୍କୁ ଅନେକ କ୍ଷେତ୍ରରେ ସଫଳତା ମିଳିବ। ଆଶାବାଦୀ ହୋଇପାରନ୍ତି। ବିଦ୍ୟାବାନ୍‍, ଗୁଣୀ ଓ ଚତୁର ହେବେ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଧନାଗମ ହେବାର ସୂଚନା ମିଳୁଛି। ସାଧନା ଫଳପ୍ରସୂ ହେବ।

ମୀନ: ପୈତୃକ ସମ୍ପତ୍ତିରୁ ଲାଭବାନ୍‍ ହେବେ। ସୁଖ-ସମ୍ମାନ ଲାଭ କରିବେ। ଅନ୍ୟର ମଙ୍ଗଳ-କାମନା କରି ନିଜେ ଉପକୃତ ହେବେ। ପ୍ରମୋଦ ବିଳାସ କରିପାରନ୍ତି। ସୁସ୍ୱାଦୁ ଭୋଜରେ ଆପ୍ୟାୟିତ ହେବେ। କର୍ତ୍ତବ୍ୟ ପରାୟଣ ହେବେ। ସୁସ୍ଥ ରହିବେ।

Comments are closed.