ଶୁକ୍ରବାର ରାଶିଫଳ

ମେଷ: ଆକସ୍ମିକଭାବେ ଧନପ୍ରାପ୍ତ ହେବେ। ବ୍ୟୟ ବୃଦ୍ଧିର ସମ୍ଭାବନା ଅଛି। ଚଞ୍ଚଳ ସ୍ବଭାବର ହେବେ। ଥଣ୍ଡା-କଫରେ ସାମାନ୍ୟ ପୀଡ଼ା ଉପୁଜି ପାରେ। ସୁଭାଷୀ ଓ ସୁବକ୍ତା ହୋଇପାରନ୍ତି। ରାଜଯୋଗ ପ୍ରାପ୍ତ ହେବେ।

ବୃଷ: ପଦୋନ୍ନତି ପାଇବା ପାଇଁ ବିଶେଷ ପଦକ୍ଷେପ ନେଇ ପାରନ୍ତି। ଆୟ ବୃଦ୍ଧିର ସମ୍ଭାବନା ଅଛି। ସୁସ୍ଥ ଓ ନିରାମୟ ରହିବେ। ଯଶସ୍ବୀ ହେବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। ଚଞ୍ଚଳ ପ୍ରକୃତିର ହେବେ। ସରକାରୀ କୃପା ମିଳିବ।

ମିଥୁନ: ଦୁଃସାହସିକ ପଦକ୍ଷେପ ନେଇ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ କରିପାରନ୍ତି। କୁଳ ଉଳକାରୀ ହେବେ। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଯଶସ୍ବୀ ହେବେ।

କର୍କଟ: ଚେଷ୍ଟାକରି ଜଞ୍ଜାଳ ଏଡ଼ାଇପାରନ୍ତି। ପରୋପକାରୀ ହେବେ। ଭାଗ୍ୟଶାଳୀ ହେବେ। ଭୋଗ-ବିଳାସ କରିପାରନ୍ତି। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ। ଧର୍ମାତ୍ମା, ପ୍ରବାସପ୍ରିୟ, ବିଦ୍ବାନ୍‌, ସାହସୀ ଓ ସମ୍ପତ୍ତିବାନ୍‌ ହେବେ।

ସିଂହ: ସମସ୍ୟା ବଢ଼ିବାକୁ ଲାଗିବ। ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି। ସ୍ବାଭିମାନୀ ହେବେ। ସର୍ଦି-କଫରେ ପୀଡିତ ହୋଇପାରନ୍ତି। ସହଯୋଗୀ ବ୍ୟବସାୟ ଲାଭଜନକ ହେବ। ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କ ରହିବେ।

କନ୍ୟା: ଅଭାବ ଦୂରେଇ ଯିବ। ବିଭିନ୍ନ ଦିଗରୁ ସହଯୋଗ ମିଳିବ। ବ୍ୟବସାୟ ଲାଭଜନକ ହେବ। ସମାଜ ସେବୀ ହେବେ। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହୋଇପାରନ୍ତି। ପତ୍ନୀଙ୍କ ପରାମର୍ଶ ଗ୍ରହଣ ଯୋଗ୍ୟ ହେବ। ପତ୍ନୀ ସୁଶୀଳା, ମନୋରମା ବ୍ୟକ୍ତିବିଶେଷ ହେବେ।

ତୁଳା: ଦୁଃଖପୂର୍ଣ୍ଣ ବାର୍ତ୍ତା ମିଳିପାରେ। ଶତ୍ରୁ ଉପରେ ନିଜର ରଖିବେ। ଭାଇମାନଙ୍କ ପ୍ରତି ସ୍ନେହଭାବ ରହିବ। ସୁସ୍ଥ ଓ ନିରାମୟ ରହିବେ। ବଳିଷ୍ଠ ହେବେ। ଶତ୍ରୁହନ୍ତା ହୋଇପାରନ୍ତି। ଚାକିରି କ୍ଷେତ୍ରରେ ଉଚ୍ଚକର୍ତ୍ତୃପକ୍ଷଙ୍କ ପ୍ରିୟପାତ୍ର ହେବେ।

ବିଛା: କାର୍ଯ୍ୟ ବ୍ୟସ୍ତ ରହିପାରନ୍ତି। ସମ୍ମାନକୁ ଜଗି ଚଳିଲେ ସମସ୍ତଙ୍କର ପ୍ରିୟପାତ୍ର ହେବେ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ଆକସ୍ମିକ ଭାବେ ଧନଲାଭର ସୂଚନା ମିଳୁଛି। ବ୍ୟବସାୟରେ ପ୍ରଚୁର ଧନଲାଭ ହେବ। ସୁଖ ମିଳିବ।

ଧନୁ: ଯାହା ଭାବୁଛନ୍ତି ଅପେକ୍ଷା ନ କରି ତୁରନ୍ତ କାର୍ଯ୍ୟ କଲେ ସଫଳତା ମିଳିବ। ମନୋବଳ ଦୃଢ଼ ରହିବ। ଉଦାର ସ୍ୱଭାବର ହୋଇପାରନ୍ତି। ଦାନ-ଧର୍ମକୁ ଆଦରି ନେବେ। ବ୍ୟକ୍ତିତ୍ୱ ବିକଶିତ ହେବ। ସ୍ୱାସ୍ଥ୍ୟ ଭଲ ରହିବ। କୃଷିକର୍ମକାରୀ ହେବେ। ବୁଦ୍ଧିମାନ ହେବେ।
ମକର: ପରର ଉପକାର କରିବାକୁ ଯାଇ ନିନ୍ଦିତ ହୋଇପାରନ୍ତି। କାର୍ଯ୍ୟରେ ସଫଳତା ଲାଭ କରିବେ। ମନ ପ୍ରସନ୍ନ ରହିବ। ଆସ୍ତିକ ପ୍ରବୃତ୍ତିର ହୋଇପାରନ୍ତି। ମଧୁରଭାଷୀ ହେବେ। ଥଣ୍ଡା-କଫଜନିତ ପୀଡ଼ା ଉପୁଜି ପାରେ।

କୁମ୍ଭ: ବ୍ୟବସାୟରେ ଲାଭବାନ୍‍ ହେବେ। ଭାଗ୍ୟଶାଳୀ ହୋଇପାରନ୍ତି। ଶୋଭନ ବ୍ୟକ୍ତିତ୍ୱର ନିଦର୍ଶନ ହେବେ। ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଉଦାର ବିଦ୍ୟାପ୍ରେମୀ ହୋଇପାରନ୍ତି। ମିତ୍ର ସୁଖ ମିଳିବ। ବିଭିନ୍ନ ଦିଗରୁ ଧନାଗମ ହେବ।

ମୀନ: ଆପଣଙ୍କୁ ଆବଶ୍ୟକ ସହଯୋଗ ମିଳିପାରେ। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି। ରଣାଙ୍ଗନରେ ବୀରତ୍ୱ ପ୍ରଦର୍ଶନ କରିବେ। ମୋକଦ୍ଦମାରେ ବିଜୟୀ ହେବେ। ଧନଲାଭ ହେବ।

Comments are closed.