ରବିବାର ରାଶିଫଳ

ମେଷ: ଉଚ୍ଚ ଆଶା ଫଳବତୀ ହେବ। ଯାନବାହନ ସୁଖ ମିଳିବ। ଭୋଗ-ବିଳାସ କରିପାରନ୍ତି। ପ୍ରଭାବଶାଳୀ ହେବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। ପତ୍ନୀପରାୟଣ ହେବେ। ଅର୍ଥ ମିଳିବ। ପଡ଼ୋଶୀଙ୍କ ବ୍ୟବହାର କଷ୍ଟଦାୟକ ହେବ।

ବୃଷ: କାର୍ଯ୍ୟରେ ସଫଳତା ପାଇବାକୁ ହେଲେ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ। ସାମାନ୍ୟ ମାତ୍ରାର ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି। ଯୁଗ୍ମ ବ୍ୟବସାୟରୁ କିଛିଟା ଲାଭ ମିଳିପାରେ। ସ୍ବାଭିମାନୀ ହେବେ। ସତର୍କତାର ଦନ ଆଜି।

ମିଥୁନ: ବନ୍ଧୁ ମିଳନ ଘଟିବାର ସୁଯୋଗ ସୃଷ୍ଟି ହୋଇଛି। ଯେକୌଣସି ସୂତ୍ରରୁ ଅର୍ଥ ମିଳିବ। ବିଭିନ୍ନ ସ୍ତରରେ ସମ୍ମାନିତ ହୋଇପାରନ୍ତି। ନ୍ୟସ୍ତ ରହିଥିବା କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସା ଲାଭ କରିବେ। ପତ୍ନୀଙ୍କ ପରାମର୍ଶ ସୁଖଦାୟକ ହେବ।

କର୍କଟ: ଅର୍ଥପ୍ରାପ୍ତିର ସୂଚନା ମିଳୁଛି। ମୂଲ୍ୟବାନ ଦ୍ରବ୍ୟ ପାଇବେ। ବନ୍ଧୁ ସୁଖ ମିଳିପାରେ। କର୍ମତତ୍ପରତା ପ୍ରକାଶ ପାଇବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ଅଛି। ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ। ଶତ୍ରୁ ବିନାଶ କରି ଆଶ୍ବସ୍ତ ହେବେ।

ସିଂହ: ବିଭିନ୍ନ ସ୍ତରରୁ ଆର୍ଥିକ ସହାୟତା ମିଳିବ। ସର୍ବାଙ୍ଗୀନ ଉନ୍ନତି ଆଶାକରାଯାଏ। କନ୍ୟା, ପୁତ୍ର, ପୌତ୍ର, ପ୍ରପୌତ୍ରାଦି ଲାଭ କରିପାରନ୍ତି। ବ୍ୟବସାୟରୁ ପ୍ରଚୁର ଲାଭ ମିଳିବ। ସରକାରୀ ଅର୍ଥ ପ୍ରାପ୍ତ ହେବେ। ବିଜୟୀ ହେବେ। ମାନସିକ ଅଶାନ୍ତି ଦୂର ହେବ।

କନ୍ୟା: ବାଦ-ବିବାଦରେ ବିଜୟୀ ହେବେ। ପ୍ରଭୂତ ବିତ୍ତର ଅଧିକାରୀ ହୋଇପାରନ୍ତି। ଧାର୍ମିକ ପ୍ରବର ହେବେ। ସନ୍‌ମାର୍ଗୀ ହେବା ଆଶାକରାଯାଏ। ବ୍ରହ୍ମ ଉପାସକ ହୋଇପାରନ୍ତି। ଯାନବାହନ ସୁଖ ମିଳିପାରେ। ଅଗ୍ନିମାନ୍ଦ୍ୟ ଜନିତ ପୀଡ଼ା ଭୋଗିବେ।

ତୁଳା: ଗୁରୁତ୍ୱପୂର୍ଣ୍ଣ କଷ୍ଟସାଧ୍ୟ କାର୍ଯ୍ୟରେ ନିଜର ଦକ୍ଷତା ପ୍ରତିପାଦନ କରିବେ। ଶ୍ରେଷ୍ଠ ସମ୍ମାନରେ ସମ୍ମାନିତ ହେବେ। ଶାସ୍ତ୍ରଜ୍ଞ ହେବା ଆଶାକରାଯାଏ। ଧନ-ଧାନ୍ୟରେ ପରିପୂର୍ଣ୍ଣତା ଆସିପାରେ। ସତ୍‍ପଥଗାମୀ ହେବେ। ଘାତଚନ୍ଦ୍ର ଯୋଗୁଁ ସତର୍କ ରହିବେ।

ବିଛା: କାର୍ଯ୍ୟରେ ସଫଳତା ମିଳିବ; ମାତ୍ର ବିଳମ୍ବ ହୋଇପାରେ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ଧନାଗମ ହେବାର ସୂଚନା ମିଳୁଛି। ସମୃଦ୍ଧିର ମୂଳଦୁଆ ପଡ଼ିବ। କାର୍ଯ୍ୟକ୍ଷେତ୍ରରେ ଆଗକୁ ବଢ଼ିବେ। ଚଞ୍ଚଳ ମନା ହୋଇପାରନ୍ତି।

ଧନୁ: ପଡୋଶୀ ଓ ସହକର୍ମୀମାନଙ୍କ ସହଯୋଗ ମିଳିପାରେ। ସୁଖ-ସମ୍ମାନ ଲାଭ କରିପାରନ୍ତି। ପାରିବାରିକ ଶାନ୍ତି ଅବ୍ୟାହତ ରହିବ। ସାଧନାରେ ସିଦ୍ଧି ଲାଭ କରିବେ। ପ୍ରୀତି ଭୋଜନରେ ଆପ୍ୟାୟିତ ହେବେ। ଭଲ ରୋଜଗାର ହେବ। ସୁସ୍ଥ ରହିବେ।

ମକର: କାର୍ଯ୍ୟରେ ବାଧା ଉପୁଜିପାରେ। ସତ୍‍କାର୍ଯ୍ୟରେ ଅଧିକ ବ୍ୟୟ କରିପାରନ୍ତି। କୌଣସି କାରଣରୁ କ୍ରୋଧିତ ହେବେ। ମଧୁର କଥା କହି ପରକୁ ଆପଣାର କରିପାରନ୍ତି। ଭ୍ରାତୃଭାବ ଅତୁଟ ରହିବ। ଚଞ୍ଚଳ ଚେଷ୍ଟିତ ହେବେ। କୌଶଳରେ କାର୍ଯ୍ୟ ହାସଲ କରିବେ।

କୁମ୍ଭ: ବିଶାଳ ଯଶର ଅଧିକାରୀ ହେବେ। ସୁଖ ମିଳିବ। ଅକୁଣ୍ଠିତ ଚିତ୍ତରେ ଦାନଦେଇ ପାରନ୍ତି। ଶତ୍ରୁ ଉପରେ ବିଜୟ ହାସଲ କରିବେ। ନାନା ବିଭବରେ ମଣ୍ଡିତ ହୋଇପାରନ୍ତି। ସ୍ୱାଭିମାନୀ ହେବେ। ବହୁ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ। ପୁଣ୍ୟବାନ୍‍ ହେବେ।

ମୀନ: ସୁଖ-ସମ୍ମାନ ଲାଭ କରିପାରନ୍ତି। ବୁଦ୍ଧି ଚାଳନା କରି କାର୍ଯ୍ୟ ହାସଲ କରିବେ। ବିଜୟୀ ହେବେ। ବହୁ ମିତ୍ରଙ୍କ ସାନ୍ନିଧ୍ୟ ପାଇ ଖୁସି ହେବେ। ପ୍ରଥିତ ପ୍ରତାପୀ ହୋଇପାରନ୍ତି। ଦୃଢ଼ ପୌରୁଷ ପଣିଆର ହେବେ। ଗୁରୁ, ଗୁରୁଜନଙ୍କ ପ୍ରତି ଅନୁରକ୍ତ ହେବେ।

Comments are closed.