ଶନିବାର ରାଶିଫଳ

ମେଷ: ଆର୍ଥିକ ଉନ୍ନତି ପାଇଁ ଉଦ୍ୟମ ଜାରି ରଖିବେ। ସେବା-ପୂଜା ପ୍ରତି ମନ ବଳାଇପାରନ୍ତି। ଭାଗ୍ୟଶାଳୀ ହେବେ। ଭୋଗ-ବିଳାସରେ ଦିନ ବିତାଇ ପାରନ୍ତି। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ। ବିଦ୍ବାନ୍‌, ସାହସୀ ଓ ସମ୍ପତ୍ତିବାନ୍‌ ହେବେ।

ବୃଷ: ଷଡ଼ଯନ୍ତ୍ରର ଶିକାର ହୋଇପାରନ୍ତି। ସୁଖଭୋଗ କରିବା କଷ୍ଟସାଧ୍ୟ ହେବ। ଈର୍ଷାଳୁ ସ୍ବଭାବର ହୋଇପାରନ୍ତି। ସ୍ବାଭିମାନୀ ହେବେ। ଅଷ୍ଟମ ଚନ୍ଦ୍ର ଭୋଗ ହେଉ ଥିବାରୁ ସତର୍କତାର ସହ ଚଳିବାକୁ ପଡ଼ିବ। ଜଳଯାତ୍ରା ମନା।

ମିଥୁନ: ବିଭିନ୍ନ ସୂତ୍ରରୁ ଧନ ପ୍ରାପ୍ତିର ସୂଚନା ମିଳୁଛି। ବ୍ୟବସାୟ ଲାଭଜନକ ହେବ। ସାମାଜିକ କ୍ଷେତ୍ରରେ ସେବା ପ୍ରତି ଆକୃଷ୍ଟ ହେବେ। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହୋଇପାରନ୍ତି। ପତ୍ନୀଙ୍କ ପରାମର୍ଶ ଉପରେ ଗୁରୁତ୍ବ ଦେବେ। ବନ୍ଧୁ ସହାୟତା ମିଳିବ।

କର୍କଟ: ମନୋବଳ ଦୃଢ଼ ରହିବ। ଯଦିଓ ଶତ୍ରୁ ଭୟ ରହିଛି ତଥାପି କଳ-କୌଶଳ ପ୍ରୟୋଗ କରି ଶତ୍ରୁ ଦମନ କରିବେ। ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ। ଚାକିରି କ୍ଷେତ୍ରରେ ଉଚ୍ଚକର୍ତ୍ତୃପକ୍ଷଙ୍କ ଆସ୍ଥାଭାଜନ ହେବେ।

ସିଂହ: ଅତୀତର ତ୍ରୁଟିରେ ସୁଧାର ଆଣିବାରେ ସକ୍ଷମ ହେବେ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ଆକସ୍ମିକ ଧନଲାଭ ସୌଭାଗ୍ୟ ଅଛି। ତନ୍ତ୍ର-ମନ୍ତ୍ରାଦି ଗୁପ୍ତ ବିଦ୍ୟା ପ୍ରତି ଆଗ୍ରହୀ ହେବେ। ବ୍ୟବସାୟରୁ ପ୍ରଚୁର ଲାଭ ମିଳିବ। ଶିକ୍ଷିତା ପତ୍ନୀଙ୍କ ସହାୟତା ପାଇବେ।

କନ୍ୟା: ଚାହୁଁଥିବା ସାହାଯ୍ୟ ମିଳିବ। ଉଦାର ପ୍ରକୃତିର ହୋଇ ପାରନ୍ତି। ଦାନଶୀଳ ହେବେ। ଶୋଭନ ବ୍ୟକ୍ତିତ୍ବ ସମ୍ପନ୍ନ ହୋଇପାରନ୍ତି। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ। କୃଷିକ୍ଷେତକୁ ତ୍ବରାନ୍ବିତ କରିପାରନ୍ତି। ଜଳପ୍ରତି ଆଦର, ପ୍ରେମୀ ଓ ବୁଦ୍ଧିମାନ୍‌ ହେବେ।

ତୁଳା: ଏକ ନୂତନ କାର୍ଯ୍ୟ ପ୍ରତି ଆଗ୍ରହ ପ୍ରକାଶ କରିପାରନ୍ତି। ମନ ପ୍ରସନ୍ନ ରହିବ। ଆସ୍ତିକ ହୋଇପାରନ୍ତି। କଥାଶୈଳୀରେ ମାଧୁର୍ଯ୍ୟତା ରହିବ। ଥଣ୍ଡା-କଫଜନିତ ସାମାନ୍ୟ କ୍ଳେଶ ଭୋଗ କରିବେ। ପ୍ରେମୀ ଓ ସାହସୀ ହେବେ।

ବିଛା: କଳହରେ ଜଡ଼ିତ ନ ହୋଇ ମୁହଁ ଫେରାଇ ନେବା ସହିତ କ୍ରୋଧ ସମ୍ବରଣ ଆପଣଙ୍କ ପକ୍ଷେ ଅତି ଭଲ ହେବ। ଆଶାବାଦୀ ହେବେ। ଭାଗ୍ୟଶାଳୀ ହେବେ। ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ସ୍ବଭାବଯୁକ୍ତ ବିଦ୍ୟାପ୍ରେମୀ ହେବେ।

ଧନୁ: ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ରୋଜଗାର ଆଶାନୁରୂପ ହେବ। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି। ମାଲିମୋକଦ୍ଦମାରେ ବିଜୟୀ ହେବେ ଓ ଧନ ଲାଭ ହେବ। ଐଶ୍ବର୍ଯ୍ୟଯୁକ୍ତ ହୋଇପାରନ୍ତି। ବିଦ୍ବାନ୍‌ ଓ ଶାସ୍ତ୍ରଜ୍ଞ ହୋଇପାରନ୍ତି।

ମକର: କାର୍ଯ୍ୟରେ ସଫଳତା ଲାଭ କରିବେ। କେତେକ କ୍ଷେତ୍ରରେ କାର୍ଯ୍ୟ ବାଧାପ୍ରାପ୍ତ ହୋଇପାରେ। ଥଣ୍ଡା-କଫରେ ଆକ୍ରାନ୍ତ ହୋଇପାରନ୍ତି। ଚଞ୍ଚଳ ସ୍ବଭାବର ହେବେ। ମଧୁର କଥାରେ ଅନ୍ୟକୁ ବଶକରିପାରନ୍ତି। ଖର୍ଚ୍ଚାନ୍ତ ହେବେ।

କୁମ୍ଭ: ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ। ଯଶସ୍ବୀ ହେବେ। ଲୋକପ୍ରିୟତା ଅର୍ଜନ କରିବେ। ଚଞ୍ଚଳ ପ୍ରକୃତିର ହେବେ। ସରକାରୀ ସ୍ତରରେ ସମ୍ମାନିତ ହେବେ। ଗୃହ ସୁଖ ସହିତ ଯାନବାହନ ସୁଖ ମିଳିବ। ଘାତଚନ୍ଦ୍ର ଭୋଗ ହେତୁ ସତର୍କ ରହିବେ।

ମୀନ: କର୍ମକ୍ଷେତ୍ରରେ ପ୍ରଭାବ ବିସ୍ତାର କରିପାରନ୍ତି। ଆପଣଙ୍କ ଶ୍ରମ ସାର୍ଥକ ହେବ। କୁଳଦୀପକ ହୋଇପାରନ୍ତି। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ରହିବେ। ଦୟାଳୁ ସ୍ବଭାବର ହେବେ। ବ୍ୟବସାୟ ଲାଭଜନକ ହେବ। ଯଶସ୍ବୀ ହେବେ।

Comments are closed.