ରବିବାର ରାଶିଫଳ

0

ମେଷ: ବାଧା ଏଡ଼ାଇବାକୁ ଚେଷ୍ଟା କରି ସଫଳ ହେବେ। ଉଦାର ସ୍ୱଭାବର ହେବେ। ଦାନ ଧର୍ମକୁ ଅଗ୍ରାଧିକାର ଦେଇପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। କୃଷିକ୍ଷେତ୍ରକୁ ତ୍ୱରାନ୍ୱିତ କରିବେ। ଜଳ ପ୍ରତି ଆଦର ପ୍ରେମୀ ହେବେ।

ବୃଷ: ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାର ନିଷ୍ପତ୍ତି ନେବେ। ମନ ପ୍ରସନ୍ନ ରହିବ। ଆସ୍ତିକ ସ୍ୱଭାବର ହେବେ। କଥାର ଶୈଳୀରେ ସମସ୍ତଙ୍କ ମନ ନେଇ ପାରନ୍ତି। ମେଳାପୀ ପ୍ରକୃତିର ହେବେ। ପ୍ରେମୀ ଓ ସାହସୀ ହେବେ। ବନ୍ଧୁପ୍ରେମୀ ହେବେ।

ମିଥୁନ: ଆଶାବାଦୀ ହୋଇପାରନ୍ତି। ଭାଗ୍ୟଶାଳୀ ହେବେ। ବ୍ୟକ୍ତିତ୍ୱ ଉଚ୍ଚକୋଟୀର ହେବ। ପରଦେଶବାସୀ, ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହୋଇପାରନ୍ତି। ବ୍ୟବସାୟରୁ ଅଧିକ ଧନଲାଭ ହେବ।

କର୍କଟ: ବୃଥା କାର୍ଯ୍ୟରେ ସମୟ ଅତିବାହିତ ନ କରି ସୁଲଭ ଆୟ ପନ୍ଥା ଆଦରି ନେବେ। ଐଶ୍ୱର୍ଯ୍ୟଯୁକ୍ତ ହେବେ। ମାଲିମୋକଦ୍ଦମାର ରାୟ ଆପଣଙ୍କ ସପକ୍ଷରେ ଯିବ। ରୁଚିକର ଭୋଜନ ମିଳିବ। ନୂଆ ବନ୍ଧୁ ସାହାଯ୍ୟ କରିବେ।

ସିଂହ: ମୂଲ୍ୟବାନ ଦ୍ରବ୍ୟ ମିଳିପାରେ। ପଥରୋଧର ସମ୍ମୁଖୀନ ହୋଇପାରନ୍ତି। ଚଞ୍ଚଳ ସ୍ୱଭାବର ହେବେ। ଅଧିକ ବ୍ୟୟ କରି ମନସ୍ତାପ କରିପାରନ୍ତି। ଚକ୍ଷୁରେ ପୀଡ଼ା ଅନୁଭବ କରିବେ। ମନ ଭୁଲା କଥା କହି ଅନ୍ୟକୁ ବଶ କରିପାରନ୍ତି।

କନ୍ୟା: ଆୟ ଯଥେଷ୍ଟ ପରିମାଣର ହେବ। ଯଶସ୍ୱୀ ହେବେ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି। ଲୋକପ୍ରିୟତା ଅର୍ଜନ କରିବେ। ଚଞ୍ଚଳ ପ୍ରକୃତିର ହେବେ। ସରକାରୀ ସ୍ତରରେ ସମ୍ମାନିତ ହୋଇପାରନ୍ତି। ଗୃହ ଓ ଯାନବାହନ ସୁଖ ମିଳିବ।

ତୁଳା: କାର୍ଯ୍ୟକ୍ଷେତ୍ରରେ ସିଦ୍ଧି ଲାଭ କରିବେ। ପରିବାରର ସମ୍ମାନ ରକ୍ଷା କରିବାରେ ସକ୍ଷମ ହୋଇପାରନ୍ତି। ମନ ପ୍ରସନ୍ନ ରହିବ। ସୁ୍ସ୍ଥ ରହିବେ। ଦୟାଳୁ ସ୍ୱଭାବର ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଯଶ ଅର୍ଜନ କରି ଖୁସି ହେବେ।

ବିଛା: ଭ୍ରାତୃ ବିବାଦର ଅବସାନ ଘଟିବ। ଭାଗ୍ୟଶାଳୀ ହୋଇପାରନ୍ତି। ଦିନଟି ଭୋଗ ବିଳାସରେ ଅତିବାହିତ କରିବେ। ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିବେ। ଧର୍ମାତ୍ମା, ପ୍ରବାସପ୍ରିୟ ଓ ବିଦ୍ୱାନ ହୋଇପାରନ୍ତି। ସାହସୀ ଓ ସମ୍ପତ୍ତିବାନ ହେବେ।

ଧନୁ: ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ସ୍ୱାଭିମାନୀ ହେବେ। ସହଯୋଗୀ ବ୍ୟବସାୟରେ ଲାଭ ହୋଇପାରନ୍ତି। ଶୁଭକାର୍ଯ୍ୟକୁ ସ୍ଥଗିତ ରଖିପାରନ୍ତି। ବହୁବିଦ୍ୟାରେ ପାରଙ୍ଗମ ହୋଇ ସମାଜରେ ଖ୍ୟାତି ଅର୍ଜନ କରିବେ।

ମକର: ମହିଳା ଓ ବିଦ୍ୟାର୍ଥୀମାନେ ସଫଳତା ପାଇବେ। ବ୍ୟବସାୟରେ ପ୍ରଚୁର ଧନଲାଭ ହେବ। ସେବା ମନୋଭାବ ଗ୍ରହଣ କରିବେ। କୌଣସି ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ବନ୍ଧୁଙ୍କ ସହାୟତାରେ ହାସଲ କରି ଖୁସି ହୋଇପାରନ୍ତି। ପତ୍ନୀଙ୍କ ପରାମର୍ଶରେ ଚଳିବେ।

କୁମ୍ଭ: ଶକ୍ତିମାନ ହେବେ। ଶତ୍ରୁ ଦମନ କରି ମାନସିକ ଶାନ୍ତି ଫେରିପାଇବେ। ଭାଇମାନଙ୍କ ପ୍ରତି ସ୍ନେହଭାବ ରହିବ। ଶରୀର ସୁସ୍ଥ ରହିବ। ଦାତା, ଭୋକ୍ତା ଗୁଣବାନ୍, ଧନୀ ଓ ମାନୀ ହେବେ। ଉପଯୁକ୍ତ ପରାମର୍ଶଦାତା ହେବେ। ଶାସ୍ତଜ୍ଞାତା ଓ ବ୍ରତକର୍ତ୍ତା ହେବେ।

ମୀନ: ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ଆକସ୍ମିକ ଧନଲାଭ ହେବାର ସୁଯୋଗ ଅଛି। ତନ୍ତ୍ର-ମନ୍ତ୍ରାଦି ଗୁପ୍ତବିଦ୍ୟା ପ୍ରତି ରୁଚି ରହିବ। ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ। ବ୍ୟବସାୟରୁ ପ୍ରଚୁର ଲାଭ ମିଳିବ। ଶିକ୍ଷିତା ପତ୍ନୀଙ୍କ ସହାୟତା ପାଇପାରନ୍ତି।

Leave A Reply