ମଙ୍ଗଳବାର ରାଶିଫଳ

0

ମେଷ: ଦ୍ୱିଜା ନକ୍ଷତ୍ର ଜାତବ୍ୟକ୍ତି ସେବାମୂଳକ କାର୍ଯ୍ୟରେ ଆନନ୍ଦ ଅନୁଭବ କରିବେ। ଘାତଚନ୍ଦ୍ର ଭୋଗ ହେତୁ ସାମାନ୍ୟ ପୀଡ଼ା ଅନୁଭବ କଲେ ମଧ୍ୟ ରୋଜଗାର ଉନ୍ନତମାନର ହେବ। ଦାମ୍ପତ୍ୟ ସୁଖ ମିଳିବ। ଅଶ୍ୱିନୀ ଓ କୃର୍ତ୍ତିକା ନକ୍ଷତ୍ରର ସ୍ୱଳ୍ପ ଲାଭ ମିଳିବ।

ବୃଷ: ରୋହିଣୀ ଓ ମୃଗଶିରା ନକ୍ଷତ୍ର ଜାତ ବ୍ୟକ୍ତି ବହୁ ଶୁଭଫଳ ପ୍ରାପ୍ତ ହେବ। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ବ୍ୟବସାୟ ଲାଭଜନକ ହେବ। ଦୂରଯାତ୍ରା ଶୁଭପ୍ରଦ ହେବ। କର୍ମରେ ଉନ୍ନତି ଘଟିବ। କୃର୍ତ୍ତିକା ନକ୍ଷତ୍ର ଜାତବ୍ୟକ୍ତିର ସାମାନ୍ୟ ଶୁଭ।

ମିଥୁନ: ମୃଗଶିରା ଓ ପୁନର୍ବସୁ ନକ୍ଷତ୍ର ଜାତବ୍ୟକ୍ତିଙ୍କୁ ବିଶିଷ୍ଟ ବ୍ୟକ୍ତିଙ୍କ ସହାୟତା ମିଳିବ। ଦୁଃସାହସିକ ପଦକ୍ଷେପ ନେଇ କାର୍ଯ୍ୟ ହାସଲ କରିବେ। ପାରିବାରିକ ସୁଖ ସମୃଦ୍ଧି ଆଶା କରାଯାଏ। ଆର୍ଦ୍ରା ନକ୍ଷତ୍ର ଜାତବ୍ୟକ୍ତି ଖର୍ଚ୍ଚାନ୍ତ ହୋଇ ମନସ୍ତାପ କରିବେ।

କର୍କଟ: ପୁନର୍ବସୁ ଓ ଅଶ୍ଳେଷା ନକ୍ଷତ୍ର ଜାତବ୍ୟକ୍ତି ଦୁଶ୍ଚିନ୍ତାମୁକ୍ତ ହେବେ। ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିପାରନ୍ତି। ଅନୁଗୃହୀତ ହେବେ। ପାରିବାରିକ ସୁଖ ମିଳିବ। ଲୋକପ୍ରିୟତା ଅର୍ଜନ କରିବେ। ପୁଷ୍ୟା ନକ୍ଷତ୍ର ଜାତବ୍ୟକ୍ତିଙ୍କର ସାମାନ୍ୟ ଶୁଭ।

ସିଂହ: ପୂର୍ବା ଫାଲ୍ଗୁନୀ ନକ୍ଷତ୍ର ଜାତ ବ୍ୟକ୍ତି ଗୃହରୁ ଶାନ୍ତି ମିଳିବ। ପରୋପକାର କରି ଆତ୍ମ ସନ୍ତୋଷ ଲାଭ କରିବେ। କାର୍ଯ୍ୟ ସିଦ୍ଧି ହେବ; ମାତ୍ର ବିଳମ୍ବରେ। ମଘା ଓ ଉତ୍ତରା ଫାଲ୍ଗୁନୀ ନକ୍ଷତ୍ର ଜାତ ବ୍ୟକ୍ତି ସାମାନ୍ୟ ସୁଖ ଭୋଗ କରିପାରନ୍ତି।

କନ୍ୟା: ହସ୍ତା ଓ ଚିତ୍ରା ନକ୍ଷତ୍ର ଜାତବ୍ୟକ୍ତି ସାହସୀକ ପଦକ୍ଷେପ ନେଇ କର୍ମକ୍ଷେତ୍ରରେ ବିଜୟୀ ହେବେ। ସାମାନ୍ୟ ମାତ୍ରାର ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି; ମାତ୍ର ବିଳାସ ବ୍ୟସନ ଅବ୍ୟାହତ ରହିବ। ଉତ୍ତରା ଫାଲ୍ଗୁନୀ ନକ୍ଷତ୍ରର ସାମାନ୍ୟ ଶୁଭ।

ତୁଳା: ଚିନ୍ତା ଓ ବିଶାଖା ନକ୍ଷତ୍ର ଜାତ ବ୍ୟକ୍ତିଙ୍କର ଶୁଭଦାୟକ ଭ୍ରମଣ ଯୋଗ ରହିଛି। ପାରିବାରିକ ସୁଖ ଅବ୍ୟାହତ ରହିବ। କର୍ମକ୍ଷେତ୍ରରେ ଢ଼େର ଉନ୍ନତି ଘଟିବ। ବନ୍ଧୁ ସହାୟତା ପାଇ ଲାଭବାନ ହୋଇପାରନ୍ତି। ସ୍ୱାତୀ ନକ୍ଷତ୍ର ଜାତବ୍ୟକ୍ତି ସାମାନ୍ୟ ସୁଖୀ ହେବେ।

ବିଛା: ବିଶାଖା ଓ ଜ୍ୟେଷ୍ଠା ନକ୍ଷତ୍ର ଜାତବ୍ୟକ୍ତି ସାମାନ୍ୟ ମାତ୍ରାର ଲାଭବାନ ହେବେ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। କର୍ମକ୍ଷେତ୍ରରେ ଢ଼େର ଉନ୍ନତି ଘଟିବ। ଦୀର୍ଘ ଦିନର ଆଶା ପୂରଣ ହେବ। ଅନୁରାଧା ନକ୍ଷତ୍ର ଜାତବ୍ୟକ୍ତିଙ୍କୁ ସାମାନ୍ୟ ଶୁଭଫଳ ମିଳିବ।

ଧନୁ: ପୂର୍ବାଷାଢ଼ା ନକ୍ଷତ୍ର ଜାତବ୍ୟକ୍ତି ଅଧା ରହିଥିବା କାର୍ଯ୍ୟକୁ ସଂପୂର୍ଣ୍ଣ କରିବେ। ବିବାଦୀୟ ଘଟଣାରେ ଭାଗ ନନେଇ ନିରବ ଦ୍ରଷ୍ଟା ସାଜିବେ। ଯେଉଁ କାର୍ଯ୍ୟରେ ହାତ ଦିଅନ୍ତୁ ନା କାହିଁକି ସଫଳତା ମିଳିବ ଓ ଉତ୍ତରାଷାଢ଼ା ନକ୍ଷତ୍ରର ସାମାନ୍ୟ ଫଳ।

ମକର: ଶ୍ରବଣା ଓ ଧନିଷ୍ଠା ନକ୍ଷତ୍ର ଜାତ ବ୍ୟକ୍ତି ଅର୍ଥ ଉପାର୍ଜନ କରିବାରେ ସକ୍ଷମ ହେବେ। ଶତ୍ରୁ ଭୟ ଦୂର ହେବ। ନୂତନ ଯୋଜନା ପ୍ରସ୍ତୁତ କରିପାରନ୍ତି। ହର୍ଷ ଉଲ୍ଲାସରେ ଦିନ ବିତାଇ ପାରନ୍ତି। ମାନବୃଦ୍ଧି ହେବ। ଉତ୍ତରାଷାଢ଼ା ନକ୍ଷତ୍ର ଜାତବ୍ୟକ୍ତି ଅନୁତପ୍ତ ହେବେ।

କୁମ୍ଭ: ପୂର୍ବଭାଦ୍ର ଓ ଶତଭିକ୍ଷା ନକ୍ଷତ୍ର ଜାତବ୍ୟକ୍ତି କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରି ସୁଖ ସମ୍ମାନର ଅଧିକାରୀ ହେବେ। ସତ୍ସଙ୍ଗୀ ହେବେ। ମୂଲ୍ୟବାନ ଦ୍ରବ୍ୟ ଲାଭର ସୂଚନା ମିଳୁଛି। ବିବାଦରେ ବିଜୟୀ ହେବେ। ଧନିଷ୍ଠା ନକ୍ଷତ୍ର ଜାତ ବ୍ୟକ୍ତିଙ୍କୁ ଶୁଭଫଳ ମିଳିବ।

ମୀନ: ପୂର୍ବଭାଦ୍ରପଦ ଓ ରେବତୀ ନକ୍ଷତ୍ର ଜାତବ୍ୟକ୍ତିଙ୍କୁ କାର୍ଯ୍ୟରେ ସଫଳତା ମିଳିବ। ପ୍ରିୟଭାଷୀ ଓ ଧନ ଯାନବାହନଯୁକ୍ତ ହେବେ। ଉତ୍ତରାଭାଦ୍ରପଦ ନକ୍ଷତ୍ର ଜାତ ବ୍ୟକ୍ତିଙ୍କୁ ସାମାନ୍ୟ ଶୁଭଫଳ ମିଳିବ।

Leave A Reply