ସୋମବାର ରାଶିଫଳ

0

ମେଷ: ଶ୍ରୀଚନ୍ଦ୍ର ଭୋଗ ହେତୁ ରୋଜଗାର ଆଶାନୁରୂପ ହେବ। ଭୋଜନ ମିଳିବ। ଶକ୍ତିମାନ ହେବେ। ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି। ରଣାଙ୍ଗନରେ ବିଜୟୀ ହୋଇପାରନ୍ତି। ମାଲିମୋକଦ୍ଦମାର ରାୟ ସପକ୍ଷରେ ଯିବ।

ବୃଷ: ଯାତ୍ରାକାଳୀନ ଖର୍ଚ୍ଚ ଅତ୍ୟଧିକ ହେବ। କାର୍ଯ୍ୟରେ ବାଧା ସୃଷ୍ଟି ହୋଇପାରେ। ଥଣ୍ଡା କଫରେ ପୀଡ଼ିତ ହୋଇପାରନ୍ତି। ଚଞ୍ଚଳ ସ୍ୱଭାବର ହେବେ। ଏକାନ୍ତରେ ସମୟ କଟାଇବେ। ମଧୁର କଥା କହି ପରକୁ ଆପଣାର କରିବେ।

ମିଥୁନ: ପରିବେଶର ସ୍ୱଚ୍ଛତା ଅନୁଭବ କରିପାରନ୍ତି। ଆୟ ଆଶାନୁରୂପ ହେବ। ଯଶ ଅର୍ଜନ କରି ସୁଖୀ ହେବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ସରକାରୀ ଅର୍ଥ ପ୍ରାପ୍ତ ହେବେ।

କର୍କଟ: କାର୍ଯ୍ୟରେ ସିଦ୍ଧିପ୍ରାପ୍ତ ହେବେ। କୁଳ ଉଦ୍ଧାରକ ହୋଇପାରନ୍ତି। ମନ ପ୍ରସନ୍ନ ରହିବ। ଦୟାଳୁ ସ୍ୱଭାବର ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଯଶସ୍ୱୀ ହେବେ। ନିଜ ପରିବାର ଉପରେ ସ୍ନେହ-ସଦିଚ୍ଛା ଭାବ ରହିବ।

ସିଂହ: ସେବା ମନୋଭାବ ଗ୍ରହଣ କରିପାରନ୍ତି। ଭାଗ୍ୟଶାଳୀ ହେବେ। ଦିନଟି ଭୋଗ ବିଳାସରେ ଅତିବାହିତ କରିପାରନ୍ତି। ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିବେ। ବିଦ୍ୱାନ, ସାହସୀ ଓ ସମ୍ପତ୍ତିବାନ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

କନ୍ୟା: ଯାନ ବାହନ ଆରୋହଣ ଓ ଉଚ୍ଚ ସ୍ଥାନ ଆରୋହଣରେ ସତର୍କ ହେବେ। ଈର୍ଷା ପରିତ୍ୟାଗ କଲେ ସଫଳତା ମିଳିବ। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ଶାରୀରିକ ଦୁର୍ବଳତା ଅନୁଭବ କରିବେ। ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କ ହେବେ।

ତୁଳା: ବନ୍ଧୁ ସୁଖ ମିଳିବ। ବ୍ୟବସାୟ ଲାଭଜନକ ହେବ। ସମାଜ ସେବା ପ୍ରତି ମନ ବଳାଇ ପାରନ୍ତି। ବେଳେବେଳେ ମନରେ ଅହଂଭାବ ଜାଗ୍ରତ ହେବ। ଶାନ୍ତ ଓ ଧୈର୍ଯ୍ୟବାନ ହୋଇପାରନ୍ତି। ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ। ବିବାହ ବିଳମ୍ବିତ ହେବ।

ବିଛା: ଅଜାଣତରେ କ୍ଷତି ସହି ପାରନ୍ତି। ଭାଇମାନଙ୍କ ପ୍ରତି ସ୍ନେହଭାବ ରହିବ। ଚକ୍ଷୁପୀଡ଼ା ଅନୁଭବ କରିପାରନ୍ତି। ଶରୀର ସୁସ୍ଥ ରହିବ। ବଳଶାଳୀ ହେବେ। ଶତ୍ରୁହନ୍ତା ହୋଇପାରନ୍ତି। ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରିୟ ଭାଜନ ହେବେ।

ଧନୁ: କାର୍ଯ୍ୟ ସମ୍ପାଦନ ପାଇଁ ତୁରନ୍ତ ପଦକ୍ଷେପ ନେଇ ପାରନ୍ତି। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ। ବ୍ୟବସାୟରୁ ପ୍ରଚୁର ଲାଭ ମିଳିବ। ପତ୍ନୀ ସୁଶୀଳା ଓ ଆଜ୍ଞାକାରିଣୀ ହେବେ।

ମକର: ସୁ-ସମ୍ବାଦ ପାଇ ଖୁସି ହୋଇପାରନ୍ତି। କଳହ ଠାରୁ ଦୂରେଇ ନ ଗଲେ ପଶ୍ଚାତ୍ତାପ କରିବାକୁ ପଡ଼ିବ। ଉଦାର ସ୍ୱଭାବର ହେବେ। ଦାନଶୀଳ ହୋଇପାରନ୍ତି। ସ୍ୱାସ୍ଥ୍ୟ ଭଲ ରହିବ। କୃଷିକର୍ମକୁ ତ୍ୱରାନ୍ୱିତ କରିପାରନ୍ତି। ବୁଦ୍ଧିମାନ ହୋଇପାରନ୍ତି।

କୁମ୍ଭ: ସୁଖ ସମ୍ମାନ ଲାଭ କରିପାରନ୍ତି। ମନ ପ୍ରସନ୍ନ ରହିବ। ଆସ୍ତିକ ସ୍ୱଭାବର ହେବେ। ମେଳାପୀ ଓ ମିଷ୍ଟଭାଷୀ ହେବେ। ପ୍ରେମୀ ଓ ସାହସୀ ହେବେ। ସାନଭାଇଙ୍କ ଠାରୁ ଆଦର ସମ୍ମାନ ମିଳିବ। ନିର୍ଭୀକ ହେବେ। ଶାସ୍ତ୍ରାନୁରକ୍ତ ଓ ମହାନୁଭାବ ହେବେ।

ମୀନ: ସମ୍ମାନିତ ହୋଇପାରନ୍ତି। ସୌଭାଗ୍ୟଶାଳୀ ହେବେ। ଶୋଭନ ବ୍ୟକ୍ତିତ୍ୱର ଅଧିକାରୀ ହେବେ। ପରଦେଶବାସୀ, ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାରେ ବିଦ୍ୟାପ୍ରେମୀ ହୋଇପାରନ୍ତି। ମିତ୍ର ସୁଖ ଲାଭ କରିପାରନ୍ତି। ପତ୍ନୀ ବିଳାସୀ ହେବେ।

Leave A Reply