ଗୁରୁବାର ରାଶିଫଳ

0

ମେଷ: ଶତ୍ରୁ ଦମନ କରି ଆଶ୍ୱସ୍ତ ହେବେ। ପାରିବାରିକ ସୁଖ ମିଳିବ। କୀର୍ତ୍ତିମାନ ହେବେ। ଆମୋଦ ପ୍ରମୋଦରେ ଦିନଟି ଅତିବାହିତ ହେବ। ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବେ। କର୍ମକ୍ଷେତ୍ର ଉଜ୍ଜ୍ୱଳମୟ ହେବ।

ବୃଷ: ଘାତ ଚନ୍ଦ୍ର ଭୋଗ ହେତୁ ସତର୍କତାର ସହ ଚଳିବାକୁ ପଡ଼ିବ। ପରଧନରେ ଧନୀ ହୋଇପାରନ୍ତି। ରସିକତାରୁ ବାଚାଳତା ସୃଷ୍ଟି ହୋଇପାରେ। ନିଜ କାର୍ଯ୍ୟରେ ଦକ୍ଷତା ପ୍ରତିପାଦନ କରିପାରନ୍ତି। ଚତୁର ହେବେ। ସମ୍ମାନକୁ ଜଗି ଚଳନ୍ତୁ।

ମିଥୁନ: ସାମାନ୍ୟ କଥାକୁ କେନ୍ଦ୍ର କରି ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ। ଉତ୍ତମ ମିତ୍ର ଲାଭ ହେବ। ଧନପ୍ରାପ୍ତ ହୋଇପାରନ୍ତି। ଯାନବାହନ ସୁଖ ମିଳିପାରେ। ଚଞ୍ଚଳ ଚେଷ୍ଟିତ ହେବେ। ପାଣ୍ଡିତ୍ୟର ପରିପ୍ରକାଶ ଘଟାଇ ପାରନ୍ତି।

କର୍କଟ: ସତର୍କତାର ସହ କାର୍ଯ୍ୟ କରି ପ୍ରଶଂସାର ପାତ୍ର ହେବେ। କାର୍ଯ୍ୟକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ମନ ଫୂର୍ତ୍ତି ରହିବ। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ଗୁରୁଜନଙ୍କଠାରୁ ଆଦର ପାଇ ଖୁସି ହେବେ। ସୁଖଭୋଗ କରିବେ।

ସିଂହ: କାର୍ଯ୍ୟରେ ଢ଼େର ଉନ୍ନତି ଘଟିବ। ତ୍ୟାଗଶୀଳ ଓ ନୀତିଜ୍ଞ ହେବେ। ବିବିଧ ଧନଯୁକ୍ତ ହୋଇପାରନ୍ତି। ଚଞ୍ଚଳମନା ହେବେ। ଅତି ସୁଖୀ ଓ କୀର୍ତ୍ତିମାନ ହୋଇପାରନ୍ତି। ସହିଷ୍ଣୁ ହେବେ। ବୁଦ୍ଧି ପ୍ରୟୋଗ କରି ଧନ ଅର୍ଜନ କରିବେ।

କନ୍ୟା: ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଆୟ ଆଶାନୁରୂପ ହେବ। କାର୍ଯ୍ୟରେ ସିଦ୍ଧିପ୍ରାପ୍ତ ହେବେ। ଧର୍ମକାର୍ଯ୍ୟରେ ମନୋନିବେଶ କରିପାରନ୍ତି। ସର୍ବାଙ୍ଗୀଣ ଉନ୍ନତି ଆଶା କରାଯାଏ। ସେବା ମନୋଭାବ ଜାଗ୍ରତ ହେବ। ଦୀର୍ଘ ଦିନର ଆଶା ପୂରଣ ହେବ।

ତୁଳା: କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ; ମାତ୍ର ବିଳମ୍ବରେ ଖର୍ଚ୍ଚାନ୍ତ ହେବାର ସମ୍ଭାବନା ଅଛି। ସୁଗୁଣ ସମ୍ପନ୍ନ ହେବେ। ଶାସ୍ତ୍ରପଟୁ ହେବେ। କେହି ପଥରୋଧ କରିବାକୁ ଉଦ୍ୟମ କରିପାରନ୍ତି। ଗ୍ରାମାଧୀଶ ହେବେ। ପରାକ୍ରମୀ ହୋଇପାରନ୍ତି।

ବିଛା: ଆୟର ପରିମାଣ ବୃଦ୍ଧି ହେବ। କୌଶଳ ପ୍ରୟୋଗ କରି କାର୍ଯ୍ୟ ହାସଲ କରିବେ। କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ପାଇବେ। ସହଯୋଗୀଙ୍କ ପ୍ରିୟପାତ୍ର ହେବେ। ମୂଲ୍ୟବାନ ଦ୍ରବ୍ୟ ଲାଭ କରି ପାରନ୍ତି। ପାରିବାରିକ ସମସ୍ୟାର ସମାଧାନ ହେବ।

ଧନୁ: କର୍ମ ଚଞ୍ଚଳ ରହିପାରନ୍ତି। ଧର୍ମ-କର୍ମ ସଂପାଦନ କରିପାରନ୍ତି। ଅର୍ଥ ସମ୍ପଦ ଲାଭ ହୋଇପାରେ। ସୌଭାଗ୍ୟ ବୃଦ୍ଧିର ସୂଚନା ମିଳୁଛି। ପାରିବାରିକ ସୁଖ-ଶାନ୍ତି ମିଳିବ। ନୀତିନିଷ୍ଠ ହେବେ। ଶୁଭ ଅନୁଷ୍ଠାନରେ ଯୋଗ ଦେଇ ଖୁସି ହେବେ।

ମକର: ପ୍ରତାରକଙ୍କଠାରୁ ଦୂରେଇ ରହନ୍ତୁ। ପ୍ରଥମେ ଅନୁଧ୍ୟାନ କରନ୍ତୁ ଓ ପରେ କାର୍ଯ୍ୟ କଲେ ସଫଳତା ପାଇବେ। ସ୍ନେହ-ଶ୍ରଦ୍ଧାର ପାତ୍ର ହେବେ। ଉଚ୍ଚଆଶା ଫଳବତୀ ହେବ। ବହୁ ଶୁଭ ଫଳପ୍ରାପ୍ତିର ସୂଚନା ମିଳୁଛି। ଅଧିକ ପରିଶ୍ରମ କରିବାକୁ ପଡ଼ିବ।

କୁମ୍ଭ: ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ। ଉପଯୁକ୍ତ ପରାମର୍ଶ ଦେଇ ଗର୍ବିତ ହେବେ। ଶାସ୍ତ୍ରବିତ୍‍ ହେବେ। ଦେବଦ୍ୱିଜ ପରାୟଣ ହୋଇପାରନ୍ତି। ପ୍ରଚୁର ଧନଲାଭର ସୂଚନା ମିଳୁଛି। ପୂଜ୍ୟପୂଜାକୁ ଗୁରୁତ୍ୱ ଦେବେ।

ମୀନ: ମନସ୍କାମନା ପୂର୍ଣ୍ଣ ହେବ। ବନ୍ଧୁ ମିଳନରେ ବିଶେଷ ଉପକୃତ ହେବେ। ଧୈର୍ଯ୍ୟବାନ ହେବେ। ବ୍ୟବସାୟରେ ଆଶାଜନକ ଫଳ ଲାଭ କରିବେ। ମାଙ୍ଗଳିକ କାର୍ଯ୍ୟରେ ଯୋଗଦେଇ ପାରନ୍ତି। ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରିବାରେ ସକ୍ଷମ ହେବେ।

Leave A Reply