ରବିବାର ରାଶିଫଳ

0

ମେଷ: କାର୍ଯ୍ୟ କ୍ଷେତ୍ରରେ ସହାୟତା ମିଳିବ। ମନ ଚଞ୍ଚଳ ରହିବ। ଖର୍ଚ୍ଚର ପରିମାଣ ବୃଦ୍ଧି ପାଇବ। ଶତ୍ରୁଯୁକ୍ତ ଓ କ୍ରୋଧିତ ହୋଇପାରନ୍ତି। ଚକ୍ଷୁରେ ପୀଡ଼ା ଅନୁଭବ କରିପାରନ୍ତି। କଥାବାର୍ତ୍ତା ଗଠନମୂଳକ ହେବ। ଚିନ୍ତିତ ହେବେ।

ବୃଷ: ପ୍ରତିଦ୍ୱନ୍ଦ୍ୱିତାରେ ଆର୍ଥିକ ସମସ୍ୟା ଦୂର କରିପାରନ୍ତି। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ରୁଚିକର ଭୋଜନ ମିଳିବ। ସରକାରୀ ସ୍ତରରୁ ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି। ସମ୍ମାନିତ ହୋଇପାରନ୍ତି। କାର୍ଯ୍ୟରେ ସଫଳତା ମିଳିବ।

ମିଥୁନ: ମୂଲ୍ୟବାନ ଦ୍ରବ୍ୟ ଲାଭ ହୋଇପାରେ। ସରକାରୀ ଅର୍ଥ ମିଳିପାରେ। ଗୃହର ପରିବେଶ ପ୍ରଦୂଷଣମୁକ୍ତ ରହିବ। କୀର୍ତ୍ତି, ମର୍ତ୍ତି, ସତ୍ତ୍ୱ ସନ୍ତୋଷ, ବହୁବିଧ ଧନ ମିଳିବାର ସୁଯୋଗ ଅଛି। ସୁଗୁଣ ସମ୍ପନ୍ନ ହେବା ଆଶା କରାଯାଏ।

କର୍କଟ: ଅଧିକ ପରିଶ୍ରମ ପଡ଼ିଲେ ବି; ତା’ର ମୂଲ୍ୟ ମିଳିବ । ଧନବାନ୍ ହୋଇପାରନ୍ତି। ପତ୍ନୀଙ୍କୁ ଆଦର ଯତ୍ନରେ ଖୁସିକରାଇବେ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଭୋଗ ବିଳାସ ଭୋଗ କରିପାରନ୍ତି।

ସିଂହ: ଆର୍ଥିକ ସମସ୍ୟା ଉତ୍କଟ ହୋଇପାରେ। କାର୍ଯ୍ୟରେ ବାଧାବିଘ୍ନ ଉପୁଜିବାର ସମ୍ଭାବନା ଅଛି। ବୁଦ୍ଧିମାନର କାର୍ଯ୍ୟ କରି ପ୍ରଶଂସାର ପାତ୍ର ହେବେ। କଷ୍ଟ ଭୋଗିଲେ ବି ସତ୍ପଥରୁ ବିଚ୍ୟୁତ ହେବେ ନାହିଁ। ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କ ରହିବେ।

କନ୍ୟା: ପାରିବାରିକ ଜଞ୍ଜାଳ ସମାଧାନ କରିବାରେ ସକ୍ଷମ ହେବେ। ଯଶ ଅର୍ଜନ କରି ସୁଖ ଅନୁଭବ କରିବେ। ପତ୍ନୀଙ୍କ ସହାୟତା ଫଳପ୍ରଦ ହେବ। ମନରେ ସେବାଭାବ ଜାଗ୍ରତ ହୋଇପାରେ। ବ୍ୟବସାୟ ଲାଭଜନକ ହେବ। ଯଶସ୍ୱୀ ହେବେ।

ତୁଳା: ଆଶ୍ୱସ୍ତି ମିଳିବ। ଶତ୍ରୁ ବିନାଶ କରିବାରେ ସିଦ୍ଧହସ୍ତ ହେବେ। ଅଧିକ ବ୍ୟୟର ସମ୍ମୁଖୀନ ହୋଇ ପାରନ୍ତି। ଚକ୍ଷୁରେ ଯନ୍ତ୍ରଣା ଅନୁଭବ କରିବେ। ରାଜ ପୂଜିତ, ଯାନ ବାହନଯୁକ୍ତ, ଗ୍ରାମାଧୀଶ, ପରାକ୍ରମଶାଳୀ ଓ ବହୁ ଜନ ପୋଷକ ହୋଇପାରନ୍ତି।

ବିଛା: ଲୋଭଗ୍ରସ୍ତ ହୋଇପାରନ୍ତି। କର୍ମ ଚଞ୍ଚଳ ରହିବେ। ଥଣ୍ଡା କଫରେ ସାମାନ୍ୟପୀଡ଼ା ଅନୁଭବ କରିପାରନ୍ତି। କନ୍ୟା, ପୁତ୍ର, ପୌତ୍ର, ପପୌତ୍ରାଦି ଲାଭ କରିପାରନ୍ତି। ବିଭିନ୍ନ ସ୍ତରରୁ ପ୍ରଚୁର ଧନ ଲାଭର ସୂଚନା ମିଳୁଛି। ବ୍ୟବସାୟ ଭଲରେ ଚାଲିବ।

ଧନୁ: କାର୍ଯ୍ୟ ପୂର୍ଣ୍ଣାଙ୍ଗ କରିବାକୁ ଉଦ୍ୟମ ଜାରି ରଖିବେ। ସୁଖ ଭୋଗ କରିପାରନ୍ତି। କଲ୍ୟାଣ ଚନ୍ଦ୍ର ହେତୁ ମାନବିକତାର ପ୍ରତୀକ ହେବେ। ସର୍ବଜନ ଆଦୃତ ହୋଇପାରନ୍ତି। ନିଜ କୌଳିକ ବୃତ୍ତି ଆପଣଙ୍କୁ ମହାନ୍ କରିବାର ସୂଚନା ମିଳୁଛି।

ମକର: ଆୟ ବୃଦ୍ଧି ଘଟିବାର ବାତାବରଣ ଅନୁକୂଳ ରହିଛି। ବିବାଦୀୟ ଘଟଣାର ବିଜୟୀ ହେବେ। ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିପାରନ୍ତି। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ସାମାଜିକ ଜୀବନ ସୁଖମୟ ହେବ।

କୁମ୍ଭ: ଦାୟିତ୍ୱରେ ଥିବା ଦ୍ରବ୍ୟ ଯେପରି ନଷ୍ଟ ନ ହୁଏ ସେଥିପ୍ରତି ଧ୍ୟାନ ଦେବେ। ନିଜ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ସାମୂହିକ ସ୍ୱାର୍ଥକୁ ଅଗ୍ରାଧିକାର ଦେବେ। ଧନ ସମ୍ପଦ ପ୍ରାପ୍ତିର ସୂଚନା ମିଳୁଛି। ଅନ୍ୟାୟ ବିରୁଦ୍ଧରେ ସଂଗ୍ରାମ ଚଳାଇ କୃତକାର୍ଯ୍ୟ ହେବେ।

ମୀନ: କାର୍ଯ୍ୟରେ ସଫଳତା ଲାଭ କରିବେ। ଅପାରଗୁଣର ଅଧିକାରୀ ହୋଇପାରନ୍ତି। ଚିନ୍ତାଧାରା ଉନ୍ନତମାନର ହେବ। ମିଷ୍ଟାନ୍ନ ଭୋଜନ ମିଳିବ। ନୂଆ ବନ୍ଧୁଙ୍କ ଦ୍ୱାରା ବିଶେଷ ଉପକୃତ ହେବେ। ସରକାରୀ ସହାୟତା ମିଳବ। ସ୍ୱାସ୍ଥ୍ୟ ଭଲ ରହିବ।

Leave A Reply